Advertisment

ଆଗେଇବାର ନାଁ ଧରୁନି ମୌସୁମୀ; ୩ ଦିନ ଯାଏଁ ଗୁଳୁଗୁଳିରୁ ନିସ୍ତାର ନାହିଁ...

ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ୩ ଦିନ ଯାଏଁ ଗୁଳୁଗୁଳିରୁ ନିସ୍ତାର ନାହିଁ । ୩ ଦିନ ଯାଏଁ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଶ୍ବସ୍ତି ଆଣିବ ବର୍ଷା  ।

author-image
Sujit kumar Swain
ଅଦ୍ୟତନ ହୋଇଛି
Heatwave Likely to continue For next 3 days

Scorching heat

ସେପଟେ ମୌସୁମୀ ରୁଷିଥିବା ବେଳେ, ଏପଟେ ସତେ ଯେମିତି ରାଗ ଶୁଝାଉଛି ଗରମ ଓ ଗୁଳୁଗୁଳି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ଗୁଳୁଗୁଳିରୁ ନିସ୍ତାର ନାହିଁ । ଆଗାମୀ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ପଶ୍ଚିମ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ। 

Advertisment

ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ୧୯ ଓ ୨୦ ତାରିଖରେ ବର୍ଷା ପରିମାଣ ବଢ଼ିବ। ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ: ରଜ ଗଲା, ତଥାପି ନିଖୋଜ ମୌସୁମୀ; ଚାଷୀଙ୍କୁ ଘାରିଲା ଗଜା ମରୁଡ଼ି ଆଶଙ୍କା

Advertisment

ମୌସୁମୀ ଅଗ୍ରଗତିକୁ ନେଇ ଆକଳନ କରାଯାଇଛି ଯେ, ଆଉ ୪ଦିନ ଭିତରେ ଏଥିପାଇଁ ସ୍ଥିତି ଅନୁକୂଳ ହେବ। ଏବେ ମୌସୁମୀ ବାୟୁ ମାଲକାନଗିରି ଓ କୋରାପୁଟକୁ ଛୁଇଁଥିବା ବେଳେ, ୪ ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରେ । ସୂଚନାଯୋଗ୍ୟ ଯେ, ଜୁନ୍ ୮ରୁ ମୌସୁମୀ ଓଡ଼ିଶାର ଦକ୍ଷିଣ ପ୍ରାନ୍ତକୁ ଛୁଇଁଥିଲେ ବି, ୧୦ ଦିନ ହେଲା ତାହା ଆଉ ଆଗେଇବାର ନାଁ ଧରୁନି। 

ଅନ୍ୟପଟେ ରାଜ୍ୟର ୧୦ ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି। ଅନ୍ୟସବୁ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଓ ଗୁଳୁଗୁଳିର ମାତ୍ରାକୁ ଦେଖି ଜିଲ୍ଲାପାଳମାନେ ନେଇଛନ୍ତି ଭିନ୍ନ ଭିନ୍ନ ନିଷ୍ପତ୍ତି। ୨୦ ଯାଏଁ ଛୁଟି ଘୋଷଣା ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ଗଞ୍ଜାମ, ବରଗଡ, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, ଗଜପତି, ସୁବର୍ଣ୍ଣପୁର ଓ ମୟୂରଭଂଜ। ଏହି ସବୁ ଜିଲ୍ଲାରେ ଆସନ୍ତା ୩ ଦିନ ସ୍କୁଲ ଛୁଟି ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

Heat Wave Weather Update
Advertisment
Advertisment