• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟଙ୍କା ପାଇଁ ଝାରସୁଗୁଡ଼ାରେ ୧୫ ବର୍ଷୀୟ ଛାତ୍ର ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରିଥିଲେ ଅଭିଯୁକ୍ତ । ଅପହରଣ କରି ପରେ ଧରାପଡ଼ିଯିବା ଡରରେ ହିଁ ସେମାନେ ସମର୍ଥଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଶବ ପୋଡ଼ି ଫେରାର ମାରିଥିଲେ। ଘଟଣାରେ ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲଙ୍କ ସହ ତୃତୀୟ ବ୍ୟକ୍ତି ଗଣେଶ ନାୟକଙ୍କ ଭୂମିକା ସାମ୍ନାକୁ ଆସିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଝାରସଗୁଡ଼ା SP ।

ଟଙ୍କା ପାଇଁ ହିଁ ଘଟିଛି ଝାରସୁଗୁଡ଼ାରେ ୧୫ ବର୍ଷୀୟ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ। ନିଜ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ଅଭିଯୁକ୍ତ ଟଣାର ୧୦/୧୫ ଦିନ ଆଗରୁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର । ଝାରସୁଗୁଡ଼ାରେ ବହୁ ଚର୍ଚ୍ଚିତ ବ୍ୟବସୀୟଙ୍କ ପୁଅକୁ ଅପହରଣ ଓ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ପୋଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲ କେବଳ ଟଙ୍କା ପାଇଁ ଘଟାଇଛନ୍ତି ଏ ନାରକୀୟ କାଣ୍ଡ ।

ଅଧିକ ପଢ଼ନ୍ତୁ: ନାବାଳକ ସମର୍ଥ ହତ୍ୟା ଘଟଣା; ହାତ କାଟି ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ତେବେ ଘଟଣା ଖୁବଶୀଘ୍ର ପ୍ରଚାର ହେବା ଓ ସେମାନଙ୍କ ପରିଚୟ ଜଣାପଡ଼ିିଯିବା ଭୟରେ ହିଁ ସେମାନେ ପରେ ସମର୍ଥକୁ ହତ୍ୟା କରିଥିଲେ । ଆଉ ହତ୍ୟା ପରେ ମଧ୍ୟ ସେମାନେ ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । ସେପଟେ ଏ ଜଘନ୍ୟ ଅପରାଧରେ ତୃତୀୟ ଅଭିଯୁକ୍ତ ବୁର୍ଲାର ଗଣେଶ ନାୟକର ସଂପୃକ୍ତିର ପ୍ରମାଣ ପାଇଛି ପୋଲିସ । ଗଣେଶ ୨୭ ତାରିଖ ରାତିରେ ଦୁଇ ଅଭିଯୁକ୍ତଙ୍କ ସହ ସମର୍ଥକୁ ରଖିବାରେ ସାହାଯ୍ୟ କରିଥିବା ପୋଲିସ କହିଛି । ତା ବିରୋଧରେ ବହୁ ପ୍ରାମାଣ ମିଳିବା ପରେ ଗଣେଶକୁ ଗିରଫ କରିଛି ପୋଲିସ ।

ଏପଟେ ସାମାନ୍ୟ ଟଙ୍କା ପାଇଁ ସମ୍ପର୍କୀୟଙ୍କ ପୁଅର ଜୀବନ ନେବାକୁ ପଛାଇ ନଥିବା ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ପୋଲିସ ରିମାଣ୍ଡରେ ଥାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଝାରସୁଗୁଡ଼ା ରିଜର୍ଭ ବାଟାଲିଅନରେ ଥିବା ଅମିତ ଆଜି ବାଥରୁମ ଦର୍ପଣ କାଚ ଭାଙ୍ଗି ନିଜ ହାତ କାଟିବା ସହ ଶରୀରର ଅନ୍ୟ ସ୍ଥାନକୁ ବି କାଟି ପକାଇଛି । ତାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା ।

ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ଏଯାଏଁ ୩ ଜଣ ସଂପୃକ୍ତ ସହ ସେମାନଙ୍କୁ ଗିରଫ କରିଛି ପୋଲିସ। ଏ ଘଟଣାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ସହ ଅଭିଯୁକ୍ତମାନଙ୍କ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରିବାକୁ ପୋଲିସ ସବୁ ଦିଗକୁ ନେଇ ଟିକିନିଖି ତଦନ୍ତ କରୁଥିବା ଝାରସୁଗୁଡ଼ା ଏସପି କହିଛନ୍ତି ।

(ଝାରସୁଗୁଡାରୁ ଭାଗିରଥୀ ସାହୁଙ୍କ ରିପୋର୍ଟ, ଓଟିଭି)