/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680702572.jpg)
Love Letter
ପ୍ରେମ ଅଢ଼େଇ ଅକ୍ଷର । ସମୟ ବଦଳିବା ସାଙ୍ଗକୁ ପ୍ରେମ ପ୍ରକାଶ କରିବାର ତରିକା ବି ବଦଳୁଛି । ଇଏ ଏମିତି ଏକ ଶବ୍ଦ ଯାହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ କମ ପଡ଼ିବ । ଆଗକାଳର ପ୍ରେମ ଆଉ ଏବେର ପ୍ରେମ ଭିତରେ ଆକାଶ ପାତାଳ ଫରକ୍ । ପୂର୍ବରୁ ଚିଠି ଦିଆନିଆରେ ଚାଲିଥିଲା ପ୍ରେମ । ହେଲେ ବର୍ତ୍ତମାନର ପ୍ରେମ ହ୍ୱାଟ୍ସଆପ୍ ଓ ଭିଡିଓ କଲ୍ରେ ସୀମିତ । ପୂର୍ବରୁ ପ୍ରେମିକାକୁ ଚିଠିଟିଏ ଦେବା ପାଇଁ ରାତିରାତି ଅନିଦ୍ରା ହେଉଥିଲା ପ୍ରେମିକ । ନିଜ ପ୍ରେମକୁ କିଛି ନିଆରା କରିବା ପାଇଁ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛନ୍ତି ଏହି ଯୁବକ ।
ଆପଣ ବି ପ୍ରେମ କରିଥିବେ ଆଉ ପ୍ରେମିକାକୁ ପ୍ରେମଭରା ଚିଠିଟିଏ ଲେଖିଥିବେ । କିନ୍ତୁ ଏମିତି ଚିଠିଟିଏ କେବେ ଦେଖିନଥିବେ । ପାଠ ଯେମିତିକୁ ଭଲ ପାଇବା ପ୍ରକାଶ କରିବା ତରିକା ବି ସେମିତି । ବିଜ୍ଞାନ ପଢ଼ୁଥିବା ଛାତ୍ରଟିଏ ନିଜ ଲଭ୍ ଷ୍ଟୋରୀକୁ ଡାଇଗ୍ରାମ ମାଧ୍ୟମରେ ଦର୍ଶାଇଛି । ସେ ଚିଠି ଦେଖିଲେ ଆପଣଙ୍କୁ ଟିକେ ବୁଝିବାକୁ ଅସୁବିଧା ହେବ । ପ୍ରେମିକା କିନ୍ତୁ ବୁଝିଯାଇଛି ପ୍ରେମିକର ସେହି ପ୍ରେମଭରା ଚିଠି ।
ବାସ୍ତବରେ ଏହି ଚିଠିକୁ ଜଣେ ମହିଳା ଘର ସଫା କରିବା ବେଳେ ପାଇଥିଲେ । ଏହି ପ୍ରେମପତ୍ର ୧୮ବର୍ଷ ତଳର । ଆଶ୍ଟର୍ଯ୍ୟର କଥା ହେଉଛି ମହିଳା ଜଣକ ଜାଣିନଥିଲେ ଯେ ତାଙ୍କ ସ୍ୱାମୀ ଏହି ଚିଠିଟିକୁ ଲେଖିଛନ୍ତି । ଦୁହେଁ ଯେତେବେଳେ କଲେଜ୍ରେ ପଢ଼ୁଥିଲେ, ସେତେବେଳେ ତାଙ୍କ ସ୍ୱାମୀ ଏହି ଚିଠିକୁ ଲେଖିଥିଲେ । ନିଜ ଭଲପାଇବାକୁ ଡାଇଗ୍ରାମରେ ସଜାଇଦେଇଥିଲେ ସ୍ୱାମୀ ।
Was cleaning up some old stuff yday when I rediscovered some old hand written letters that Mr Iyer had written to me some 18.5 years ago.
But who writes about lab experiments along with detailed diagrams in letters to their girl friend?
(Yeah I said yes to this guy 😍) pic.twitter.com/OSzWejrB4p— Saiswaroopa (@Sai_swaroopa) April 3, 2023
ତେବେ ଏହି ଚିଠିକୁ ସାଇସ୍ୱରୂପାଙ୍କ ଟ୍ୱିଟର୍ ଆକାଉଣ୍ଟରୁ ପୋଷ୍ଚ କରାଯାଇଛି । କ୍ୟାପ୍ସନ୍ରେ ଲେଖିଛନ୍ତି ଯେ, ‘ମୋ ସ୍ୱାମୀ ଶ୍ରୀଯୁକ୍ତ ଅୟର୍ କଲେଜ୍ରେ ପଢ଼ୁଥିବା ବେଳେ ମୋ ପାଇଁ ଏହି ଚିଠିଟିଏ ଲେଖିଥିଲେ । ସେତେବେଳେ ମୁଁ ତାଙ୍କୁ ହଁ କରିଦେଇଥିଲି’ । ତେବେ ଏହି ଚିଠିକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି । ଏବେ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)