ସଂକ୍ଷେପରେ ଆଜିର ତାଜା ଖବର - Thursday, 21 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜମିବାଡ଼ିକୁ କେନ୍ଦ୍ର କରି ଡବଲ ମର୍ଡର, ବାପା-ପୁଅ ମୃତ

ପାରିବାରିକ କଳହରୁ ରୁହୁନିଆ ଗାଁର ଦେବ ସିନ୍ଧିରିଆ ତାଙ୍କ ପୁଅ ରତନ ସିନ୍ଧିରିଆ ଓ ବୋହୁ ସୁକାନ୍ତି ସିନ୍ଧିରିଆଙ୍କୁ ଆକ୍ରମଣ କରିଥିଲେ ଅମିଲ ସିନ୍ଧିରିଆ ଓ କମିଲ ସିନ୍ଧିରିଆ । More

ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ସ୍ତ୍ରୀର ହତ୍ୟା ଉଦ୍ୟମ

ଧରାପଡିଗଲା ସ୍ତ୍ରୀର ଚୋରା ପୀରତି। କଲା ସ୍ୱାମୀଙ୍କୁ ହତ୍ୟା ଯୋଜନା। ସୁପାରୀ କିଲର ଦ୍ୱାରା ହତ୍ୟା ଉଦ୍ୟମ। ଡ୍ରାଇଭର ପ୍ରେମିକ ସହ ମିଶି ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା ପାଇଁ ଉଦ୍ୟମ। ସାନ୍ଧ୍ୟ ଭ୍ରମଣ ବେଳେ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଗୁରୁତର। More

ବିଶ୍ୱସ୍ତରୀୟ ମେଡିକାଲରେ ବିଶ୍ୱସ୍ତରୀୟ ପ୍ଲାନ୍‌ ? ମୋବାଇଲ ବନ୍ଧା ରଖିଲେ ମିଳିବ ଷ୍ଟ୍ରେଚର୍‌-ହ୍ୱିଲ୍‌ ଚେୟାର

କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍‌ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ । More

ଅଗଷ୍ଟ ସୁଦ୍ଧା ଶେଷ ହେବ ଜଟଣୀ ସୀତାରାମ ଛକ ଓଭରବ୍ରିଜ୍: ଅପରାଜିତା ଷଢ଼ଙ୍ଗୀ

୩ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ପାଇଁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ମଞ୍ଚେଶ୍ୱର ରେଲୱେ ମାର୍କେଟ ପାତ୍ରସାହି ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି । More

ଲୋକଙ୍କ କବ୍‌ଜାରେ ଐତିହ୍ୟ କିର୍ତ୍ତୀରାଜି, ହେଲେ ସରକାର କହୁଛନ୍ତି ଆମେ ଜାଣିନୁ !

୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ଭୁବନେଶ୍ୱର ସହରର ଅତି ପାଖରେ, ଲିଙ୍ଗିପୁର ପଞ୍ଚାୟତ ଅଧିନରେ ଥିବା ୫୬୨.୬୮୧ ଏକର ଜମିରେ ଗଢ଼ି ଉଠିଥିଲା ଏ ଗଡ଼ । ଯାହା, ଏବେ ମାତ୍ର ୭୭୫ ଡିସିିମିଲ ବା ଏକ ଏକରରୁ କମ୍‌ରେ ସୀମିତ ରହିଯାଇଛି । More

ବାଘ ବାଘୁଣିଙ୍କ ଭିଡିଓ ଭାଇରାଲ, ସେଥିରୁ ଗୋଟିଏ କଲରାପତରିଆ

ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ରୁ ଅଧିକ କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି । More

ଅଘୋଷିତ ବିଦ୍ୟୁତକାଟ୍‌ ସମସ୍ୟା; ଏବେ ଟ୍ରେଲର ଚାଲିଛି, ଆଗକୁ ଫିଲ୍ମ ଆସୁଛି

ସାମନ ସ୍ଥିତି ବାଲେଶ୍ୱରରେ । ସଞ୍ଜ ନଇଁବା ମାତ୍ରେ ରାଜୁତି କରୁଛି ଅନ୍ଧକାର । ଏଠି ପାଓ୍ୱାରକଟ୍ ନିତିଦିନିଆ ହେଲାଣି । ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ଅଚଂଳରେ ବି ଘନ ଘନ ପାଓ୍ୱାରକାଟ୍‌ରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ୍ ଉପଭୋକ୍ତା । More

ଦିନବେଳା ଡାକ୍ତର, ହେଲେ ରାତିରେ ବଦଳିଯାଉଛି ଚରିତ୍ର ! ପାଲଟିଯାଉଛନ୍ତି ଦଶମୁଣ୍ଡିଆ ରାବଣ..

ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି । More

ରାଜ୍ୟରେ କୋହଲା ପାଗ, ତାତିରୁ ସାମାନ୍ୟ ଆଶ୍ୱସ୍ତି

ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ସମୀବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ଝଡ଼ବର୍ଷା ସମ୍ଭାବନା ରହିଛି । More

ସରକାର ସାହାଯ୍ୟ କଲେନି, ରାଷ୍ଟ୍ରପତିଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ

୨୦୦୯ ମସିହାରେ ଏକ ଦୁର୍ଘଟଣାରେ ଅମିତଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା । ଆଉ ପରେ ପରେ ଗୋଟିଏ ହାତ ବି କାମ ଦେଲାନି l More

ସିକ୍ୟୁରିଟି ଗାର୍ଡ ଲୁଟୁଥିଲା ବାଇକ, ଧରିଲା ପୋଲିସ

ସୁଯୋଗ ଦେଖି ଚାବି ମେକାନିକକୁ ଡାକି ତାଲା ଭାଙ୍ଗି ଲୁଟ୍ କରୁଥିଲା । ସିକ୍ୟୁରିଟି ଗାର୍ଡ ବେଶରେ ଲୁଟେରା ଜଣକ ବାଇକ ଲୁଟି ଚମ୍ପଟ ମାରୁଥିଲା । More

ଅମାନିଆ ଆନ୍ଧ୍ର ! ପୁଣି କୋଟିଆରେ ପଶି କଲା ନିର୍ମାଣ କାମ

କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି ।  More

ରାଜ୍ୟରେ ୧୯୬ ପୋଲିସ ପଦବୀ ମଞ୍ଜୁର

ପୂରଣ ହେବ ୧୯୬ ପୋଲିସ ପଦବୀ। ରାଜ୍ୟରେ ୨୮ ସ୍ଥାୟୀ ପୋଲିସ୍ ଆଉଟ୍ପୋଷ୍ଟ ପାଇଁ ୨୮ ସବ୍ଇନ୍ସପେର ଓ ୧୬୮ କନେଷ୍ଟବଳ ପଦବୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଛି ସୂଚନା। More

ପୁଣି ରାଜଧାନୀରେ ଶିଶୁ ଚୋରି, ଚନ୍ଦ୍ରଶେଖରପୁରରୁ ଧରିଲା ପୋଲିସ

ବହୁ ଖୋଜା ଖୋଜି ପରେ କିଛି ସୂଚନା ନ ମିଳିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । More

କବାଡ଼ି ଖାନାରେ ବିସ୍ଫୋରଣ : ଜଣେ ମୃତ, ଜଣେ ଗୁରୁତର

ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା । ଏହି ବିସ୍ଫୋରଣ ଯୋଗୁ ଉଭୟ ହରିପଦ ଓ ଅହମଦ ଗୁରୁତର ହୋଇଥିଲେ। More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କଲା କେନ୍ଦ୍ରୀୟ ଟିମ୍

ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍‌ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି । More

ସମୀବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ, ଓଡ଼ିଶାରେ ୧୨ ଜିଲ୍ଲାକୁ ଝଡ଼ବର୍ଷା ୱାର୍ଣ୍ଣିଂ

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବର୍ଷା ସମ୍ଭାବନା । ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । More

କ’ଣ ହେବ ଭବିଷ୍ୟତ ? ସ୍କୁଲରେ ପାଚିକା ନଥିବାରୁ ନିଜେ ରୋଷେଇ କରୁଛନ୍ତି ପିଲା

ଛାତ୍ରାବାସରେ ୭୦ରୁ ଅଧିକ ପିଲା ନିଜେ ରୋଷେଇ କରି ଖାଉଛନ୍ତି More

ନଳକୂପ କାମରେ ଆସୁନି, ଚୁଆ ପାଣି ଗାଁ ଲୋକଙ୍କ ସାହା ଭରଷା

ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ... More

ମୋବାଇଲ ବନ୍ଧକ ଦିଅ, ଷ୍ଟ୍ରେଚର ନିଅ : କଟକ ବଡ଼ ମେଡିକାଲରେ ଅବ୍ୟବସ୍ଥା

ଜରୁରୀ ବ୍ୟବହାର ପାଇଁ ରୋଗୀଙ୍କୁ ସହଜରେ ମିଳୁନି ଷ୍ଟ୍ରେଚର More

ଇଏ କେମିତିକା ପୁଅ, ମଦ ନିଶାରେ ମା'କୁ ହାଣିଲା

ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ହୋଇ ତାକୁ ହିଁ କୁରାଢ଼ିରେ ହାଣି ଦେଲା ପୁଅ। More

OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ ମେ ଓ ଜୁନ୍‌ ମାସର ପରୀକ୍ଷା କ୍ୟାଲେଣ୍ତର୍‌

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌(OSSC) ପକ୍ଷରୁ ମେ ଓ ଜୁନ୍‌ ମାସ ପାଇଁ ହେବାକୁ ଥିବା ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିଟି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ର ଅଫିସିଆଲ୍‌ ୱେବ୍‌ସାଇଟ www.ossc.gov.in ରେ ପ୍ରକାଶ ପାଇଛି । More

ଦିଲ୍ଲୀ ସ୍ଥିତି ଦେଖି ଓଡ଼ିଶା ସଜାଗ; ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କରୋନା ସ୍ଥିତି ଉଦବେଗ ଜନକ ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । More

ସ୍କୁଲ୍‌ ବସ୍‌କୁ ୨ ଲକ୍ଷ, ଅଟୋକୁ ୨୭ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱରରେ ଏକ ସ୍କୁଲ୍‌ ବସ୍‌କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଛି। ଭୁବନେଶ୍ୱର ଡମଣା ଛକରେ ଯାଞ୍ଚ ବେଳେ ଆରଟିଓ-୨ ଏହି ଫାଇନ୍‌ କାଟିଛି। More

ନବ ଦାସଙ୍କ ରୋଷେୟା ପାଖକୁ କିଏ ପଠେଇଥିଲା ଟଙ୍କା? ମିଳିଲା ସୁରାକ୍...

ରୋଷେୟା ଲଳିତ ସାହୁ ପାଖକୁ ଏତେ ଟଙ୍କା କିଏ ଓ କାହିଁକି ପଠାଇଥିଲା? କେଉଁ ଆକାଉଣ୍ଟରୁ ଆସିଥିଲା ଟଙ୍କା? ଲଳିତଙ୍କ ଫୋନ କିଏ କଲା ଲକ୍? ଏସବୁ ପ୍ରଶ୍ନର ଉତ୍ତର କହିବ ମୃତ୍ୟୁର ରହସ୍ୟ... More

ଖନନ ବେଳେ ମନ୍ଦିରର ଗର୍ଭଗୃହରୁ ମିଳିଲା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି

ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି। ଶାରୀ ମନ୍ଦିର ପରିସରରୁ ଗତକାଲି ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି। ଖନନ ସମୟରେ ମନ୍ଦିରର ଗର୍ଭଗୃହରୁ ଚାରିଭୁଜ ଥିବା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି।  More

ବଦଳିବ ଜୟପୁର-କୋରାପୁଟ ଘାଟିର ରୁପ ରେଖ, ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ଟନେଲ

ବଦଳିବ ଜୟପୁର-କୋରାପୁଟ ଘାଟିର ରୁପ ରେଖ । ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ଟନେଲ । ଏହାର ସଫଳ ରୂପାୟନ ହେଲେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ସମୟ ବଞ୍ଚିବା ସହ ବାରମ୍ବାର ଘାଟିରେ ଘଟୁଥିବା ଦୁର୍ଘଟଣାକୁ ରୋକାଯାଇପାରିବ। ଏନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ୬ଲେନ୍ ବିଶିଷ୍ଟ ଅତ୍ୟାଧୁନିକ ଜ୍ଞାନକୌଶଳ ଟନେଲ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ପ୍ରସ୍ତାବ ଦେଇଛନ୍ତି ପରିବହନ ମନ୍ତ୍ରଣାଳୟକୁ। ଯଦି ଘାଟିରେ ଟନେଲ ନିର୍ମାଣ ହୁଏ ତେବେ ଓଡ଼ିଶା ସଡକ ନିର୍ମାଣ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ । More

ଦଶପଲ୍ଲାର ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା

ନୟାଗଡ଼ ଦଶପଲ୍ଲାରେ ଆୟୋଜିତ ହୋଇଛି ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା କାହିଁ କେତେକାଳରୁ ଚାଲି ଆସୁଥିବା ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ଶେଷ ଦିନରେ ରାବଣ ପୋଡ଼ି ସହ ଜମିଥିଲା ଆତସବାଜି କାର୍ଯ୍ୟକ୍ରମ... More

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମେୟର ନିର୍ବାଚିତ ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂହ । More

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ସମୟ ନେଲା ASI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇଛନ୍ତି। More

ରାଜଧାନୀରେ ଶିଶୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ

ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ କରିଥିବା ଅଭିଯୁକ୍ତର ସବୁ ଯୋଜନା ପଣ୍ଡ ହୋଇଗଲା। ନାବାଳିକାଟିକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ମାଡ଼ି ବସିଲା କମିଶନରେଟ ପୁଲିସ୍‌। More

'ଆଗେ ୪ ହଜାର ଦିଅ, ତାପରେ ଛୁଆ ଜନ୍ମ ହେବ'

ପ୍ରସବ କରାଇବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗୁଥିଲେ ଡାକ୍ତର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ବିରୋଧରେ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣିଲେ ରୋଗୀଙ୍କ ସଂପର୍କୀୟ । More

ଦେଖିପାରିଲେନି ପୁଅ ବାହାଘର, ଅଧାରେ ରହିଗଲା ସ୍ୱପ୍ନ: ପୁଅର ବାହାଘର ଦିନ ଚାଲିଗଲା ବାପାର ଜୀବନ

ବର ବେଶରେ ପୁଅକୁ ସଜାଇ ରୋଷଣୀ, ବାଜା ବଜାଇ ପୁଅର ବାହାଘର କରିଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ପୁଅର ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ।ବାହାଘରକୁ ନେଇ ଖୁସିରେ ଘର ଉଠୁଥିଲା, ପଡ଼ୁଥିଲା। ହେଲେ ହଠାତ୍‌ କାନ୍ଦ ବୋବାଳିରେ ଫାଟି ପଡ଼ିଲା।  More

ଦଶମ ଛାତ୍ରଙ୍କୁ ରାଗିଂ: ହାତଗୋଡ଼ ବାନ୍ଧିଲେ, ଉଲଗ୍ନ କରି ଚପଲରେ ପିଟିଲେ

ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସହପାଠୀମାନେ ସମ୍ପୃକ୍ତ ଛାତ୍ରଙ୍କୁ  ଉଲଗ୍ନ କରିବା ସହ ଦୌଡ଼ିରେ ହାତ ଗୋଡ଼ ବାନ୍ଧି ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  More

ମଣିଷଙ୍କୁ ପଶୁ ଇଞ୍ଜେକ୍‌ସନ ଦେବା ଘଟଣାରେ ASI ନିଲମ୍ବିତ

ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି । More

୩ ଚିଟଫଣ୍ଡ ଠକଙ୍କୁ EOW ର ମୋଷ୍ଟ ୱାଣ୍ଟେଡ୍ ଘୋଷଣା; ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ଦେଲେ ମିଳିବ ପୁରସ୍କାର

ଚିଟଫଣ୍ଡ ଲୁଟେରାଙ୍କ ଟେର ପାଉନି ପୋଲିସ । ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ତିନି ଜଣଙ୍କ ନା ଜାରି କରିଛି କ୍ରାଇମବ୍ରାଞ୍ଚ । More

୪୦ ଡିଗ୍ରୀ ଉପରେ ୧୯ ସହର; ଚଳିତବର୍ଷ ତାପମାତ୍ରାରେ ରେକର୍ଡ କଲା ସୋନପୁର

ତାତିରେ ଆଉଟୁପାଉଟୁ ସାରା ରାଜ୍ୟ । ଗତକାଲି ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । More

ଓମଫେଡ୍ କ୍ଷୀର ନୂଆ ଦର; ଲିଟର ଫିଛା ୨ଟଙ୍କା ବୃଦ୍ଧି ପାଇଛି

ଆଜିଠୁ ବଢିଲା ଓମଫେଡ୍ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇଛି । More

କାହିଁକି ସରକାରଙ୍କ ନଜରରେ ପଡୁନି ମହାନଦୀର ମହାବିପତ୍ତି ?

ମହାନଦୀ ହେଉଛି ଆମ ମାଆ ଓ ଜୀବନ ଧାରଣର ରାହା । ହେଲେ ଆକାଶମାର୍ଗରୁ ଉତ୍ତୋଳିତ ଚିରସ୍ରୋତା ମାଆର ଏ ବିକଳ ଚିତ୍ରକୁ ଟିକେ ନିରିଖେଇ ଦେଖନ୍ତୁ । ସୋନପୁର ଓ ବୌଦ୍ଦରେ କେମିତି ଧୀରସ୍ଥିର ଓ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି । More

ନୂଆ ରୂପରେ ଫେରୁଛି କି କରୋନା ? ପୁଣି ଡରାଇଲାଣି, ଦିନକରେ ୨ ହଜାର ଆକ୍ରାନ୍ତ

ଯଦି ସଂକ୍ରମଣ ବଢ଼େ, ତେବେ ଜିଲ୍ଲା ସ୍ତରରେ କଣ୍ଟିନ୍‌ଜେନ୍‌ସି ଆକ୍ସନ ପ୍ଲାନ ବା ଜରୁରୀକାଳୀନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । More

ଏଥର ଅସନ୍ତୁଷ୍ଟଙ୍କୁ ମ୍ୟାନେଜ୍‌ କରିପାରିବ ତ ବିଜେଡି ? ଦଳରେ ବାହାରିଆ ନେତାଙ୍କ ଦବଦବା

ଖୁବ୍‌ଶୀଘ୍ର ହୋଇପାରେ ବିଜେଡିରେ ନବକଳେବର । ମନ୍ତ୍ରିମଣ୍ଡଳ ସହ ବଦଳିବ ବିଜେଡିର ସାଙ୍ଗଠନିକ ଢାଞ୍ଚା । ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଚାଲିଛି ଅଙ୍କକଷା । More

କଟକରେ ବଧୂ ହତ୍ୟା ! ବିବାହର ୭ ବର୍ଷ ପରେ ଶାଶୁ - ଦିଅର ଦେଉଥିଲେ ଯୌତୁକ ନିର୍ଯାତନା

କଟକ ସଦର ଥାନା ଅଞ୍ଚଳରୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଜଣେ ବଧୂଙ୍କ ଜୀବନ ଯାଇଛି । କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି । More

ପୋଲିସ ଉପରୁ ଚାପ ହଟିଲା ନା ହାଇକୋର୍ଟଙ୍କ ଛାଟ ବାଜିଲା ? ଅଢ଼େଇ ମାସ ପରେ ରୁଜୁ କଲା ମାମଲା

ଜାନୁଆରି ୩୧ରେ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା । ଏପ୍ରିଲ ୧୯ ତାରିଖରେ ହେଲା ଏଫ୍ଆଇଆର୍ । ଏତଲା ପାଇଁ କମିଶନରେଟ ପୋଲିସକୁ ଲାଗି ଗଲା ୨ ମାସ ୧୯ ଦିନ । More