/odishatv-khabar/media/post_attachments/uploadimage/library/16_9/16_9_0/IT_Raid_1750487028.jpg)
IT Raid
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି IT ରେଡ୍ । ଆୟକର ଫାଙ୍କିବା ଅଭିଯୋଗରେ ଲଗାତାର ତୃତୀୟ ଦିନରେ ଚାଲିଛି ଚଢାଉ । ନବ କିଶୋର ଦାସଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ । ୧୯ ତାରିଖ ସକାଳୁ ଆରମ୍ଭ ହୋଇଥିଲା ରେଡ୍ । ନବଙ୍କ ସମ୍ବଲପୁର ମୁଦିପଡ଼ା ସ୍ଥିତ ଘର, ଭିଏସଏସ ମାର୍ଗରେ ଥିବା ହୋଟେଲ ମାଣ୍ଡାରିନ, ଭାଲୁପାଲି ସ୍ଥିତ ଏକ ହୋଟେଲ ଓ ଅଇଁଠାପାଲି ସ୍ଥିତ ଏକ ମଲ୍ ଏବଂ ଶାନ୍ତି ନଗର ସ୍ଥିତ ନବଙ୍କ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିଲା । ତେବେ ଚଢାଉ ନେଇ ନବ ଦାସଙ୍କ ପରିବାର ସଦସ୍ୟ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
ଆୟକର ଠକେଇ ନେଇ ଅଭିଯୋଗ ଆସିଥିବାବେଳେ ୨୦ରୁ ଅଧିକ ସ୍ଥାନରେ ଗୁରୁବାର ଇଡି ତନାଘନା କରିଥିଲା । ଗତକାଲି ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଆୟକର ବିଭାଗ । ପୂର୍ବରୁ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା । ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବାବେଳେ ବ୍ରଜ ଦାସଙ୍କ ଘରେ ଏକାଧିକ ବିଳାସପୂର୍ଣ୍ଣ କାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲ। । ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)