ବଲାଙ୍ଗିରରେ ମାତିଛନ୍ତି ସୁନା ଠକେଇ ଗ୍ୟାଙ୍ଗ୍। ଅସଲି ସୁନା ଦେଖାଇ ନକଲି ଦେଇ ଟଙ୍କା ଠକେଇ ଅଭିଯୋଗ। ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ବଲାଙ୍ଗିର ସଦର ପୋଲିସ | ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮୦ ହଜାର ଟଙ୍କା ଏବଂ ଏକ ବାଇକ୍ ଜବତ କରିଛି ପୋଲିସ। ଚନ୍ଦନଭାଟି ଅଞ୍ଚଳର ଜଣେ ବ୍ୟକ୍ତି ଅଭିଯୋଗ ଆଣିବା ପରେ ଠକେଇର ପର୍ଦ୍ଦାଫାସ ହୋଇଛି।
ସୂଚନା ଅନୁଯାୟୀ ଗତ ୪ ତାରିଖ ଦିନ ଦୁଇଜଣ ବ୍ୟକ୍ତି ଚନ୍ଦନଭାଟି ଗାଁର କିଶୋର ମେହେରଙ୍କ ଘରକୁ ଯାଇଥିଲେ। ଗୋଟିଏ ସୁନା ହାର ଓ ଚେନ ବନ୍ଧକ ରଖି ଟଙ୍କା ଦେବାକୁ କହିଥିଲେ । କିଶୋର ସୁନାକୁ ପରୀକ୍ଷା କରିବା ପରେ ସେ ସବୁ ଅରଜିନାଲ ଥିବା କହି, ଟଙ୍କା ଆଣିବାକୁ ଘର ଭିତରକୁ ଯାଇଥିଲେ। ମାତ୍ର ଏହି ସମୟରେ ଅରିଜିନାଲ ସୁନା ହାର ଓ ଚେନକୁ ପକେଟରେ ଭର୍ତ୍ତି କରି ତା ସ୍ଥାନରେ ନକଲି ସୁନା ରଖିଦେଇଥିଲେ ଦୁଇ ଠକ ।
Also Read
#ଅସଲି_ଦେଖାଇ_ନକଲି_ସୁନା_ଦେଇ_ଟଙ୍କା_ଠକେଇ_ଅଭିଯୋଗ...
— ଓଟିଭି (@otvkhabar) December 17, 2023
ବଲାଙ୍ଗିରରେ ମାତିଛନ୍ତି ସୁନା ଠକେଇ ଗ୍ୟାଙ୍ଗ୍… ଦୁଇ ଜଣଙ୍କୁ ଗିରଫ ସହ ଘଟଣାର ପର୍ଦ୍ଦାଫାସ କଲା ସଦର ଥାନା ପୋଲିସ.. ୮୦ ହଜାର ଟଙ୍କା ଓ ବାଇକ୍ ଜବତ... ପୂର୍ବରୁ ମଧ୍ୟ ସମାନ ଧରଣର ଠକେଇ ମାମଲାରେ ଧରାପଡ଼ିଥିଲେ..#Odisha #OTV #Crime pic.twitter.com/ceciq6EkwF
କିଶୋର ତାଙ୍କୁ ଟଙ୍କା ତ ଦେଇ ସାରିଥିଲେ। ମାତ୍ର ଠକେଇର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ...