/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653187189.jpg)
Forester and Forest Guard arrested in Bolangir
ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ଅଭିଯୋଗରେ ବଲାଙ୍ଗିର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ଫରେଷ୍ଟର ଭଗବତିଆ ଦାଶ ହୋଇଥିବାବେଳେ ଫରେଷ୍ଟ ଗାର୍ଡ ଗୋପଳ ଗଡ଼ତିଆ ହୋଇଥିବା ସୂଚନା ମିଳିଛି । ଫରେଷ୍ଟର ଭଗବତିଆ ଦାଶ ଓ ଫରେଷ୍ଟ ଗାର୍ଡ ଗୋପଳ ଗଡ଼ତିଆଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ଆସିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟଙ୍କୁ ବଲାଙ୍ଗିର DFO ନିଲମ୍ବିତ କରିଛନ୍ତି ।
Advertisment
କାଠ ବୋଝେଇ ଟ୍ରାରକୁ ମୁକୁଳାଇବା ପାଇଁ ଫରେଷ୍ଟର ୨୦ ହଜାର ଓ ଫରେଷ୍ଟ ଗାର୍ଡ ୫ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଏକ ଅଡିଓ ବି ସାମ୍ନାକୁ ଆସିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇଛି । ଲାଞ୍ଚ ନେବାର ଅଡିଓ ବାର୍ତ୍ତାଳପ ଓଟିଭିରେ ପ୍ରସାରଣ ହୋଇଥିଲା ।
ଏହାପରେ ଆକ୍ସନ୍ ମୋଡ୍ରେ ଆସିଛି ବନ ବିଭାଗ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)