Advertisment

Shock Revelation: ହ୍ୟୁମାନଙ୍କୁ କେବେ ରୋଗ ହେଲା ଜାଣିନଥିଲେ ମାଆ ଶେଫାଳୀ, ସବୁ ସେଇ…

ମୋ ପୁଅକୁ କେବେ ରୋଗ ହେଲା, ମୁଁ ଜାଣିନି । ତାକୁ କେବେ କେବେ ପ୍ରଶାନ୍ତ ଓ ପପୁ ହସ୍ପିଟାଲ ନେଇକି ଯାଆନ୍ତି ।ଏହା କହିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା। ଅନେକ କଥା ସେ ଜାଣୁନଥିଲେ ବୋଲି କହିଛନ୍ତି ।

author-image
Tapan Swain
Humane Sagar Mother

Humane Sagar Mother Photograph: (OTV)

ମୋ ପୁଅକୁ କେବେ ରୋଗ ହେଲା, ମୁଁ ଜାଣିନି । ତାକୁ କେବେ କେବେ ପ୍ରଶାନ୍ତ ଓ ପପୁ ହସ୍ପିଟାଲ ନେଇକି ଯାଆନ୍ତି । ଏହା କହିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନା । ଅନେକ କଥା ସେ ଜାଣୁନଥିଲେ ବୋଲି କହିଛନ୍ତି । 

Advertisment

ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆ କହିଛନ୍ତି ଯେ ମୁଁ ସାଙ୍ଗରେ ଯିବାକୁ କହିଲେ, ପୁଅ ମୋତେ ମନା କରେ । ମୋତେ ଆଗରୁ ଜଣାନଥିଲା, ମୋ ପୁଅର କଣ ରୋଗ ହୋଇଛି । ଗତ ୧୦ ତାରିଖରେ ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ହ୍ୟୁମାନର ଏକ ପ୍ରୋଗ୍ରାମ ଥିଲା । ସେ ପ୍ରୋଗ୍ରାମ ସେ ସକସେସ କରି ସେ ଆସିଥିଲା । ଖୁସିରେ ଆସିଥିଲା ବୋଲି କହିଛନ୍ତି ଶେଫାଳୀ ।

ତେବେ ୧୧ ତାରିଖ ଦିନ ତା’ ଦେହ ଖରାପ ହୋଇଥିଲା । ତା’ ଦେହରେ ୧୦୩ ଡିଗ୍ରୀ ସେଲସିଅସ୍ ଜ୍ୱର ଥିଲା । ସେ କମ୍ପୁଥିଲା । ପେଟ ଫୁଲିକି ଅନଇଜି ଲାଗୁଛି ବୋଲି କହିଥିଲେ ହ୍ୟୁମାନ । ୧୧ ତାରିଖରେ ତାକୁ ହସ୍ପିଟାଲ ନେଇକି ଯାଇଥିଲେ । ଇନ୍ଜେକସନ ଦେଇକି ଘଣ୍ଟାଏ ଦୁଇଘଣ୍ଟା ରଖିକି ଆଣିଥିଲେ ।

Advertisment

ହସ୍ପିଟାଲାଇଜ୍ ହେଉ ହେଉ ICUରେ ଭର୍ତ୍ତି

ଗତ ୧୨ ତାରିଖରେ ତାର ପ୍ରୋଗ୍ରାମ ଥିଲା । ୧୨ ତାରିଖରେ ସେ ବାଧ୍ୟ ହୋଇ ପ୍ରୋଗ୍ରାମ ଯିବ ବୋଲି କହୁଥିଲା । ଜ୍ୱର ଥିଲା, ଅନଇଜି ଲାଗୁଥିଲା, ସେ ବିଛଣାରେ ପଡି ଛଟପଟ ହେଉଥିଲେ । କିନ୍ତୁ ପ୍ରୋଗ୍ରାମ ଯିବା ଲାଗି ସେ ମନା କରୁନଥିଲେ । ତାଙ୍କ ମାଆ ପଚାରିଥିଲେ, ପୁଅ ତୁ ଛିଡା ହୋଇପାରୁନୁ, ତୁ କଣ ପ୍ରୋଗ୍ରାମ କରିପାରିବୁ ? ସେ କହିଥିଲେ, ମୋତେ ଟିକିଏ ଭଲ ଲାଗିଲେ, ହାଏ ହାଲୋ କରିକି ପଳାଇ ଆସିବି । ଏମିତି କହୁଥିଲେ ।

ତାଙ୍କ ମାଆ କହିଛନ୍ତି, ମୁଁ ତାକୁ ହସ୍ପିଟାଲ ଯିବାକୁ ଯେତେ କହିଲେ ବି ମାନିଲାନି ମୋ କଥା । ସଂନ୍ଧ୍ୟା ୫ଟା ବେଳକୁ ପପୁ ଆସିଲା । ତାକୁ ହସ୍ପିଟାଲକୁ ନେଲି । ସେଇଦିନ ସାଙ୍ଗେସାଙ୍ଗେ ତାକୁ ICUକୁ ନିଆଗଲା । 


ସେମାନେ ସମସ୍ତେ ମିଶିକି ଟିମ୍ ପ୍ରୋଗ୍ରାମ ରଖୁଥିଲେ । ପ୍ରୋଗ୍ରାମ ବୋଧହୁଏ ଆଗରୁ କରାଯାଏ । କିନ୍ତୁ ତାର କେବେ ପ୍ରୋଗ୍ରାମ ଅଛି ପଚାରିଲେ ମାଆଙ୍କୁ ପରଫେକ୍ଟଲି କହିପାରୁନଥିଲେ ହ୍ୟୁମାନ । ସେମାନେ ବୋଧେ ଡେଟ୍ ଫିକ୍ସ କରୁଥିଲେ, ତାହା ମୁଁ ଠିକ୍ ଭାବେ ଜାଣିପାରିନି ବୋଲି କହିଛନ୍ତି । ଯାହା ଜାଣିଥିବେ ପପୁ ଓ ମୋ ପୁଅ ଜାଣିଥିବେ, ମୁଁ ଏ ବିଷୟରେ କିଛି ଜାଣିନି ।  

ହସ୍ପିଟାଲରେ ପପୁକୁ ଶେଫାଳୀ ପଚାରିଥିଲେ, ମୋ ପୁଅର ଶୋ’ର କେତେ ଟଙ୍କା ବାକି ଅଛି । ୨ ଲକ୍ଷ ୨୦ ହଜାର ଟଙ୍କା ବାକି ଅଛି ବୋଲି କହିଥିଲେ । ସେଇ ଟଙ୍କା ଆଣିକି ମଧ୍ୟ ଦେଇଥିଲେ ।   

humane sagar humane sagar mother
Advertisment
Related Articles
Advertisment