/odishatv-khabar/media/media_files/2025/10/23/job-fraud-2025-10-23-15-23-07.jpg)
Job Fraud Photograph: (OTV)
ଝାଡ଼ୁଦାର ଚାକିରି ପାଇଁ ମହାଘୋଟାଲା। ସରକାରୀ ସଂସ୍ଥାରେ ମିଥ୍ୟା ଝାଡ଼ୁଦାର ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ। ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ କରିଛି। ସମ୍ୱଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଏମାନେ ଠକେଇ କରିଛନ୍ତି।
ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ପ୍ରଲୋଭନ ଦେଖାଇ ଗରିବ ଲୋକଙ୍କ ଠାରୁ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ଠକ ଦଳ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଛି । ଏମାନେ ହାତାହାତି ଟଙ୍କା ନେଉଥିଲେ । ଏହି ରାକେଟ୍ ସମ୍ୱଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ କରିଥିବାର ଜଣାପଡିଛି । ଝାଡ଼ୁଦାର ଚାକିରି ଦେବା ନାଁରେ ଜଣକଠାରୁ ୧୨ ହଜାର ଲେଖାଏଁ ଏମାନେ ଆଦାୟ କରୁଥିଲେ ।
ଏହି ଘଟଣାରେ ବୁର୍ଲା ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଗତ ରାତିରେ ଥାନାକୁ ପଚରାଉଚରା ପାଇଁ ଆଣିଥିଲା । ତେବେ ବହୁ ସଂଖ୍ୟକ ମହିଳା ଗତ ରାତିରେ ଥାନା ଆଗରେ ଏହାର ପ୍ରତିବାଦ କରିଥିଲେ ।
ମିଥ୍ୟା ଚାକିରି ପ୍ରଳୋଭନ ପଛରେ ବଡ଼ ରାକେଟ
ଗତ କିଛି ଦିନ ହେଲା ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଝାଡ଼ୁଦାର ଚାକିରି କରାଇଦେବା ନାଁରେ କିଛି ଲୋକ ଜଣକ ଠାରୁ ୧୨ ହଜାର ଟଙ୍କା ଆଦାୟ କରୁଥିଲେ । ଏହି କଥା ଚାରିଆଡେ ଆଲୋଚନା ହେବ। ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ସୂଚନା ଜାରି କରାଯାଇଥିଲା । ନକଲି ଚାକିରି ପ୍ରତି ସାବଧାନ ରହିବାକୁ ସୂଚନା ଦିଆଯାଇଥିଲା ।
ଗତକାଲି ଚିପିଲିମା କରଡୋଲା ଅଞ୍ଚଳରେ ମହିଳାମାନଙ୍କର ଏକ ସମାବେଶ ହୋଇଥିଲା । ତେବେ ସେମାନଙ୍କୁ ଠକମାନେ କି ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଥିଲେ । ଏହି ମହିଳାମାନଙ୍କୁ ପୋଲିସ ବୁଝାସୁଝା କରିଛି । ଆଇନ ଅନୁସାରେ ଠକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି ।
ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୬୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)