Advertisment

ଖୋଲୁଛି କଟକର ଭଣ୍ଡ ମୌଲାନାର କଳା କାରନାମା : ସୁନା ଇଟା ନାଁରେ ୫ ଲକ୍ଷ ଠକେଇ

ହୀରା ବ୍ୟବସାୟ ନାଁରେ କଟକର ମହିଳାଙ୍କୁ ୧୫ ଲକ୍ଷର ଚୂନା । ଥାନାରେ ଆଉ ଦୁଇ ମାମଲା ପରେ ପୋଲିସର ତନାଘନା ।

author-image
Prangyan Parimita
ଅଦ୍ୟତନ ହୋଇଛି
Styled Godman Kaifi Khan

styled godman Kaifi Khan

ନିଜକୁ ମୌଲାନା କହି ଲୋକଙ୍କ ଘରେ କଳା କନା ବୁଲାଉଥିବା କଟକର ଠକ ୪୨୦ କୈଫ ଖାନ୍ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଗୁପ୍ତଧନ ଦେବାକୁ କହି ମହିଳାଙ୍କୁ ୬୨ ଲକ୍ଷ ଚୂନା ଆରୋପ ପରେ ସାମ୍ନାକୁ ଆସିଲା ଆଉ ୨ ସଙ୍ଗୀନ ମାମଲା। ଏପଟେ କୈଫ୍ ଲୋକଙ୍କୁ ଠକି ସେୟାର ମାର୍କେଟରେ ନିବେଶ ସାଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପୋଲିସ ଜାଣିବାକୁ ପାଇଛି।..

Advertisment

ଭଦ୍ରକ ବହୁଝରଗଡ଼ାର ଶେଖ୍ ଜୁହୁରୁଲ ଇସଲାମ୍। ଘରୋଇ ସମସ୍ୟାର ସମାଧାନ ପାଇଁ ଜୁହୁରୁଲ କାହାର ସହାୟତା ଖୋଜୁଥିବା ବେଳେ ତାଙ୍କ ସମ୍ପର୍କରେ ଆସିଥିଲା କୈଫ୍। ଘରେ ପୂଜାପାଠ କଲେ ସମସ୍ୟାର ସମାଧାନ ହେବ କହି ତାଙ୍କଠୁ ପ୍ରଥମେ ୫୦ ହଜାର ଟଙ୍କା ନେଇଥିଲା କୈଫ୍ । ପୂଜାପାଠ ଭିତରେ ଜୁହୁରୁଲଙ୍କ ବାଡ଼ିରେ ମାଟିତଳେ ଏକ ସୁନା ଇଟା ଥିବାର ଗପ ଶୁଣାଇଥିଲା । ଜୁହୁରୁଲ ଏଥିରେ ଭଳି ଯାଇ ବାଡ଼ି ଖୋଳିବାକୁ ଅନୁମତି ଦେଇଥିଲେ। ପରେ କୈଫ ରାତି ଅଧରେ ଖୋଳାଖୋଳି କରି ଉଦ୍ଧାର କରିଥିଲା ଏକ ନକଲି ସୁନା ଇଟା।

ଅଧିକ ପଢ଼ନ୍ତୁ: ଗୁପ୍ତଧନ ଆଳରେ ତନ୍ତ୍ରବିଦ୍ୟାର ମିଛ ନାଟକ, କଟକରେ ଭଣ୍ଡ ମୌଲାନା ଗିରଫ

Advertisment

ସୁନାର ଇଟାର ଦାମ୍ କୋଟିଏ ଟଙ୍କା ହେବ କହି ଏହାକୁ ଶୋଧନ ପାଇଁ ଜୁହୁରୁଲଙ୍କଠାରୁ ଆଉ ୫ ଲକ୍ଷ ଟଙ୍କା ଦାବି କରିଥିଲା । ୨ ମାସ ପରେ ଟଙ୍କା ଫେରାବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଆଜିଯାଏ ଟଙ୍କା ଫେରାଇ ନଥିବା ବେଳେ କାଲି ଗଣମାଧ୍ୟମରୁ ଖବର ପାଇ ଆଜି ମଙ୍ଗଳବାଗ ଥାନାରେ ଏତାଲା ଦେଇଛନ୍ତି ଜୁହୁରୁଲ।...

କୈଫର ମାୟା ଜାଲରେ ଫସିଥିବା କଟକ କନ୍ଦରପୁର ଅଞ୍ଚଳର ଆଉ ଜଣେ ମହିଳା ଏ ଭଣ୍ଡ ମୌଲାନା ବିରୋଧରେ ମଙ୍ଗଳବାଗ ଥାନାରେ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏତଲା ଦେଇଛନ୍ତି। ତେବେ ତାଙ୍କୁ ଠକିବାକୁ ଭିନ୍ନ ତରିକା ଆପଣାଇଥିଲା କୈଫ୍। ମହିଳା ଜଣକ ଚାକିରି ହରାଇ ଦୁଶ୍ଚିନ୍ତାରେ ଥିବାରୁ ତାଙ୍କୁ ପ୍ରଥମେ ଚାକିରିର ମିଛ ଆଶ୍ୱାସନା ଦେଇଥିଲା। ପରେ ତାଙ୍କୁ ହୀରା ବ୍ୟବସାୟ କରି ମୋଟା ଅଙ୍କର ଟଙ୍କା ରୋଜଗାରର ଅଫର ଦେଇଥିଲା କୈଫ୍। ମହିଳା ଜଣକ ଏଥିରେ ଭଳିବାରୁ ତାଙ୍କଠୁ ପର୍ଯ୍ୟାୟ କ୍ରମେ ନେଇଥିଲା ୧୫ ଲକ୍ଷ ଟଙ୍କା। ତେବେ ଧାର୍ଯ୍ୟ ସମୟ ଭିତରେ ଟଙ୍କା କିମ୍ବା ଲାଭ ନଦେବାରୁ ମୂଳଧନ ଫେରି ଚାହିଁଥିଲେ ମହିଳା। ହେଲେ ମହିଳାଙ୍କୁ ଆଜିକାଲି କହି ବର୍ଷ ବର୍ଷ ଧରି ଦୌଡ଼ାଉଥିଲା ମୌଲାନା ୪୨୦।...

ଏପଟେ ଗୁଣିଗାରେଡ଼ି, ତନ୍ତ୍ରମନ୍ତ୍ର, ପୂଜାପାଠ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରିବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଲୁଟ୍ କରୁଥିବା ନେଇ କୈଫ ବିରୋଧରେ ଏକାଧିକ ଅଭିଯୋଗ ପରେ ପୋଲିସ ସ୍କାନରକୁ ଆସିଛି ତା କଳା ସାମ୍ରାଜ୍ୟ । କାଲି ତା ନିକଟରୁ ଦୁଇଟି ଦାମୀ କାର, ବୁଲେଟ୍, ମୋବାଇଲ୍ ଓ ଘଣ୍ଟା ସୋରୁମ୍ ବ୍ୟବସାୟର ହିସାବ ପାଇବା ପରେ ଆଜି ତାର ୧୧ଟି ବ୍ୟାଙ୍କ୍ ଆକାଉଣ୍ଟ ସମ୍ପର୍କରେ ସୂଚନା ପାଇ ସେସବୁକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନେଇଛି ପୋଲିସ।

ତାସହ ତାର ସେୟାର ବଜାରରେ ୧୬ ଲକ୍ଷ ଟଙ୍କା ନିବେଶ ସମ୍ପର୍କରେ ବି ସୂଚନା ମିଳିଛି। ଖାଲି ସେତିକି ନୁହେଁ, ବିଳାଶପୂର୍ଣ୍ଣ ଲାଇଫ୍ ଷ୍ଟାଇଲ ସହ ସେ ଦେଶର ବିଭିନ୍ନ ସ୍ଥାନରୁ ବୁଲିବାକୁ ଯାଉଥିବା କଥା ପୋଲିସ ଜାଣିବାକୁ ପାଇଛି । ତେଣୁ କୈଫକୁ ରିମାଣ୍ଡରେ ଆଣି ଅଧିକ ଜେରା ଯୋଜନା କରୁଛି କମିଶନରେଟ୍ ପୋଲିସ।...

Odisha News
Advertisment
Advertisment