୨୪ ଦିନରେ ଋଷିଆ-ୟୁକ୍ରେନ୍ ମହାଯୁଦ୍ଧ । ସେନା ପକ୍ଷରୁ କିଭ୍ ସହର ଉପରେ ଘନ ଘନ ବୋମା ବର୍ଷଣ କରାଯାଉଛି । ଦେଖନ୍ତୁ LIVE ଅପଡେଟ୍ ।
16:45 PM
ଋଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପୁଟିନ୍ଙ୍କ ଚେତାବନୀ । ଋଷରେ ରହି ଋଷିଆ ବିରୋଧରେ କାମ କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ କି ମୃତ୍ୟୁଦଣ୍ଡ ? ମହାଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରୋକ୍ଷରେ ଏପରି ଚେତାଇ ଦେଇଛନ୍ତି । ତେବେ କାହା ଉଦ୍ଦେଶ୍ୟରେ ପୁଟିନ୍ ଏପରି ମନ୍ତବ୍ୟ ଦେଇଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ହେଲେ ପୁଟିନ୍ଙ୍କ ଏପରି ଚେତାବନୀକୁ ନେଇ ଦେଶରେ ହଇଚଇ ଆରମ୍ଭ ହୋଇଯାଇଛି ।
13:54 PM
ରୁଷ୍ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍ର ରକେଟ୍ ମାଡରେ ଓକସାନା ଆଖି ବୁଜିଛନ୍ତି। ଆହୁରି ପଢ଼ନ୍ତୁ...
13:43 PM
ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା । ଏବେ ସୁଦ୍ଧା ଯୁଦ୍ଧଗ୍ରସ୍ତ ଦେଶରେ ରହିଥିବା ୨୨ ହଜାରରୁ ଅଧିକ ଭାରତୀୟଙ୍କୁ ଅପରେସନ୍ ଗଙ୍ଗା ଅଧୀନରେ ଘରକୁ ଫେରାଇ ଅଣାଯାଇଛି । ତେବେ ୟୁକ୍ରେନ୍ ନଛାଡ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେଠାକାର ରାଜନେତା ପ୍ରବର୍ତ୍ତାଇଥିବା କଥା ଜଣାପଡ଼ିଛି । ସ୍ଥିତି ଆକଳନ ନକରି ଛାତ୍ରଛାତ୍ରୀଙ୍କୁ ଭ୍ରମାତ୍ମକ ସୂଚନା ଦେଇଥିଲେ ।
13:43 PM
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ହୋଇ ନାହିଁ । ଆପାର୍ଟମେଣ୍ଟ ଗୁଡ଼ିକ ଆକ୍ରମଣର ଶିକାର ହେବା ଯୋଗୁଁ ବହୁ ଲୋକଙ୍କ ଜୀବନ ବି ଯାଉଛି । ଏପଟେ ୟୁକ୍ରେନ୍ ଆକଳନ ଅନୁସାରେ ଋଷ ସେନା ଆଉ ମାସେ ଦୁଇମାସ ପରେ ଯୁଦ୍ଧ ଜାରି ରଖିପାରିବ ନାହିଁ । ତେଣେ ଋଷରେ ବି ତେଜୁଛି ଯୁଦ୍ଧ ବିରୋଧୀ ପ୍ରତିବାଦ ।
09:18 AM
ରୁଷ୍ ୟୁକ୍ରେନ ରାଜଧାନୀ କିଭ୍ ନିକଟତର ହେଉଛି ରୁଷ । ସେନା ପକ୍ଷରୁ କିଭ୍ ସହର ଉପରେ ଘନ ଘନ ବୋମା ବର୍ଷଣ କରାଯାଉଛି । ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇରପିନ ପାଖରେ ଗୋଟିଏ ୧୫ ମହଲା କୋଠାକୁ ବୋମା ବର୍ଷଣ କରି ଉଡ଼ାଇ ଦେଇଛି ରୁଷ୍ । ଏହାପରେ କିଭରେ ଗୁରୁବାର ପର୍ଯ୍ୟନ୍ତ ପୁଣିଥରେ କର୍ଫ୍ୟୁ ଲଗାଯାଇଛି ।
16:05 PM
ରୁଷ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ୟୁକ୍ରେନକୁ ଆସୁଛନ୍ତି ବିଭିନ୍ନ ଦେଶର ଯୋଦ୍ଧା । ତେବେ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପର୍ ଓ୍ୱାଲିଙ୍କୁ ନେଇ । ଓ୍ୱାଲି କାନାଡ଼ା ସେନାର ଜଣେ ପୂର୍ବତନ ସ୍ନାଇପର୍ । ଲୁଚି ରହି ବହୁ ଦୂରରେ ଥିବା ଟାର୍ଗେଟକୁ ରାଇଫଲରେ ଲକ୍ଷ୍ୟଭେଦ କରିବାରେ ତାଙ୍କର ସମକକ୍ଷ ଆଉ କେହି ନାହିଁ । ଯୁଦ୍ଧ ସ୍ଥିତିରେ ସେ ଗୋଟିଏ ଗୋଟିଏ ଦିନରେ ୪୦ ଜଣଙ୍କୁ ଗୁଳିରେ ଉଡ଼ାଇବାର କ୍ଷମତା ରଖନ୍ତି ।
13:45 PM
କ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଗତକାଲି ୟୁକ୍ରେନ୍ର ଡୋନେସ୍କ ସହରର ଜନବସତି ଅଞ୍ଚଳରେ ମିଜାଇଲ ମାଡ଼ କରିଛି ରୁଷ। ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଥିବା ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି
13:45 PM
ୟୁକ୍ରେନ୍ ସହ ଯୁଦ୍ଧ କରି କରି ଥକି ଗଲା କି ଋଷିଆ ? ଯୁଦ୍ଧରୁ ବିରତ ହେଉନଥିବା ପୁଟିନ୍ ସରକାର ଏବେ ଅଡ଼ୁଆରେ । ଗତ ୧୯ ଦିନ ଧରି ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷିଆ । ରାଜଧାନୀ କିଭ୍ ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଋଷୀୟ ସୈନିକ । ତେବେ ଏହାର ମଧ୍ୟରେ ଋଷିଆର ସ୍ଥିତି ଦୟନୀୟ ହୋଇପଡ଼ିଲାଣି । ଚୀନ୍ ଠାରୁ ସାମରିକ ସହାୟତା ଲୋଡିଛନ୍ତିଭ୍ଲାଦିମିର୍ ପୁଟିନ୍ ।
09:22 AM
୧୯ ଦିନ ହେଲାଣି ଜାରି ରହିଛି ୟୁକ୍ରେନ-ରୁଷିଆ ମହାଭାରତ । ରୁଷିଆ ପକ୍ଷରୁ ହେଉଥିବା ଆକ୍ରମଣକୁ ତୀବ୍ର କରାଯାଇଛି । ଏହାର ସୈନ୍ୟମାନେ ରାଜଧାନୀ କିଭକୁ ଚାରିପଟୁ ଘେରାଉ କରି ରହିଛନ୍ତି । ରୁଷିଆର ଆକ୍ରମଣରୁ ବର୍ତ୍ତି ନାହାନ୍ତି ସାଧାରଣ ଲୋକେ କି ହସ୍ପିଟାଲ । କ୍ଷେପଣାସ୍ତ୍ର ମାଡ଼ରେ ୭ଟି ହସ୍ପିଟାଲ ପୁରା ଧ୍ୱଂସ ହୋଇଥିବା ବେଳେ ୧୦୪ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।
09:22 AM
ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ । ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଅଭିଜ୍ଞ ସାମ୍ବାଦିକ ତଥା ଫିଲ୍ମ ମେକର୍ ବ୍ରେଣ୍ଟ୍ ରିନୋଡ । ଗୁଳିମାଡ଼ରେ ଆଉ ଜଣେ ଆମେରିକୀୟ ସାମ୍ବାଦିକ ଏବଂ ଜଣେ ୟୁକ୍ରେନୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ ନିକଟକବର୍ତ୍ତୀ ଇରପିନରେ ବ୍ରେଣ୍ଟ୍ ରିନୋଡଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା ।
09:21 AM
ମହାଯୁଦ୍ଧର ଘନଘନଟା ମଧ୍ୟରେ ୟୁକ୍ରେନ୍ ଆକାଶାରେ ପିଶାଚ । ଯୁଦ୍ଧଗ୍ରସ୍ତ ଦେଶରେ ବୁଲୁଛନ୍ତି ଭାମ୍ପାୟାର୍ । ହୃଦୟରେ ପ୍ରତିଶୋଧର ନିଆଁ । ମୃତ୍ୟୁର ସୌଦାଗର ସାଜିଛନ୍ତି ୟୁକ୍ରେନୀୟ ପାଇଲଟ୍ । ଋଷୀୟ ସୈନ୍ୟଙ୍କୁ ଦେଶ ସାରା ତନ୍ନ ତନ୍ନ କରି ଖୋଜୁଛନ୍ତି । ୟୁକ୍ରେନର ସଶସ୍ତ୍ର ବାହିନୀ (General Staff of the Armed Forces of Ukraine)ର ଭେରିଫାଏଡ୍ ଫେସବୁକ୍ ଆକାଉଣ୍ଟରୁ ଏପରି ଏକ ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋରେ ଜଣେ ଫାଇଟର୍ ପାଇଲଟକୁ ଦେଖିବାକୁ ମିଳିଛି ।
09:21 AM
ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଥିବା ବେଳେ ଆମେରିକା ପୁଣିଥରେ ଜେଲେନସ୍କି ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏସମ୍ପର୍କରେ ଘୋଷଣା କରିଛନ୍ତି । ୟୁକ୍ରେନକୁ ପାଖାପାଖି ୨୦୦ ମିଲିୟନ ଆମେରିକି ଡଲାର ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ସେମାନେ ବିଦେଶ ବିଭାଗକୁ ଅନୁମତି ଦେଇଛନ୍ତି ।
09:21 AM
ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ତମ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକରେ ଲଗାତାର ରକେଟ୍ ବର୍ଷା ହେଉଛି । ଋଷୀୟ ସୈନିକ ଏବଂ ୟୁକ୍ରେନୀୟମାନଙ୍କ ମଧ୍ୟରେ ଏକ ଗରିଲା ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଶହ ଶହ ନୀରିହ ଜନତାଙ୍କ ଜୀବନ ଗଲାଣି । ବଡ଼ ବଡ଼ ଅଟ୍ଟାଳିକା ଗୁଡ଼ିକ ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲାଣି ।
08:37 AM
14:45 PM
14:08 PM
ଆଖି ସାମ୍ନାରେ ଥିଲା ନିଶ୍ଚିତ ମୃତ୍ୟୁ । ପାନରୁ ଚୁନ ଖସିଲେ ଫୁଟିବ ଗୁଳି । ତଥାପି ବନ୍ଧୁକ ଗୁଳିକୁ ଭୟ କଲେନି । ପରିଣତ ବୟସରେ ବାହାଦୂରୀ ଦେଖାଇଲେ ବୃଦ୍ଧ ଦମ୍ପତି । ଶତ୍ରୁ ସେନା ବିରୋଧରେ ବୃଦ୍ଧ ଦମ୍ପତିଙ୍କ ହଲ୍ଲା ବୋଲ୍ । ଗୋଳାବାରୁଦର କୋଳାହଳ ଭିତରେ ନିଜ ଘର ସାମ୍ନାରେ ଢ଼ାଲ ହୋଇ ଛିଡ଼ା ହୋଇଗଲେ ।
14:08 PM
ଋଷିଆ-ୟୁକ୍ରେନ୍ ମହାଯୁଦ୍ଧ ମଧ୍ୟରେ ଜୈବିକ ଅସ୍ତ୍ର ପ୍ରୟୋଗ ଭୟ । ବାୟୋଲୋଜିକାଲ ଓ୍ୱିପନ ବା ଜୈବିକ ଅସ୍ତ୍ର । କୌଣସି ବି ଦେଶରେ ମୃତ୍ୟୁର ତାଣ୍ଡବ ରଚିପାରେ ବାୟୋ ଓ୍ୱିପନ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜୈବାସ୍ତ୍ରର ଅର୍ଥ କୌଣସି ଗୋଷ୍ଠୀ ବା ଜନସଂଖ୍ୟାକୁ ଉଦ୍ଦେଶ୍ୟମୂଳକ ଭାବେ ମାରାତ୍ମକ ବ୍ୟାକ୍ଟେରିଆ ଓ ଭାଇରସ୍ ଆଦି ଦ୍ୱାରା ସଂକ୍ରମିତ କରାଇବ
12:19 PM
ଋଷିଆ ୟୁକ୍ରେନ ମଧ୍ୟରେ ୧୭ ଦିନର ଯୁଦ୍ଧ ଭୟାବହତା ଭିତରେ ଦେଖାଦେଇଛି ଘାତକ ଜୈବାସ୍ତ୍ର ପ୍ରୟୋଗର ଆଶାଙ୍କା । ୟୁକ୍ରେନ ଏଭଳି କାର୍ଯ୍ୟକ୍ରମ କରୁଥିବା ଏବଂ ଏଥିପାଇଁ ଆମେରିକା ଆର୍ଥିକ ସହାୟତା ଯୋଗାଉଥିବା ଋଷ ଦାବି କରିଥିବାବେଳେ ଏହାକୁ ଉଭୟ ୟୁକ୍ରେନ୍ ଏବଂ ଆମେରିକା ଖଣ୍ଡନ କରିଛନ୍ତି ।
12:19 PM
ୟୁକ୍ରେନ୍ ଯୁଦ୍ଧରେ ନାଟୋ ରାଷ୍ଟ୍ର ଋଷିଆ ବିରୋଧରେ ଲଢ଼ିବେନି। ଏନେଇ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ଯଦି, ଏପରି ହୁଏ ତେବେ ନିଶ୍ଚିତ ଭାବେ ତୃତୀୟ ବିଶ୍ୱଯୁଦ୍ଧ ହେବ। ପୂରା ଘଟଣା ଜାଣନ୍ତୁ...
11:19 AM
12:14 PM
12:14 PM
12:14 PM
11:51 AM
୧୬ ଦିନରେ ପହଞ୍ଚିଲାଣି ଋୁଷ-ୟୁକ୍ରେନ୍ ଯୁଦ୍ଧ । ଯୁଦ୍ଧରେ ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବାର ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ୟୁକ୍ରେନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।ସମ୍ପୂର୍ଣ୍ଣ ଖବର ପଢ଼ନ୍ତୁ...
11:40 AM
ୟୁକ୍ରେନ୍ରୁ ଫେରିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଳତି ଗାଁର ଡାକ୍ତରୀ ଛାତ୍ରୀ ଶୁଭଲଷ୍ମୀ ବରାଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଘରେ ପହଞ୍ଚିଛନ୍ତି । ସମ୍ପୂର୍ଣ୍ଣ ଖବର ଜାଣନ୍ତୁ...
11:40 AM
11:40 AM
11:40 AM
11:40 AM
11:40 AM
11:40 AM
11:40 AM
11:40 AM
11:40 AM
11:40 AM
06:52 AM
16:12 PM
13:03 PM
ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ । ଯାହାକୁ ନେଇ ପାକିସ୍ତାନୀ ମହିଳା ଓ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି...ଆହୁରି ଜାଣନ୍ତୁ...
11:59 AM
11:59 AM
09:11 AM
ଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ବୁଝାମଣା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ରୁଷ୍ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠି ରହିବା ନେଇ ଆଶା ନଦେଖି ଜେଲେନସ୍କି ବୁଝାମଣା କରିବାକୁ ରାଜି ହୋଇଛନ୍ତି । ସେ କହିଛନ୍ତି ତାଙ୍କର ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ ।
14:19 PM
ଦ୍ଧ ଘନଘଟା ଭିତରେ ମାନବିକତାକୁ ବଞ୍ଚାଇବାର ପ୍ରୟାସ । ଆଜି ମଧ୍ୟ ଅସ୍ତ୍ରବିରତି ନେଇ ରୁଷ ଘୋଷଣା କରିଛି । ହ୍ୟୁମାନଟାରିଆନ କରିଡର ଜରିଆରେ ଲୋକଙ୍କୁ ଉଦ୍ଧାର ପାଇଁ କିଭ୍ ସମେତ ୫ ସହରରେ ଋଷ୍ ଅସ୍ତ୍ରବିରତି ଘୋଷଣା କରିଛି । ଉଭୟ ପକ୍ଷ ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ଅଭିଯୋଗ ମଧ୍ୟରେ ରୁଷ୍ ଏହି ଘୋଷଣା କରିଛି ।
14:19 PM
14:19 PM
09:49 AM
ତୀୟ ଥର ପାଇଁ ଋଷିଆ ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ୟୁକ୍ରେନରେ ପୁଣି ଯୁଦ୍ଧ ବିରତି ଘୋଷଣା କରିଛି ରୁଷିଆ । ୫ ସହର କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଆରମ୍ଭ ହେବ
09:49 AM
କ୍ରେନ୍-ରୁଷିଆ ଘମାଘୋଟ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ୍ ଆକ୍ରମଣରେ ରୁଷିଆର ମେଜର ଜେନେରାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ୟୁକ୍ରେନର ଖାରକିଭରେ ରୁଷିଆର ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି। ଏହି ଦାବି କରିଛି ୟୁକ୍ରେନ୍ ।
09:49 AM
ତିନି ତିନି ଥର ବୈଠକ ବସିଲାଣି, ହେଲେ ସମାଧାନର ବାଟ ବାହାରିପାରୁନି । ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି । ଗୋଟିଏ ପଟେ ଯୁଦ୍ଧ ଦ୍ୱାଦଶ ଦିନ ପାର୍ କରିଥିବା ବେଳେ ଋ଼ଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରସ୍ତାବ ନେଇ ତୃତୀୟ ରାଉଣ୍ଡ ଆଲୋଚନା ହୋଇଥିଲା ।
17:22 PM
ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ୫୦ ମିନିଟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ସୂଚନା ମିଲିଛି। ସାଂପ୍ରତିକ ୟୁକ୍ରେନ ସ୍ଥିତି ନେଇ ଉଭୟ ନେତାଙ୍କ ଆଲୋଚନା ହୋଇଛି । ୟୁକ୍ରେନ ସହ ଚାଲିଥିବା ଦ୍ୱିପାକ୍ଷିକ କଥାବାର୍ତ୍ତା ନେଇ ମୋଦିଙ୍କୁ ଜଣାଇଲେ ପୁଟିନ । ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନର ସାଂପ୍ରତିକ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍ ଧରି ଫୋନ୍ରେ ଆଲୋଚନା ହୋଇଥିଲା। ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିଲେ।
11:02 AM
କ୍ରେନର ରାଜଧାନୀ କିଭରେ ଯୁଦ୍ଧର ସଙ୍କଟ ଗଭୀର ହେବାରେ ଲାଗିଛି । ଘନଘନ ବୋମା ବିସ୍ଫୋରଣରେ ୟୁକ୍ରେନ୍ବାସୀ ଆକ୍ତାମାକ୍ତା ହୋଇପଡ଼ୁଛନ୍ତି । ବର୍ତ୍ତମାନ ୟୁକ୍ରେନ୍ରେ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଋଷୀୟ ସେନା ରାଜଧାନୀ କିଭକୁ ଚାରିଆଡ଼ୁ ଘେରି ରହିଛନ୍ତି ଏବଂ କିଭରୁ ଶତ୍ରୁ ସୈନ୍ୟବାହିନୀଙ୍କ ଦୂରତା ଧୀରେ ଧୀରେ ହ୍ରାସ ପାଉଛି
11:02 AM
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି । ବିଶେଷ କରି ଅଶୋଧିତ ତୈଳ ଯୋଗାଣ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି, ଯେଉଁଥି ପାଇଁ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶ୍ୱ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ଦରର ମୂଲ୍ୟ ବ୍ୟାରେଲ୍ ପିଛା ୧୩୦ ଡଲାର ଅତିକ୍ରମ କରିଛି । ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୯.୧୩ ଡଲାରରେ ପହଞ୍ଚିଛି ।
11:00 AM
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ କଥା ହେବେ। ଫୋନ୍ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଆହୁରି ପଢ଼ନ୍ତୁ...
10:19 AM
୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍ ଭିତରେ ପଶିପାରିନି ଋଷୀୟ ସେନା। ଆହୁରି ପଢ଼ନ୍ତୁ...
09:12 AM
ୟୁକ୍ରେନର ଉପରେ ଜାରି ରହିଛି ଆକ୍ରମଣ । ବର୍ତ୍ତମାନ ମରିପଲ ସହର ଉପରେ ରୁଷୀୟ ସେନାଙ୍କ ନଜର । ଅସ୍ତ୍ରବିରତି ଉଲ୍ଲଂଘନ ପରେ ଋଷିଆ ଆଜି ସକାଳୁ ସକାଳୁ ମରିପଲ ଉପରେ ଆକ୍ରମଣ କରିଛନ୍ତି । ବନ୍ଦର ସହର ଉପରକୁ ଘନ ଘନ ବୋମାମାଡ଼ କରୁଛନ୍ତି ଋଷୀୟ ସେନା । ଫଳରେ ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।
09:12 AM
ଜାରି ରହିଛି ଲଢ଼େଇ । ଗତ ୧୧ ଦିନ ଧରି ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ ପକ୍ଷରୁ ଜାରି ରହିଛି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଯୁଦ୍ଧ । ଏକାଦଶ ଦିନରେ ପହଞ୍ଚିଥିଲେ ବି କମୁନି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଆକ୍ରୋଶ । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି ।
22:47 PM
ଘର ଗଲା, ବ୍ୟବସାୟ ଗଲା। ଜୀବନ ସାରା ଯାହା ଅର୍ଜି ଥିଲେ ତାହା ବି ଗଲା। ପରିସ୍ଥିତି ଏପରି ହୋଇଛି କି, ପରିଚୟ ବି ବଦଳି ଯାଇଛି ୟୁକ୍ରେନ୍। ନାଗରିକରୁ ପାଲଟି ଯାଇଛନ୍ତି ଶରଣାର୍ଥୀ। ଜନବସତିପୂର୍ଣ୍ଣ ଅଞ୍ଚଳରେ ଋଷର ଆକ୍ରମଣ ବଢୁଥିବାରୁ ପ୍ରାଣ ବିକଳରେ ଦେଶ ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି ହଜାର ହଜାର ୟୁକ୍ରେନ୍ ନାଗରିକ। ପଡୋଶୀ ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ, ମାଲଡୋଭା ଏବେ ପାଲଟିଛି ଏମାନଙ୍କ ଆଶ୍ରୟସ୍ଥଳ।
16:42 PM
ଆଜି ଉତ୍ତର ୟୁକ୍ରେନ୍ ସହର ସୁମିରେ ଭାରତୀୟ ଛାତ୍ରମାନେ ଭିଡ଼ିଓ ସେୟାର କରି କହିଛନ୍ତି ଯେ, "ଆମେ ୫୦ କି.ମି ଦୂରରେ ଥିବା ଋଷିଆ ସୀମାକୁ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛୁ" । ସୁମି ଷ୍ଟେଟ ୟୁନିଭର୍ସିଟି କ୍ୟାମ୍ପସରୁ ଆସିଥିବା ଏହି ଭିଡିଓରେ, ଛାତ୍ରମାନେ ବରଫରେ ଛିଡ଼ା ହୋଇ ଋଷିଆ ସୀମା ଆଡକୁ ଯିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ପତାକା ଧରିଛନ୍ତି । ସେମାନେ କହିଛନ୍ତି ଯେ, ଏହା ହେଉଛି ଆମର ଶେଷ ଭିଡିଓ, ଏହାପରେ ଆମର ଯାହା ବି ହେବ, ସେଥିପାଇଁ କେବଳ ସରକାର ଦାୟୀ।
16:42 PM
ଯୁଦ୍ଧର ଭୟଙ୍କର ପ୍ରଭାବ । ବନ୍ଦ ହୋଇଯିବ କି କାର ଓ ମୋବାଇଲ ଚିପ୍ର ଉତ୍ପାଦନ ? ମହାଯୁଦ୍ଧର ମହାସଙ୍କଟର ପ୍ରଭାବ ଏବେ ପୂରା ବିଶ୍ୱ ଉପରେ ପଡ଼ୁଛି । ବର୍ତ୍ତମାନ ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ। ପଛକୁ ହଟୁନାହାନ୍ତି ପୁଟିନ୍ ସେନା ଓ ଋଷର ସୈନ୍ୟ ଆଗରେ ଝୁଙ୍କୁନାହାନ୍ତି ଜେଲେନସ୍କିଙ୍କ ସେନା । ଯାହା ଫଳରେ ଯୁଦ୍ଧ ଥମିବାରେ ନା ନେଉନି। ଏହାରି ମଧ୍ୟରେ ବିଶ୍ୱରେ ଚିପ୍ ସଙ୍କଟ ଦେଖାଯିବା ଆରମ୍ଭ କଲାଣି। ଯଦି ଏହି ସଙ୍କଟ ଆଉ କିଛିଦିନ ଲାଗିରହେ ତେବେ ସ୍ଥିତି ଜଟିଳ ହୋଇପାରେ
14:42 PM
14:42 PM
14:42 PM
14:42 PM
14:42 PM
14:42 PM
12:30 PM
ଶକ୍ତିଶାଳୀ ବଙ୍କର ଭିତରେ ଅଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଗୋଳାବାରୁଦ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବୋମା ବିସ୍ଫୋରଣ, ଏୟାର ଆଟାକ୍ କିଛି ବି କରିପାରିବନି । ଏପରିକି ପରମାଣୁ ଆକ୍ରମଣ ମଧ୍ୟ ପ୍ରଭାବହୀନ ହୋଇଯିବ । ଯୁଦ୍ଧ ଆଶଙ୍କା କରି ପୂର୍ବରୁ ପ୍ରସ୍ତୁତ ଥିଲା ୟୁକ୍ରେନ୍ । ଜେଲେନସ୍କି ଥିବା ବଙ୍କରକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ।
12:30 PM
12:30 PM
12:28 PM
12:28 PM
12:28 PM
12:24 PM
ଋଷ ସୈନ୍ୟଙ୍କ ଆକ୍ରମଣରେ ଶହଶହ ୟୁକ୍ରେନ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଲକ୍ଷଲକ୍ଷ ଘର ଭାଙ୍ଗି ମାଟିରେ ମିଶିଯାଇଛି। ଆଉ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ୟୁକ୍ରେନର ଯାହା ବି କ୍ଷତି ହେବ ତାହା ଋଷ୍ ହିଁ ପୂରଣ କରିବ। ଯାହାକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା। ସତରେ କଣ ୟୁକ୍ରେନର କ୍ଷତି ବହନ କରିପାରିବ ଋଷ?
08:20 AM
08:19 AM
08:19 AM
08:19 AM
08:19 AM
08:19 AM
08:19 AM
08:19 AM
08:19 AM
14:57 PM
14:57 PM
14:57 PM
14:03 PM
13:18 PM
13:18 PM
13:18 PM
13:18 PM
13:18 PM
13:18 PM
12:33 PM
ୟୁକ୍ରେନ୍ ଉପରେ ଆକ୍ରମଣ କରିବ ଋଷିଆ, ଏସମ୍ପର୍କରେ ପୂର୍ବରୁ ଅବଗତ ଥିଲେ ଜିନପିଙ୍ଗ୍ ସରକାର । ୟୁକ୍ରେନ ଉପରେ ଆକ୍ରମଣକୁ ସାମୟିକ ସମୟ ପାଇଁ ରୋକିବାକୁ ଚୀନ୍ ଋଷିଆକୁ ଅନୁରୋଧ କରିଥିବା ବୋଲି ଏକ ଗୁପ୍ତଚର ରିପୋର୍ଟରୁ ଜଣାପଡ଼ିଛି । ଶୀତକାଳୀନ ଅଲିମ୍ପିକ୍ସ ପରେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ଚୀନର ଅଧିକାରୀ । ଆଉ ତାହାହିଁ ହେଲା ।
12:33 PM
ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ଋଷିଆ । ହେଲେ ଏହି ଯୁଦ୍ଧକୁ ନାପସନ୍ଦ କରୁଛନ୍ତି ଋଷୀୟ ନାଗରିକ । ୟୁକ୍ରେନ୍ ବିରୋଧରେ ଯୁଦ୍ଧ ନିଷ୍ପତ୍ତି ହେତୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱରେ ଏକପ୍ରକାର ଏକଘରିଆ ହୋଇଯାଇଥିବା ବେଳେ ନିଜ ଦେଶର ଲୋକେ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ।
12:33 PM
କାରେଷ୍ଟରୁ ଆଉ ୧୮୩ ଜଣ ଭାରତୀୟଙ୍କୁ ଆଣି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛି ବିମାନ । ଭାରତୀୟଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ପାଟିଲ ପହଞ୍ଚି ଭାରତୀୟଙ୍କୁ ସ୍ୱାଗତ କରିଛନ୍ତି ।
11:49 AM
11:49 AM
11:49 AM
11:49 AM
11:49 AM
11:49 AM
11:49 AM
11:49 AM
11:49 AM
10:53 AM
10:53 AM
ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି। ସମ୍ପୂର୍ଣ୍ଣ ଖବର ପଢ଼ନ୍ତୁ...
10:53 AM
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି। ସମ୍ପୂର୍ଣ୍ଣ ଖବର ପଢ଼ନ୍ତୁ...
09:15 AM
ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍ ରେଲ୍ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି।ଆହୁରି ପଢ଼ନ୍ତୁ...
09:15 AM
09:15 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
08:42 AM
19:58 PM
ଋଷିଆକୁ କଡ଼ା ଟକ୍କର । ବନ୍ଦୀ ସୈନ୍ୟଙ୍କୁ ମୁକ୍ତ କଲା ୟୁକ୍ରେନ । ସହଜ ନୁହେଁ ୟୁକ୍ରେନ ଦଖଲ । ଋଷିଆ ସୈନ୍ୟଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ବଞ୍ଚିବାକୁ ଯଦି ଚାହୁଁଛ ତେବେ ୟୁକ୍ରେନ ଛାଡ଼ି ତୁରନ୍ତ ନିଜ ରାଷ୍ଟ୍ରକୁ ପଳାଇଯାଅ । ଏଇଠି ରହିଲେ କେତେବେଳେ ପ୍ରାଣ ଚାଲିଯିବ ତାହା କେହିବି ଜାଣିନାହାନ୍ତି । ଋଷିଆ ବିରୋଧରେ ଯୁଦ୍ଧକୁ ଆହୁରି କଠୋର କରିବା ପାଇଁ ୟୁକ୍ରେନ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେଲେନସ୍କି ।
19:33 PM
ଶ୍ୱକୁ ପୁଣି ପରମାଣୁ ବୋମା ଆକ୍ରମଣ ନେଇ ଚେତାବନୀ ଦେଲା ଋଷ । ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ନିର୍ଣ୍ଣାୟକ ହେବ କହିଲା ରୁଷିଆ । ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ପୁରା ବିଶ୍ୱକୁ ଚେତାବନୀ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ବୋମା ହିଁ ଯୁଦ୍ଧର ନିର୍ଣ୍ଣାୟକ ହେବ । ଏହାଦ୍ୱାରା ପୁରା ବିଶ୍ୱରେ ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି ହେବ କହିଛନ୍ତି ଲାବ୍ରୋଭ୍ । ଋଷୀୟ ନ୍ୟୁଜ୍ ଏଜେନ୍ସି ସ୍ପୁଟ୍ନିକ୍, ଲାବରୋଭ୍ଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛି ।
14:45 PM
14:45 PM
14:36 PM
14:36 PM
14:32 PM
ୟୁକ୍ରେନ ଆକ୍ରମଣ ପରେ ଶାନ୍ତିରେ ବସିନାହାନ୍ତି ପୁଟିନ୍ । ଅନ୍ୟ ଦେଶ ଉପରେ ସାମରିକ ଆକ୍ରମଣ କରିବାକୁ କରୁଛନ୍ତି ପ୍ଲାନ। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୁରକ୍ଷା ଓ ଶକ୍ତି ପ୍ରଦର୍ଶନ ଲାଗି ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଆଦୌ ଠିକ୍ ନୁହେଁ ବୋଲି ବାଇଡେନ କହିଛନ୍ତି ।
14:29 PM
14:29 PM
14:19 PM
14:04 PM
କିଭ୍ ଓ ଖାରକିଭ୍ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି। ଆହୁରି ପଢ଼ନ୍ତୁ...
13:56 PM
12:48 PM
12:48 PM
12:48 PM
12:48 PM
12:48 PM
12:48 PM
12:48 PM
12:48 PM
ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଏମିତି କହିଛି ଭାରତୀୟ ଦୂତାବାସ। ବଡ଼ ବିପଦ ଆଶଙ୍କାରେ ଯେଉଁମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡିବାକୁ କୁହାଯାଇଛି। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ...ଆହୁରି ଜାଣନ୍ତୁ...
12:48 PM
12:48 PM
12:48 PM
12:48 PM
12:48 PM
12:48 PM
12:48 PM
12:48 PM
12:48 PM
12:48 PM