/odishatv-khabar/media/media_files/2025/10/23/job-fraud-2025-10-23-16-38-04.jpg)
job fraud Photograph: (OTV)
ସମ୍ବଲପୁର ଝାଡ଼ୁଦାର ଚାକିରି ମହାଘୋଟାଲାର ମାଷ୍ଟରମାଇଣ୍ଡ ସାଜିଥିଲେ ପଦ୍ମାବତୀ ଆଉ ରାହୁଲ । ଉଭୟ ଲୋକଙ୍କଠୁ ଆଦାୟ କରୁଥିଲେ ଟଙ୍କା । ଯାହାର ଏକ୍ସକ୍ଲୁସିଭ୍ ଭିଜୁଆଲ୍ ଲାଗିଛି ଓଟିଭି ହାତରେ । ପଦ୍ମାବତୀ ଲୋକଙ୍କ ସାଙ୍ଗରେ ମୂଲଚାଲ କରି ଟଙ୍କା ଆଦାୟ କରୁଥିଲା । ରାହୁଲ ମଧ୍ୟ ସମାନ କାମରେ ନିୟୋଜିତ ହୋଇଥିଲା ।
ଠକେଇର ଶିକାର ହୋଇଥିବା ଶହଶହ ଲୋକ ଏନେଇ ଏସପି ଅପିସରେ ଅଭିଯୋଗ କରିବା ସହିତ ଠକେଇ ଟଙ୍କା ଦାବି କରିଛନ୍ତି । ସମ୍ବଲପୁରରେ ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ମିଥ୍ୟା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି।
ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରାୟ ୨ କୋଟି କଲେକ୍ସନ ହୋଇଥିବା ସୂଚନା ମିଳିଛି । ପ୍ରାୟତଃ ସମ୍ୱଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ କରିଥିବାବେଳେ ଝାଡ଼ୁଦାର ଚାକିରି ଦେବା ନାଁରେ ୧୨ ହଜାର ଲେଖାଏଁ ଆଦାୟ କରାଯାଉଥିଲା । ୧୮ ଶହ ଲୋକ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।
ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ପ୍ରଲୋଭନ ଦେଖାଇ ଗରିବ ଲୋକଙ୍କ ଠାରୁ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ଠକ ଦଳ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଛି । ଏମାନେ ହାତାହାତି ଟଙ୍କା ନେଉଥିଲେ । ଏହି ରାକେଟ୍ ବିଭିନ୍ନ ଜିଲ୍ଲାରେ ଠକେଇ କରିଥିବାର ଜଣାପଡିଛି । ଝାଡ଼ୁଦାର ଚାକିରି ଦେବା ନାଁରେ ଜଣକଠାରୁ ୧୨ ହଜାର ଲେଖାଏଁ ଏମାନେ ଆଦାୟ କରୁଥିଲେ ।
ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୬୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)