Advertisment

Love Turns Deadly: ନାବାଳିକା ପ୍ରେମିକା ସାଜିଲା ରାକ୍ଷସୀ, ପାହାଡ଼ ଉପରେ ପ୍ରେମିକର ନେଲା ଜୀବନ

ନାବାଳିକା ପ୍ରେମିକା ସାଜିଲା ରାକ୍ଷସୀ ! ପାହାଡ଼ ଉପରେ ଘଟାଇଲା ନାରକୀୟ କାଣ୍ଡ । ନୂଆ ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକକୁ କଲା ନୃଶଂସ ହତ୍ୟା । ଏବେ ହତ୍ୟା ଉପରୁ ପରଦା ହଟୁଛି ।

author-image
Tapan Swain
Murder

Murder Photograph: (OTV)

ନାବାଳିକା ପ୍ରେମିକା ସାଜିଲା ରାକ୍ଷସୀ ! ପାହାଡ଼ ଉପରେ ଘଟାଇଲା ନାରକୀୟ କାଣ୍ଡ । ନୂଆ ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକକୁ କଲା ନୃଶଂସ ହତ୍ୟା । ସମ୍ବଲପୁର କ୍ଷେତରାଜପୁର ଥାନା ଲକ୍ଷ୍ମୀ ଡ଼ୁଙ୍ଗୁରୀ ପାହାଡ଼ ଉପରେ ଏଭଳି ନାରକୀୟ ଘଟଣା ଘଟିଛି ।

Advertisment

ହୀରାକୁଦ ଅଞ୍ଚଳର ଯୁବକ ଅଭୟ ଦାସଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି ନାବାଳିକା ପ୍ରେମିକା । ଅଭୟଙ୍କ ମୃତଦେହ ଉଦ୍ଧାର ହେବା ପରେ ଏବେ ହତ୍ୟା ଉପରୁ ପରଦା ହଟୁଛି । ନାବାଳିକା ପ୍ରେମିକାଙ୍କ ସହ ପୋଲିସ ୨ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ନୂଆ ନୂଆ ତଥ୍ୟ ଓଗାରୁଛି । 

ପୋଲିସ କହିଛି, ମୃତକ ଅଭୟ ସଂପୃକ୍ତ ନାବାଳିକାକୁ ପ୍ରେମ କରୁଥିଲେ । ପରେ ଆଶୁତୋଷ ବୋଲି ଜଣେ ଯୁବକ ସଂପୃକ୍ତ ନାବାଳିକାକୁ ଭଲ ପାଇଥିଲେ । ଗତ ୮ ତାରିଖ ଦିନ ଉଭୟ ମିଶି ଯୋଜନା କରି ଅଭୟଙ୍କୁ ହତ୍ୟା କରିଛନ୍ତି । ଯୋଜନା ମୁତାବକ ନାବାଳିକା ପ୍ରେମିକା ଅଭୟଙ୍କୁ ଫୋନ୍ କରି ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼ ଉପରକୁ ଡାକିଥିଲା ।

Advertisment

ଯୋଜନାବଦ୍ଧ ହତ୍ୟାକାଣ୍ଡ

ପୂର୍ବରୁ ପାହାଡ଼ ଉପରରେ ନାବାଳିକା ପ୍ରେମିକା, ଆଶୁତୋଷ ଓ ଜଣେ ସହଯୋଗୀ ସୋନୀ ପହଞ୍ଚି ସାରିଥିଲେ । ସେଠାରେ ଅଭୟ ପହଞ୍ଚିବା ପରେ ପ୍ରେମିକା ନାଟକ କରି କୋଲ୍ଡ ଡ୍ରିଙ୍ଗ୍ସରେ ନିଶା ମିଶାଇ ଅଭୟଙ୍କୁ ଅଚେତ କରିଥିଲା । ପରେ ସେ ସଂଜ୍ଞାହୀନ ହେବାରୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁରୀରେ କାଟିଥିଲା । ଯାହାଫଳରେ ସେହି ସ୍ଥାନରେ ହିଁ ଅଭୟଙ୍କର ମୃତ୍ୟୁ ଘଟିଥିଲା ବୋଲି ପୋଲିସ କହିଛି । 

ଅଭୟଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ମୃତଦେହ ପାହାଡ଼ ଉପରୁ ଉଦ୍ଧାର କରିଥିଲା । ପୋଲିସ ଏହି ହତ୍ୟା ଘଟଣାର ତଦନ୍ତ କରି ପର୍ଦ୍ଦାଫାସ କରିଛି । ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।  

Murder Lover
Advertisment
Related Articles
Advertisment