Advertisment

ସମ୍ବଲପୁରେ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର !

ଗିରଫ ହୋଇଥିବା ଅଭିଯୁକ୍ତମାନେ କୋରାପୁଟ, ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶର। ସେମାନେ ଟ୍ରେନରେ ଆସି ପ୍ରଥମେ ରେକି କରନ୍ତି,ପରେ ଡକାୟତି କରନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି।

author-image
Satyendu Shekher Mishra
Sambalpur Encounter

Sambalpur Encounter

ଡକାୟତଙ୍କୁ ସମ୍ବଲପୁର ପୋଲିସର ଏନକାଉଣ୍ଟର। ଏଥିରେ ଜଣେ ଆହତ ହୋଇଛି। ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ଜଣକ ହେଲା କୋରାପୁଟ ଲକ୍ଷ୍ମୀପୁରର। ଏହି ଘଟଣାରେ ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ଟି ଦେଶୀ ବନ୍ଧୁକ, ଗୁଳି, ୩ ଲକ୍ଷରୁ ଅଧିକ ଟଙ୍କା, ଭୁଜାଲି ଓ ଛୁରୀ ଜବତ କରିଛି।

Advertisment

ପୋଲିସ କହିବା ଅନୁସାରେ ସମ୍ବଲପୁର ସଦରଥାନା ଜୟନ୍ତପୁରରେ ହୋଇଥିବା ଡକାୟତିରେ ଏମାନେ ସଂପୃକ୍ତ। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ରେଡ୍ କରିବା ବେଳେ କେନ୍ ଘାଟି ନିକଟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଡକାୟତମାନେ। ପୋଲିସର ପାଲଟା ଗୁଳିରେ ଜଣେ ଆହତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ କୋରାପୁଟ, ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶର। ସେମାନେ ଟ୍ରେନରେ ଆସି ପ୍ରଥମେ ରେକି କରନ୍ତି,ପରେ ଡକାୟତି କରନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି।

Encounter
Advertisment
Advertisment