/odishatv-khabar/media/media_files/2025/11/25/humane-sagar-2025-11-25-17-59-28.jpg)
Humane Sagar Photograph: (OTV)
ସମାଧି ଭିତରେ ସବୁଦିନ ପାଇଁ ନିରବୀ ଯାଇଛି ସଂଗୀତର ସୁମଧୁର ସ୍ବର । ମୃତ୍ୟୁର ଆଠଦିନ ପରେ ବି ହ୍ୟୁମାନଙ୍କ ସମାଧି ନିକଟରେ ଶୁଭେଚ୍ଛୁଙ୍କ ଭିଡ ଜମୁଛି । କିଏ ଫୁଲତୋଡ଼ା ଟିଏ ନେଇ ଆସିଛନ୍ତି, ତ ପୁଣି କିଏ କ୍ୟାଣ୍ଡେଲ ଟିଏ ଜାଳି ଦେଉଛନ୍ତି । ଆଉ କିଏ ଲୁହ ଝରାଇ କାନ୍ଦୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଥିବାରୁ ଗତ ରାତିରେ ସମାଧି ନିକଟରେ ଲାଗିଥିଲା ଭିଡ଼ ।
ଆଜି ହ୍ୟୁମାନ ଯଦି ଥାଆନ୍ତେ, ପରିବାର ଓ ଶୁଭେଚ୍ଛୁଙ୍କ ମେଳରେ କେକ କାଟିଥାନ୍ତେ । ଆଉ ସମସ୍ତେ ତାଙ୍କୁ ବର୍ଥଡେର ଶୁଭେଚ୍ଛା ଜଣାଇଥାନ୍ତେ । କିନ୍ତୁ ଶୁଭେଚ୍ଛା ଶୁଣି, ଥ୍ୟାଙ୍କୟୁ କହିବାକୁ ଆଉ ନାହାନ୍ତି ହ୍ୟୁାମନ । ଟିଟିଲାଗଡର ବିଭିନ୍ନ ସ୍ଥାନରେ ହ୍ୟୁମାନଙ୍କ ଜନ୍ମଦିନ ପାଳନ ହେଉଥିବା ବେଳେ ହ୍ୟୁମାନଙ୍କୁ ମନେପକାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ପଙ୍କଜ ଜାଲ ।
କେହି କେହି କହୁଛନ୍ତି ତାଙ୍କ ସମାଧି ନିକଟରେ ଶୁଭୁଛି କାନ୍ଦ । ତେବେ ଅନେକ ଏହାକୁ ବିଶ୍ୱାସ କରୁନାହାନ୍ତି । କିନ୍ତୁ ଏ କଥା ସତ ଯିଏ ସମାଧି ନିକଟକୁ ଯାଉଛି, ସିଏ ଭାବବିହ୍ୱଳ ହୋଇ ଆଖିରୁ ଲୁହ ଗଡାଉଛି ।
ବାପା ଥିଲେ ରେଡିଓ ସିଙ୍ଗର
୧୯୯୦ ନଭେମ୍ବର ୨୫ରେ ହ୍ୟୁମାନ ସାଗରଙ୍କ ଜନ୍ମ । ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକର ଡେଙ୍ଗ ଗାଁରେ ଜନ୍ମ ହୋଇଥିଲେ ହ୍ୟୁମାନ୍ । ବାପା ରବିଚନ୍ଦ୍ର ସାଗର ଓ ମା’ ଶେଫାଳୀ ସୁନା, ଉଭୟ ଶିକ୍ଷକ । ହ୍ୟୁମାନଙ୍କ ବାପା ରବିଚନ୍ଦ୍ର ବି ଜଣେ ଜଣାଶୁଣା ରେଡିଓ ସିଙ୍ଗର ଥିଲେ । ବାପା, ମା’ ଉଭୟ ଚାହୁଁଥିଲେ ପୁଅ ଡାକ୍ତର ହେଉ । କିନ୍ତୁ ସଂଗୀତ ଦୁନିଆରେ ପାଦ ଥାପିଥିଲେ ହ୍ୟୁମାନ । ଗତ ୨୦୧୫ରେ ସାନ ଭାଇ ନ୍ୟୁମାନ ଆରପାରିକୁ ଚାଲିଯାଇଥିଲେ । ଆଉ କରୋନା ସମୟରେ ବାପାଙ୍କୁ ହରାଇଥିଲେ ହ୍ୟୁମାନ । କିନ୍ତୁ ହ୍ୟୁମାନ ଏବେ ଚାଲିଯିବା ପରେ ମା’ ଶେଫାଳୀ ଏକା ହୋଇଯାଇଛନ୍ତି ।
Cyclone Brewing: ଗୁରୁବାର ଦିନ ବାତ୍ୟା ! କାଲିଠୁ ବଢିବ ପବନ... ଓଡ଼ିଶାରେ ପଡିବ କି ପ୍ରଭାବ ?

Emotional Goodbye: ମନେ ପକାଉଛନ୍ତି ଫ୍ୟାନ୍ସ, ଆଖିରେ ଲୁହ ଦେଇ ଯାଇଛନ୍ତି ହ୍ୟୁମାନ୍

Zubeen Garg’s Death Was No Accident: ଜୁବୀନ ଗର୍ଗଙ୍କ ମୃତ୍ୟୁ ସାଧାସିଧା ହତ୍ୟା, ଜଣେ ମାରିଛନ୍ତି ଓ ଅନ୍ୟମାନେ ସାହାଯ୍ୟ କରିଛନ୍ତି

Dharmendra Left Net Worth: ୩୩୫ କୋଟିର ସଂପତ୍ତି, ୧୦୦ ଏକର ପାର୍ମହାଉସର ମାଲିକ୍ ଥିଲେ ଧର୍ମେନ୍ଦ୍ର

Monster Storm: ଭୟଙ୍କର ବାତ୍ୟାର ପ୍ରଳୟ, ୨୩୦ କିଲୋମିଟର ପବନରେ ଛାରଖାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)