/odishatv-khabar/media/media_files/2025/11/18/illegal-crusher-2025-11-18-15-39-35.jpg)
Illegal-Crusher Photograph: (OTV)
ପଥର ମାଫିଆଙ୍କ ଦାଦାଗିରି । ସବୁ ନିୟମକୁ ଫୁ କରି ଗର୍ଜନ କରୁଛି କ୍ରସର । ଚାଷ ଜମିରେ ଢାଙ୍କି ଦେଉଛି ପଥରଗୁଣ୍ଡ । ମୁହଁ ଖୋଲୁ ନାହାନ୍ତି ବିଭାଗୀୟ ଅଧିକାରୀ । ଚିନ୍ତାରେ ଚାଷୀ, ହଇରାଣ ହରକତ ଗ୍ରାମବାସୀ ।
ଗାଁ ଲୋକଙ୍କୁ ଭୁତାଇ, ପ୍ରଥମେ ଜମି ନେଇଗଲା ପଥର ମାଫିଆ। କୁହାଗଲା କୃଷି ଭିତ୍ତିକ ପ୍ରକଳ୍ପ ହେବ, କିନ୍ତୁ ବସା ହେଲା କ୍ରସର। ଏବେ ଗର୍ଜନ କରୁଛି କ୍ରସର….
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକର କନ୍ଧେନଝୁଲା ପଞ୍ଚାୟତରେ ଥିବା କ୍ରସରଟି, ଏବେ ଗାଁ ଲୋକଙ୍କ ପାଇଁ କାଳ ହୋଇଛି। ଉଜାଡି ସାରିଲାଣି ପୂରା ଚାଷ ଜମି। ପଥରଗୁଣ୍ଡରେ ପୋତି ହୋଇଗଲାଣି। କ୍ରସରରେ ଲଗାମ ନ ଲାଗିଲେ ଆଗକୁ ଚାଷ ଉପଯୋଗୀ ରହିବ ନାହିଁ ଜମି। ଏନେଇ ତହସିଲ ଓ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ଚାଷୀ। ହେଲେ ଏବେ ରାଜସ୍ୱ ନୁହେଁ, ଖଣି ବିଭାଗ ବୁଝୁଥିବା କହି ଅଭିଯୋଗକୁ ଗୁରୁତ୍ୱ ଦେଇନାହାନ୍ତି ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳ।
କ୍ରସର ପାଇଁ ଖାଲି ଚାଷ ନଷ୍ଟ ହେଉନି, ଗାଁରେ ରହୁଥିବା ଲୋକଙ୍କ ଉପରେ ବି ପ୍ରଭାବ ପଡୁଛି। ଏପରିକି ଗାଁ ରାସ୍ତାରେ ପଥର ବୋଝେଇ ଡମ୍ଫର ଯିବା ଆସିବା ରାସ୍ତା ଅବସ୍ଥା ଶୋଚନୀୟ ହେଲାଣି। ବର୍ଷଟିଏ ହେଇନାହିଁ କଂକ୍ରିଟ ରାସ୍ତା ନଷ୍ଟ ହୋଇ ଧୂଳି ଗଦାରେ ପରିଣତ ହେଲାଣି। ରାସ୍ତା ସଂକୀର୍ଣ୍ଣ ଥିବାରୁ ବଡ ବଡ ଡମ୍ଫର ଯିବା ଗାଁ ଲୋକଙ୍କ ପାଇଁ ବିପଦ ହୋଇଛି। କ୍ରସର ପାଇଁ ସ୍ପଷ୍ଟ ନିୟମ ଥିବା ବେଳେ ଏଠି ସବୁକୁ ହେୟ ଜ୍ଞାନ। ଆଖି ବୁଜିଦେଇଛି ସ୍ଥାନୀୟ ପ୍ରଶାସନ? ଏପରିକି ପ୍ରତିକ୍ରିୟାରେ ନିୟମ କଥା କହୁଥିଲେ ବି, କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ଖଣି କି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ।
Shocking Viral Clip: ଭାଇରାଲ୍ ଭିଡ଼ିଓ, ଏମିତି ବାପାକୁ କ'ଣ କହିବେ ?

CM Assigns 9 Key Tasks: ଜିଲ୍ଲାପାଳ ମାନଙ୍କୁ ୯ଟି ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ: ଗାଦି ମଡ଼ା ଅଫିସରଙ୍କୁ ବଦଳାଅ, ସୋସିଆଲ୍ ମିଡିଆରେ ସରକାରଙ୍କ କାମର ପ୍ରଚାର କର

Ambulance Catches Fire: ଜଳିଗଲା ଆମ୍ବୁଲାନ୍ସ: ନବଜାତକ ଶିଶୁ ଓ ଡାକ୍ତରଙ୍କ ସମେତ ୪ ମୃତ

Naveen Patnaik: କଡା ସୁରକ୍ଷା ବଳୟରେ ହସ୍ପିଟାଲ ଗଲେ ନବୀନ

Kansa's name announced: ବରଗଡ଼ ଧନୁଯାତ୍ରା ପାଇଁ କଂସଙ୍କ ନାଁ ଘୋଷଣା; ୪୪ଜଣଙ୍କୁ ନେଇ ହୋଇଥିଲା ଅଡିସନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)