Advertisment

Patnagarh Blast Case Video: ପାଟଣାଗଡ଼ ବ୍ଲାଷ୍ଟ: ପୁଞ୍ଜିଲାଲଙ୍କ ସ୍ବୀକାରୋକ୍ତି ଭିଡିଓ, ଅରୁଣ ବୋଥ୍ରାଙ୍କ ସହ କଥା ହେବା ବେଳେ ଫାଶୀକୁ ନେଇ ଛାନିଆ

କୋର୍ଟ ରୁମରେ ବାପା ଦେଖୁଛି ପୁଅ ହତ୍ୟାର ଜଘନ୍ୟ ଷଡ଼ଯନ୍ତ୍ର । ଅଭିଯୁକ୍ତ ବଖାଣୁଛି ହାଇଟେକ୍ ହତ୍ୟା ତରିକାର ବ୍ଲୁ ପ୍ରିଣ୍ଟ୍ । ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ସ୍ବୀକୋରାକ୍ତି ଭିଡିଓକୁ କୋର୍ଟ ରୁମରେ ଦେଖିଥିଲେ ମୃତ ସୌମ୍ୟଶେଖରଙ୍କ ବାପା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଫାଶିକୁ ଛାନିଆ ପୁଞ୍ଜିଲାଲ

ଫାଶିକୁ ଛାନିଆ ପୁଞ୍ଜିଲାଲ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୋମା ଭିଡ଼ା ଭିଡିଓକୁ ନେଇ ଥମୁନି ଚର୍ଚ୍ଚା । ତଦନ୍ତକାରୀ ଟିମ୍ ଆଗରେ ଅଭିଯୁକ୍ତ ବଖାଣଥିବା ବୋମା ତିଆରି ତରିକାର ଭିଡିଓ ଗତକାଲି ଓଟିଭିରେ ଏକ୍ସକ୍ଲୁସିଭ୍ ପ୍ରସାରଣ ପରେ ଆଜି ଏହାର ଆଉ କିଛି ଅଂଶ ହସ୍ତଗତ ହୋଇଛି । ଯେଉଁଥିରେ ଫାଶୀଦଣ୍ଡକୁ ନେଇ ଛାନିଆ ହୋଇଛି ହତ୍ୟା ଅଭିଯୁକ୍ତ ପୁଞ୍ଜିଲାଲ । ଆଉ ଏପଟେ କୋର୍ଟ ରୁମରେ ଏହି ଭିଡିଓ ପ୍ରସାରଣ ବେଳେ କିଭଳି ଥିଲା ମୃତ ସୌମ୍ୟଶେଖରଙ୍କ ବାପାଙ୍କ ପ୍ରତିକ୍ରିୟା, ସେ ସମ୍ପର୍କୀତ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇଛି ।

Advertisment

କୋର୍ଟ ରୁମରେ ବାପା ଦେଖୁଛି ପୁଅ ହତ୍ୟାର ଜଘନ୍ୟ ଷଡ଼ଯନ୍ତ୍ର । ଅଭିଯୁକ୍ତ ବଖାଣୁଛି ହାଇଟେକ୍ ହତ୍ୟା ତରିକାର ବ୍ଲୁ ପ୍ରିଣ୍ଟ୍ । ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ସ୍ବୀକୋରାକ୍ତି ଭିଡିଓକୁ କୋର୍ଟ ରୁମରେ ଦେଖିଥିଲେ ମୃତ ସୌମ୍ୟଶେଖରଙ୍କ ବାପା ।

ଅଧିକ ପଢ଼ନ୍ତୁ: ବିବାଦରେ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା, ବେଙ୍ଗାଲୁରୁରେ ରୁଜୁ ହେଲା ଅପରାଧିକ ମାମଲା

Advertisment

ବିବାହକୁ ମାତ୍ର ଦିନ ୪ଟା ପୁରି ନଥିବା ବେଳେ ତାଙ୍କରି ଆଖି ସାମ୍ନାରେ ଉଜୁଡି ଯାଇଥିଲା ଏକ ସୁନାର ସଂସାର । ଘରେ ନବବଧୁ ପାଦ ଦେବାର ଅସରନ୍ତି ଖୁସି ଭିତରେ ହିଁ, ମାଡି ଆସିଥିଲା ଦୁଃଖର କଳାପାହାଡ଼ । ଅଭିଯୁକ୍ତ ପୁଂଜିଲାଲର ଏ ଡେମୋ ଭିଡିଓକୁ ସମସ୍ତଙ୍କ ସାମ୍ନାରେ ଟିଭି ପରଦାରେ ଦେଖିବା ବେଳେ କୋହ ସମ୍ଭାଳିପାରି ନଥିଲେ ବାପା ରବୀନ୍ଦ୍ର ।

ଏପଟେ ଘଟଣାର ପ୍ରାୟ ୭ ବର୍ଷ ପରେ ହତ୍ୟା ଅଭିଯୁକ୍ତ ପୁଂଜିଲାଲ ମେହେରର ଏ ଭିଡିଓକୁ ନେଇ ଥମୁନି ଚର୍ଚ୍ଚା। କେମିତି ଅଭିଯୁକ୍ତ ନିର୍ଦ୍ଦ୍ବନ୍ଦ୍ବରେ ବଖାଣୁଥିଲା ଷଡ଼ଯନ୍ତ୍ରର ତରିକା ? କିପରି ତିଆରି ହୋଇଥିଲା ପାର୍ସଲ ବୋମା ? ହତ୍ୟା ଉଦ୍ଦେଶ୍ୟରେ କିଭଳି ହୋଇଥିଲା ଏହାର ବ୍ୟବାହାର, ଇତ୍ୟାଦି ଇତ୍ୟାଦି ? ତେବେ ଅଭିଯୁକ୍ତ ପୁଂଜିଲାଲ ଆଉ କ୍ରାଇମବ୍ରାଞ୍ଚର ତତ୍କାଳୀନ ଆଇଜି ଅରୁଣ ବୋଥ୍ରାଙ୍କ ମଧ୍ୟରେ ଏ କଥୋପକଥନ ଭିତରେ କଣ କହୁଥିଲା ପୁଂଜିଲାଲ ? ତାକୁ କିଭଳି ଭରସା ଓ ଆଶ୍ବାସନା ଦେଇ ମନାଇ ଦେଉଥିଲେ ଅରୁଣ ବୋଥ୍ରା ? ତା ଜଘନ୍ୟ ଅପରାଧ ପାଇଁ କାଳେ ତାକୁ ଫାଶୀ ହେଇଯିବ, ତାକୁ ନେଇ କମେତି ଛାନିଆ ହୋଇପଡୁଥିଲା ପୁଞ୍ଜିଲାଲ। ଦଣ୍ଡବିଧାନରୁ ବର୍ତ୍ତିଯିବାକୁ ପାକିସ୍ତାନ ଯାଇ ଯୁଦ୍ଧ କରିବାକୁ ନେହୁରା ହେଉଥିଲା, ତାର ଏକ୍ସକ୍ଲୁସିଭ୍ ଭିଡିଓ ଲାଗିଛି ଓଟିଭି ହାତରେ ।

ଏପଟେ ତଦନ୍ତକାରୀ ଟିମ୍ ଆଗରେ ପୁଞ୍ଜିଲାଲର ଏ ସ୍ବୀକାରୋକ୍ତି ସମେତ ଅନ୍ୟ ଠୋସ ପ୍ରମାଣ, ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଯଥେଷ୍ଟ ବୋଲି ସରକାରୀ ଓକିଲ କହିଛନ୍ତି। କିନ୍ତୁ କୋର୍ଟ ଆଗରେ ଏସବୁର କୌଣସି ଅର୍ଥ ନାହିଁ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ ।

ଅଧିକ ପଢ଼ନ୍ତୁ: ଚାକିରି ନାଁରେ ୬୦ ଲକ୍ଷ ଚଳୁ, ଠକ ଶୋଭନକୁ ବାନ୍ଧିଲା ପୋଲିସ

Odisha Arun Bothra Patnagarh Parcel Blast Case
Advertisment
Related Articles
Advertisment