Advertisment

Parcel Bomb Conviction: ପାର୍ସଲ ବୋମା ଆତତାୟୀ ପୁଞ୍ଜିଲାଲକୁ ଫାଶି ବଦଳରେ ଆଜୀବନ କାହିଁକି ?

ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ପାଇଁ ଏବେ କଲେଜ ନୁହେଁ, ବରଂ କାରାଗାର ପାଲଟିଛି ଠିକଣା । ପାଲଟି ଯାଇଛି କଏଦୀ ନମ୍ବର-୫୮୮୨ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପୁଞ୍ଜିଲାଲ ପ୍ରତି ମିନିଟରେ ମରିବ

ପୁଞ୍ଜିଲାଲ ପ୍ରତି ମିନିଟରେ ମରିବ

ପାର୍ସଲ ବୋମା କାଣ୍ଡର ଆତତାୟୀ ପୁଞ୍ଜିଲାଲକୁ କାହିଁକି ମୃତ୍ୟୁ ବଦଳରେ ହେଲା ଆଜୀବନ ସଜା ? ଦଣ୍ଡବିଧାନ ବେଳେ ଏହାର ବ୍ୟାଖା କରିଛନ୍ତି ପାଟଣାଗଡ଼ ADJ । କହିଥିଲେ, ପ୍ରତ୍ୟେକ ସାଧୁଙ୍କ ପଛରେ ଥାଏ ଗୋଟିଏ ଅତୀତ, ପ୍ରତ୍ୟେକ ପାପୀର ଥାଏ ଗୋଟିଏ ଭବିଷ୍ୟତ । ପୁଞ୍ଜିଲାଲର ଏଭଳି କାର୍ଯ୍ୟକଳାପକୁ ଆତଙ୍କବାଦ ସହ ବର୍ଣ୍ଣନା କରି ଅପରାଧ ପାଇଁ ଅନୁତାପ ଓ ନିଜ ଭିତରେ ପରିବର୍ତ୍ତନ ଲାଗି ଆଜୀବନ ସଜା ସପକ୍ଷରେ ରାୟ ଦେଇଥିଲେ । ଏହାପରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ପାଇଁ ଏବେ କଲେଜ ନୁହେଁ, ବରଂ କାରାଗାର ପାଲଟିଛି ଠିକଣା । ପାଲଟି ଯାଇଛି କଏଦୀ ନମ୍ବର-୫୮୮୨ ।

Advertisment

ଅଧିକ ପଢ଼ନ୍ତୁ: ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର, ମାଡ଼ି ବସିଲା CBI

ବୋମା କେମିତି ତିଆରି ହୁଏ, ତାର ଡେମୋ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଦେଖାଇଥିଲା ପୁଞ୍ଜିଲାଲ। ଆଉ ଡେମୋ ବେଳେ, ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ, ଅତି ସହଜ ଓ ସରଳ ଭାଷାରେ କଥା ହେଉଥିଲା। ପୁଂଜିଲାଲକୁ ବୋଥ୍ରା ପଚାରିଥିଲେ, କଲେଜ ଅଧ୍ୟକ୍ଷ ପଦକୁ ନେଇ ସଂଯୁକ୍ତା ସାହୁଙ୍କ ସହିତ ଥିଲା ତମ ଶତ୍ରୁତା । କିନ୍ତୁ ତାଙ୍କ ପୁଅ ସୌମ୍ୟଶେଖରଙ୍କୁ କାହିଁକି ଟାର୍ଗେଟ୍ କଲ ? ତତକ୍ଷଣାତ ପୁଂଜିଲାଲ ଉତ୍ତର ଦେଇ କହିଥିଲା, ମୁଁ ଚାହୁଁଥିଲି, ପୁଅ ମୃତ୍ୟୁରେ ମା’ ସଂଯୁକ୍ତା ଜୀବନ ତମାମ ଝୁରି ଝୁରି ମରୁ । କିନ୍ତୁ ବୁମେରାଂ ହୋଇଗଲା ପୁଂଜିଲାଲର ବଦଲା । ଘଟଣା ପ୍ରଘଟ ହେଲା, ହତ୍ୟାକାରୀ ଭାବେ ପୁଂଜିଲାଲକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ପାଟଣାଗଡ ADJ। ପୁଅ ସୌମ୍ୟଙ୍କୁ ହରାଇଥିବା ବାପା, ମା’ କହିଛନ୍ତି, ପୁଂଜିଲାଲର ସବୁଥାଇ, ଏଥର ପ୍ରତିଦିନ ମରିବ ।

Advertisment

ସଦ୍ୟ ବିବାହିତା ପତ୍ନୀ ମଥାରୁ ସିନ୍ଦୁର ପୋଛିବା ସହ ବାପା, ମା’ଙ୍କ ଏକମାତ୍ର ସାହାରା କୁହାଯାଉଥିବା ପୁଅକୁ ହତ୍ୟା ପରେ ବି କାହିଁକି ଆଜୀବନ କାରାଦଣ୍ଡ ଶୁଣାଇଲେ ଜଜ୍ ? କାହିଁକି ହେଲାନି ଫାଶି ଦଣ୍ଡାଦେଶ ? ସାମ୍ନାକୁ ଆସିଛି ପାଟଣାଗଡ଼ ADJଙ୍କ ସେହି ୨୧୦ ପୃଷ୍ଠାର ଜଜମେଣ୍ଟ କପି। ତୃତୀୟ ପୃଷ୍ଠାର ଦ୍ବିତୀୟ ପାରାଗ୍ରାଫରେ ଦର୍ଶାଯାଇଛି, ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ। ୨ ଜଣଙ୍କୁ ହତ୍ୟା ପାଇଁ ବନ୍ଧୁକ କି ଛୁରି ନୁହେଁ, ବରଂ ଉପହାରକୁ ଅସ୍ତ୍ର ଭାବେ ବ୍ୟବହାର କରିଛି। ଯେଉଁଠି ଆଶୀର୍ବାଦ ପାଲଟି ଯାଇଥିଲା ମୃତ୍ୟୁର ପରୱାନା।

ରାୟପୁରରୁ ପଠାଯାଇଥିବା ପାର୍ସଲ, ଯୁବ ଇଂଜିନିୟର ସୌମ୍ୟଙ୍କ ସ୍ବପ୍ନ ଓ ନବବିବାହିତାଙ୍କ ନୂଆ ଜୀବନକୁ ଛାରଖାର କରିଛି। ଜଷ୍ଟିସ୍ କୃଷ୍ଣ ଆୟାରଙ୍କ ଏକ ଉକ୍ତିକୁ ଉଦ୍ଧୃତ କରି ପାଟଣାଗଡ଼ା ADJ ଜଷ୍ଟିସ ସୋନାଲି ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ସାଧୁଙ୍କ ଏକ ଅତୀତ ଥାଏ ଏବଂ ପ୍ରତ୍ୟେକ ପାପୀର ଏକ ଭବିଷ୍ୟତ। ଯଦି ନ୍ୟାୟ ପାଇଁ ଆଜୀବନ କାରାଦଣ୍ଡ ପର୍ଯ୍ୟାପ୍ତ, ତାହେଲେ ଅପରାଧର ଜଘନ୍ୟତା ସତ୍ତ୍ବେ ମୃତ୍ୟୁଦଣ୍ଡ ଅନୁଚିତ୍। ନ୍ୟାୟ ଆନୁପାତିକ ହେବା ଉଚିତ, ଆକ୍ରୋଶମୂଳକ ନୁହେଁ। ଦୋଷୀକୁ ତା’ର ଅପରାଧ ପାଇଁ ଅନୁତାପ ଏବଂ ତା ଭିତରେ ସଂସ୍କାରର ଆଭିମୁଖ୍ୟ ରଖି ADJ ଆଜୀବନ କାରାଦଣ୍ଡ ସପକ୍ଷରେ ଉଲ୍ଲେଖ କରିଛନ୍ତି।

ଏହି ଦଣ୍ଡାଦେଶ ବଳରେ ଏବେ କଏଦୀ ନମ୍ବର ୫୮୮୨ ବନିଯାଇଛି ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର। ଆଉ କଲେଜ ନୁହଁ, ଏବେ ବଲାଙ୍ଗିର ଜେଲର ୧୧ ନମ୍ବର ୱାର୍ଡ ପାଲଟିଛି ତା’ ସ୍ଥାୟୀ ଠିକଣା ।

ଅଧିକ ପଢ଼ନ୍ତୁ: ଦୟାଳୁ ଚୋର, ବାଇକ୍ ଚୋରି କରି ନେଲା, ଫେରାଇ କ୍ଷମା ମାଗିଲା !

Patnagarh Parcel Bomb Blast Punjilal Meher
Advertisment
Related Articles
Advertisment