Advertisment

Patnagarh Parcel Bomb Case: ପାର୍ସଲ ବୋମା, ପୁଞ୍ଜିଲାଲ୍...୭ ବର୍ଷ ପରେ ସଜ୍ଜା ଶୁଣାଇଲେ ଅଦାଲତ

୨୩ ଫେବ୍ରୁଆରୀ ୨୦୧୮ । ସାରା ଓଡ଼ିଶାବାସୀଙ୍କୁ ଦୋହଲାଇ ଦେଇଥିଲା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ । ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମାରାଣୀଙ୍କ ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏ ଲୋମହର୍ଷକ ମାମଲାର ଆଜି ପୁଞ୍ଜିଲାଲକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଏଡିଜେ କୋର୍ଟ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Parcel Bomb Case

କୃତକର୍ମ ପାଇଁ ବଡ଼ ଦଣ୍ଡ । ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ପୁଞ୍ଜିଲାଲ ମେହେରକୁ ହୋଇଛି ଆଜୀବନ ଜେଲ୍ । ୨୦୧୮ ମସିହାର ଏ ଲୋମହର୍ଷକ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇ ଆଜି ପୁଞ୍ଜିଲାଲକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ସେଠିକାର ଏଡିଜେ କୋର୍ଟ । ଦୋଷୀକୁ ଫାଶି ଦଣ୍ଡ ଦେବାକୁ ସରକାରୀ ଓକିଲ ଯୁକ୍ତି ରଖିଥିଲେ, କିନ୍ତୁ ଏହା ବିରଳତମ ଘଟଣା ହୋଇଥିଲେ ବି ଲୋମଟଙ୍କୁରା ନୁହେଁ ବୋଲି ଦର୍ଶାଇ ଲାଇଫର୍ ଆଦେଶ ଦେଇଥିଲେ ବିଚାରପତି । ତେବେ ୭ ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିଥିବାରୁ ପୁଅର ଆତ୍ମାକୁ କିଛି ମାତ୍ରାରେ ଶାନ୍ତି ମିଳିଥିବ ବୋଲି କୋହଭରା କଣ୍ଠରେ କହିଛନ୍ତି ମୃତ ସୌମ୍ୟଙ୍କ ବାପାମାଆ । 

Advertisment

''ସେଇଟା ସଇତାନ, ନା ପଶୁ କି ରାକ୍ଷସ, ତା ତ ଜାଣି ହେଲାନି...ହେଲେ ଅମଣିଷ ପୁଞ୍ଜିଲାଲକୁ ଆଜୀବନ ଜେଲ୍ ଦଣ୍ଡ ହୋଇଛି, ଶୁଣି ଆଶ୍ବସ୍ତି ଲାଗୁଛି'' ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ଆଜି ଚୂଡ଼ାନ୍ତ ରାୟ ପରେ କୋର୍ଟ ବାହାରେ ମନକୁ ଶାନ୍ତ୍ବନା ଦେଇ ଏମିତି କୋହଭରା କଣ୍ଠରେ ଅଳ୍ପ କିଛି ପ୍ରତିକ୍ରିୟା ଦେଇ ମନକୁ ବୁଝାଇଥିଲେ ମୃତ ସୌମ୍ୟଶେଖର ସାହୁଙ୍କ ମାଆ ସଂଯୁକ୍ତା । ବାପା ରବୀନ୍ଦ୍ର ବି ଲୁହ ଓ କୋହକୁ ଚାପି ରଖି କହିଥିଲେ- ଦୋଷୀକୁ ଫାଶି ନହେଲା ନାହିଁ, ଆଜୀବନ ଜେଲ୍ ତ ହୋଇଛି । ୭ ବର୍ଷ ତଳୁ ନ୍ୟାୟପାଳିକାକୁ ଭରସା ରଖି ଯେଉଁ ସଂଘର୍ଷ କରୁଥିଲି, ବାପ ହିସାବରେ ଆଜି ସ୍ୱର୍ଗତ ପୁଅର ଆତ୍ମାକୁ ସାମାନ୍ୟ ନ୍ୟାୟ ତ ଦେଇପାରିଛି ।

ଅଧିକ ପଢ଼ନ୍ତୁ: ପୁଅକୁ ଇଞ୍ଜିନିୟର କରିଥାନ୍ତେ...ସଂସାର ଉଜାଡିଦେଲା ଅନଲାଇନ ଗେମ୍

ହତ୍ୟାକାରୀ ପୁଞ୍ଜିଲାଲ ମେହେରକୁ କଣ ହେବ ଦଣ୍ଡ ? ୭ବର୍ଷର ତଳର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଦୋଷୀକୁ ମିଳିବ କି ସଜ୍ଜା? ଆଜି ସମସ୍ତଙ୍କ ନଜର ଥିଲା ପାଟଣାଗଡ଼ ADJ କୋର୍ଟଙ୍କ ଉପରେ । ସକାଳ ସାଢ଼େ ୮ଟାରୁ ଆରମ୍ଭ ହୋଇଥିଲା ଚୂଡ଼ାନ୍ତ ରାୟ ଶୁଣାଣି ପ୍ରକ୍ରିୟା । ଆଗୁଆ ପହଞ୍ଚି ସାରିଥିଲେ ମୃତ ସୌମ୍ୟଶେଖରଙ୍କ ବାପାମାଆ, ପରେ ହାଜର କରାଯାଇଥିଲା ମୁଦଲା ପୁଞ୍ଜିଲାଲକୁ । 

Advertisment

ବିଚାରପତି ସୋନାଲି ପଟ୍ଟନାୟକ କହିଥିଲେ IPCର ଧାରା ୩୦୨ ହତ୍ୟା, ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାଙ୍କୁ ହତ୍ୟା ଉଦ୍ୟମ ପାଇଁ ଧାରା ୩୦୭, ୨୦୧ IPC, ସେକ୍ସନ ୩ ଓ ୪ ଦଫା ଅନୁଯାୟୀ କରାଯାଇଛି ଦୋଷୀ । ତେବେ ସେତେବେଳେ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ ଯୁକ୍ତି ରଖିଥିଲେ ଦୋଷୀଙ୍କୁ ଫାଶିଦଣ୍ଡ ଦିଆଯାଉ । ଏହା ବିରଳରୁ ବିରଳତମ ଘଟଣା । ଦୋଷୀ ବିରୋଧରେ ସମସ୍ତ ତଥ୍ୟ ଓ ପ୍ରମାଣ ରହିଛି । ତେବେ ତାକୁ କାଉଣ୍ଟର କରିଥିଲେ ପୁଞ୍ଜିଲାଲ୍ ଓକିଲ ଶିବ ମିଶ୍ର । 

କୋର୍ଟଙ୍କୁ ଜଣାଇଥିଲେ- ମାମଲାର ଜଣେ ହେଲେ ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। କେବଳ ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏଥିପାଇଁ ଫାଶି ଦିଆନଯାଉ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ବିଚାରପତି ଚୂଡ଼ାନ୍ତ ରାୟ ଶୁଣାଇ କହିଥିଲେ- ପୁଞ୍ଜିଲାଲଙ୍କ ଅପରାଧ ଅତ୍ୟନ୍ତ ଘୃଣ୍ୟ, ବିରଳରୁ ବିରଳତମ- ହେଲେ ଲୋମଟାଙ୍କୁରା ନୁହେଁ । ତେବେ ଭିନ୍ନ ଭିନ୍ନ ଦଫାରେ ଦୋଷୀ ସାମ୍ୟସ୍ତ ହୋଇଥିବାରୁ ତାକୁ ୨ଟିରେ ଆଜୀବନ କାରାଦଣ୍ଡ, ଅନ୍ୟ ୨ଟିରେ ୧୦ ବର୍ଷର କାରାଦଣ୍ଡ, ଗୋଟିଏ ୭ ବର୍ଷର କାରାଦଣ୍ଡ ସହ ମୋଟ୍ ୧ ଲକ୍ଷ ୭୦ ହଜାର ଟଙ୍କାର ଜରିମାନା ଆଦେଶ ହୋଇଛି ।

ଅଧିକ ପଢ଼ନ୍ତୁ: ୫୦ ଫୁଟ ଉଚ୍ଚରେ ଝୁଲି ରହିଲେ ୩ ଘଣ୍ଟା; ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ VIDEO

୨୩ ଫେବ୍ରୁଆରୀ ୨୦୧୮ । ସାରା ଓଡ଼ିଶାବାସୀଙ୍କୁ ଦୋହଲାଇ ଦେଇଥିଲା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ । ନବ ବିବାହିତ ସୌମ୍ୟଶେଖର ସାହୁ ଓ ପତ୍ନୀ ରୀମାରାଣୀଙ୍କ ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଘଟଣାସ୍ଥଳରେ ସୌମ୍ୟଙ୍କ ଜେଜେ ମା'ଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀର ମେଡିକାଲରେ ସୌମ୍ୟଙ୍କ ପ୍ରାଣ ଯାଇଥିଲା । ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି ହୋଇ ଦୀର୍ଘଦିନ ଚିକିତ୍ସା ପରେ ଫେରିଥିଲେ ରୀମାରାଣି । ଦୀର୍ଘ ୭ବର୍ଷର ବିଚାର ପରେ ଆଜି ହତ୍ୟାକାରୀକୁ ମିଳିଛି କୃତକର୍ମ ପାଇଁ ଆଜୀବନ ସଜା ।  

Patnagarh Parcel Blast Case Punjilal Meher
Advertisment
Related Articles
Advertisment