/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750935191.jpg)
Suspicious Death Case
ମୃତ୍ୟୁର ୩ ଦିନ ପରେ ମାଟି ତଳୁ କଢାଯିବ ଶବ । ପୋଷ୍ଟମର୍ଟମ ହେବ, ମୃତ୍ୟୁ ପଛର ପ୍ରକୃତ ସତ ସାମ୍ନାକୁ ଆସିବ । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ଏଭଳି ପଦକ୍ଷେପ ନେଇଛି ବଲାଙ୍ଗୀର ଟାଉନ ପୋଲିସ । ଘଟଣାଟି ସୋନପୁର ଜିଲ୍ଲା ରାଣୀସରଡ଼ା ଗ୍ରାମର ।
ଅଭିଯୋଗ ମୁତାବକ, ଗତ ୨୩ ତାରିଖ ଦିନ ରାଣୀସରଡ଼ା ଗାଁର ସୌଦାମିନୀ ନାଗଙ୍କ ପେଟରେ ଷ୍ଟୋନ୍ ହୋଇଥିବାରୁ ବଲାଙ୍ଗିର ମାଳପଡାରେ ଥିବା ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଅପରେସନ୍ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଗଲା । ଏହାପରେ ତାଙ୍କୁ ଡାକ୍ତର ଆମ୍ବୁଲାନ୍ସରେ ଅନ୍ୟ ଏକ ମେଡିକାଲକୁ ପଠାଇଦେଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ
ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ସୌଦାମିନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ପୋଲିସରେ ମାମଲା ପରେ ତଦନ୍ତ ଆରମ୍ଭ ହୋଇଛି । ତେଣେ ଗାଁ ମଶାଣୀରେ ପୋତାଯାଇଥିବା ମୃତଦେହର ପୋଷ୍ଟମର୍ଟମ ହୋଇନଥିବାରୁ ପୋଲିସ ଗାଁକୁ ଯାଇଛି ।
ମାଟି ତଳୁ ମୃତଦେହ କାଢି ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ଆଉ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫୋନ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ । ତେଣେ ପୁରା ଘଟଣା ନେଇ ସଂପୃକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)