Advertisment

Parcel bomb explosion in Odisha: କେମିତି ପାର୍ସଲ ବୋମା ବନାଇଥିଲା ପୁଞ୍ଜିଲାଲ ମେହେର ? ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଦେଖାଇଥିଲା ଡେମୋ

ପେଶାରେ ଇଂରାଜୀ ଅଧ୍ୟାପକ । ହେଲେ ସୈତାନର ମୁଣ୍ଡ । ଆଖି ପିଛୁଳାକେ ଅତି ସହଜରେ ତିଆରି କରିଦେଉଛି ବୋମା । ଇଏ ଏମିତି ସେମିତି ବୋମା ନୁହେଁ, ପାର୍ସଲ ବୋମା । ଯାହାର ନାଁ ଶୁଣିଦେଲେ ଥରିଉଠୁଛି ଦେହ ।

author-image
Santosh Kumar Sahoo
ପୁଞ୍ଜିଲାଲଙ୍କ ପାର୍ସଲ ବୋମା

ପୁଞ୍ଜିଲାଲଙ୍କ ପାର୍ସଲ ବୋମା

ମୁଁ ବନାଇଥିଲି ପାର୍ସଲ ବୋମା । କେମିତି ଆଉ କାହିଁକି, ତା’ର ଡେମୋ ବି ଦେଖାଇଛି ଅଭିଯୁକ୍ତ । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ତତକାଳୀନ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଦେଖାଇଛି ପାର୍ସଲ ବୋମା ତିଆରି କରିବାର ଡେମୋ । ଓଟିଭି ହାତରେ ଲାଗିଛି ସେହି ଏକ୍ସକ୍ଲୁସିଭ୍ ଭିଡିଓ । ଯେଉଁଥିରେ ଅଭିଯୁକ୍ତ କହୁଛି, ମୁଁ ଏମିତି ବନାଇଥିଲି ପାର୍ସଲ ବୋମା । ମାମଲାରେ କୋର୍ଟ ଆଗରେ ଏହି ଭିଡିଓ ରଖାଯାଇସାରିଛି । ଶୁଣାଣି ଶେଷ ହୋଇଥିବା ବେଳେ ରାୟ ଆସିବ ଆସନ୍ତା ୨୮ ତାରିଖରେ ।

Advertisment

ଅଧିକ ପଢ଼ନ୍ତୁ: OYOରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା; ପୁରୁଷବନ୍ଧୁଙ୍କୁ ଅଟକ ରଖି ପୋଲିସର ତଦନ୍ତ 

ପେଶାରେ ଇଂରାଜୀ ଅଧ୍ୟାପକ । ହେଲେ ସୈତାନର ମୁଣ୍ଡ । ଆଖି ପିଛୁଳାକେ ଅତି ସହଜରେ ତିଆରି କରିଦେଉଛି ବୋମା । ଇଏ ଏମିତି ସେମିତି ବୋମା ନୁହେଁ, ପାର୍ସଲ ବୋମା । ଯାହାର ନାଁ ଶୁଣିଦେଲେ ଥରିଉଠୁଛି ଦେହ । ଯାହାର ଭୟାବହତା ସାରା ଦେଶ ଦେଖିଛି । ଚୁଟକିରେ ଚାଲିଯାଇଛି ଦୁଇ ଦୁଇଟି ଜୀବନ । ଇଏ ସେହି ଜହ୍ଲାଦ, ପାଟଣାଗଡ ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଅରୁଣ ବୋଥ୍ରାଙ୍କ ଆଗରେ ନିଜ ହାତରେ ବୋମା ତିଆରିର ଡେମୋ ଦେଖାଉଛି ଅଭିଯୁକ୍ତ ପୁଞ୍ଜିଲାଲ। ଆଉ, ଖୋଲାଖୋଲି କହୁଛି- ମୁଁ ବନାଇଥିଲି ପାର୍ସଲ ବୋମା ।

Advertisment

ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଅଭିଯୁକ୍ତର ସ୍ବୀକାରୋକ୍ତି ତ ଶୁଣିଲେ, ଏବେ ଦେଖନ୍ତୁ କେମିତି ପାର୍ସଲ ବୋମା ତିଆରି କରିଥିଲା ପୁଞ୍ଜିଲାଲ ? ବନ୍ଦ କୋଠରୀରେ ତତକାଳୀନ କ୍ରାଇମବ୍ରାଂଚ୍ ଏଡିଜି ଅରୁଣ ବୋଥ୍ରାଙ୍କ ଆଗରେ ପୁଞ୍ଜିଲାଲ ଦେଖାଇଥିବା ଇଏ ସେହି ବୋମା ତିଆରି ପ୍ରଣାଳୀର ଦୃଶ୍ୟ । ଯାହା କଏଦ ହୋଇଥିଲା ଗୁପ୍ତ କ୍ୟାମେରାରେ । କବୁଲନାମା ପରେ ବୋମା ତିଆରିର ସାମଗ୍ରୀ ପହଞ୍ଚିଥିଲା ପୁଂଜିଲାଲ ପାଖରେ । ଟେବୁଲ ଉପରେ ଆରମ୍ଭ ହୋଇଯାଇଥିଲା ବୋମା ଭିଡା । ଅତି ସହଜରେ ଏବଂ ବେଧଡକ ବୋମା ତିଆରି କରୁଛି ପୁଂଜିଲାଲ ।

ବ୍ୟାଟେରୀ ଓ ତାର ଯୋଡିବା ପରେ, ଟିଫିନ ଡବାରେ ବାରୁଦ ଭରି ଟାଇଟ କରି ବାନ୍ଧିବା ପାଇଁ କହୁଥିଲା ପୁଂଜିଲାଲ । ଫୁଟିବା ପ୍ରକ୍ରିୟା ବଖାଣି କହିଥିଲା, ପାର୍ସଲ ବୋମା ଠିକ୍ ଘରର ଫ୍ରିଜ୍ ଭଳି । ଫ୍ରିଜର ଡୋର ଖୋଲିଲେ ଭିତର ଲାଇଟ ଜଳେ, ବନ୍ଦ କଲେ ଲାଇଟ ଲିଭିଯାଏ । ବାସ୍, ପାର୍ସଲ ବୋମା ବି ସେମିତି, ବାହାରୁ ବନ୍ଦ ଫ୍ରିଜ୍ ଭଳି ଆଉ ଖୋଲିଲେ ହେବ ବ୍ଳାଷ୍ଟ ।

ବାରମ୍ବାର ବୋଥ୍ରା ପଚାରୁଥାନ୍ତି, ଆଉ ବାର୍ ବାର୍ ଡେମୋ ଦେଖାଇ ସହଜ ଓ ସରଳ ଉପାୟରେ ବୋମା ତିଆରିର ପ୍ରକ୍ରିୟା ବୁଝାଉଥାଏ ପୁଞ୍ଜିଲାଲ। କହିଥିଲା, ଛୋଟ ବେଳେ ନାଟକ ଦେଖି, ଏଭଳି ବୋମାର ପରିକଳ୍ପନା କରିଥିଲି। ହାଫ୍ ପ୍ୟାଣ୍ଟ ପିନ୍ଧିବା ଦିନରୁ ବୋମା ତିଆରି ଜାଣିଛି। ତେବେ ଡେମୋ ଦେଖାଇବା ବେଳେ ମାମଲାରୁ ମୁକୁଳାଇବାକୁ ତଦନ୍ତକାରୀ ଅଧିକାରୀଙ୍କୁ ଗୁହାରି କରୁଥିଲା ପୁଞ୍ଜିଲାଲ। କହୁଥିଲା ଆପଣ କହିଲେ, ଶହେ ଥର ଡେମୋ ଦେଖାଇବି।

ପାଖାପାଖି ୭ ବର୍ଷର ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟା। ୨ ହଜାର ପୃଷ୍ଠାର ଚାର୍ଜସିଟ୍। ୬୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ। ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ। ସରିଛି ଶୁଣାଣି, ରାୟ ସଂରକ୍ଷିତ ରଖିଛନ୍ତି ଏଡିଜେ ପାଟଣାଗଡ। ଆସନ୍ତା ୨୮ ତାରିଖରେ ପ୍ରକାଶ ପାଇବ ରାୟ।

ଅଧିକ ପଢ଼ନ୍ତୁ: ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ନୂଆ ଫଣ୍ଡା; ଟ୍ରକ୍ ଚକା ତଳେ ଶୁଆଇଦେଲେ

Arun Bothra Bolangir Parcel Bomb Blast
Advertisment
Related Articles
Advertisment