• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଜେଡିର ସାଙ୍ଗଠନିକ ସ୍ତରରେ ହେବ ବଡ଼ ପରିବର୍ତ୍ତନ । ମନ୍ତ୍ରିମଣ୍ଡଳ ଅପେକ୍ଷା ସଙ୍ଗଠନ ଉପରେ ଦଳର ଅଧିକ ଗୁରୁତ୍ୱ । ୨୪ ନିର୍ବାଚନ ପାଇଁ ଦଳକୁ ଅଧିକ ଦକ୍ଷ, ସଙ୍ଗଠିତ ଓ ଶକ୍ତିଶାଳୀ କରିବାକୁ ବଦଳିବ ବିଜେଡିର ସାଙ୍ଗାଠନିକ ଢାଞ୍ଚା । ନୂଆ ପଦବୀ ସୃଷ୍ଟି ସହ କିଛି ନେତାଙ୍କୁ ଦାୟିତ୍ୱ ଦେବାକୁ ଚାଲିଛି କସରତ । ଏପରିକି ୨୦୧୭ ଫର୍ମୁଲା ଭଳି ମନ୍ତ୍ରୀମଣ୍ଡଳରୁ ବାଦ ପଡିବାକୁ ଥିବା ମନ୍ତ୍ରୀଙ୍କୁ ସଙ୍ଗଠନ କାମରେ ଲଗାଯିବ । ନବୀନଙ୍କ ଲୟାଲିଷ୍ଟଙ୍କୁ ବାଦ ଦେଇ ପାୱାରଫୁଲ ଗୋଷ୍ଠୀର ନେତାଙ୍କୁ ମିଳିବ କି ପ୍ରାଧାନ୍ୟ ? ତାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ।

ଖୁବ୍‌ଶୀଘ୍ର ହୋଇପାରେ ବିଜେଡିରେ ନବକଳେବର । ମନ୍ତ୍ରିମଣ୍ଡଳ ସହ ବଦଳିବ ବିଜେଡିର ସାଙ୍ଗଠନିକ ଢାଞ୍ଚା । ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଚାଲିଛି ଅଙ୍କକଷା । ୨୪ ବର୍ଷର କ୍ଷମତା ପରେ ୨୦୨୪ ବିଜେଡି ପାଇଁ ହେବ ବଡ ଚ୍ୟାଲେଞ୍ଜ । ତେଣୁ ଏବେଠୁ ଦଳ ତାର ଷ୍ଟ୍ରାଟେଜୀ ଆରମ୍ଭ କରିଛି । ଗଠନ କରୁଛି ୱାର୍କିଂ ଟିମ୍ । ଫୋକସରେ ରହିଛି ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ ।

ମନ୍ତ୍ରୀମଣ୍ଡଳ ଅପେକ୍ଷା ସଙ୍ଗଠନକୁ ବେଶି ଗରୁତ୍ୱ ଦେଉଛି ଦଳ । ୱାର୍ଡ, ବୁଥ୍‌ରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଦଳ ତାର ସାଙ୍ଗଠନିକ ଶକ୍ତିକୁ ସୁଦୃଢ଼ କରିବ । ତେଣୁ କୁହାଯାଉଛି ଯେ, ସବୁ ସ୍ତରରେ ଦଳର ହେବ ନବକଳେବର । ନୂଆ ପଦବୀ ସୃଷ୍ଟି ସହ କିଛି ନେତାଙ୍କୁ ସଙ୍ଗଠନର ଦାୟିତ୍ୱ ଦେବାକୁ ଚାଲିଛି କସରତ । ୨୦୧୭ ଫର୍ମୁଲା ଭଳି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀଙ୍କୁ ସଙ୍ଗଠନ କାମରେ ଲଗାଯିବ । କିଛି ବରିଷ୍ଠ ନେତାଙ୍କୁ ମାଗଦର୍ଶକ ବା ଉପଦେଷ୍ଟା ଭୂମିକାରେ ରଖାଯିବ ।

ନବୀନ ଲୟାଲିଷ୍ଟଙ୍କୁ ବାଦ ଦେଇ ପାୱାରଫୁଲ ଗୋଷ୍ଠୀର ନେତାଙ୍କୁ ଦଳରେ ପ୍ରାଧାନ୍ୟ ମିଳିବା ନେଇ ଚର୍ଚ୍ଚା ହେଉଛି । କିଛି ନେତାଙ୍କୁ ଜୋନ୍‌ୱାଇଜ୍ ଦାୟିତ୍ୱ ବଣ୍ଟନ କରାଯାଇପାରେ । ହେଲେ ନୂଆ ଯୁବ, ସ୍ୱଛ ଚେହେରା ଓ ବିଶେଷ ଭାବେ ମହିଳା ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ରଣନୀତି କରାଯାଉଛି । ସୋସିଆଲ୍ ମଡିଆକୁ ନୂଆ ରୂପ ଦିଆଯିବାକୁ ଯୋଜାନା ହେଉଛି । ତେବେ ସରକାର ବିରୋଧୀରେ ଯେମିତି ଜନମତ ସୃଷ୍ଟି ନହୁଏ । ସେଥିଲାଗି ପିଲିଟିକାଲ୍ ମାଇକ୍ରୋ ମ୍ୟାନେଜମେଣ୍ଚ କରାଯିବ ।

ସେପଟେ ୨୦୨୪ରେ ଦଳ ପାଇଁ ଚ୍ୟାଲ୍ଞ୍ଜ ହେବ ଅନ୍ତର୍ଦ୍ୱନ୍ଦ । ଅନ୍ୟ ଦଳରୁ ଆସି ବିଜେଡିରେ ବହୁ ନେତା ସାମିଲ ହେଉଛନ୍ତି, ହେଲେ ସେମାନଙ୍କୁ ସମ୍ଭାଳିବା ଦଳ ପାଇଁ ହେବ ବଡ ଚ୍ୟାଲେଞ୍ଜ । ସେପଟେ ଦଳରେ ନିର୍ବାଚନ ଲଢିବା ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ । ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳିରେ ଏକାଧିକ ଆଶାୟୀ । ଏବେଠୁ ନିର୍ବାଚନ ଲଢିବାକୁ ସଜାବାଜ ହେଲେଣି ।

ତେଣୁ କେମିତି ସେମାନଙ୍କୁ ମ୍ୟାନେଜ୍ କରାଯିବା ତାହା ବି ବଡ ଚ୍ୟାଲେଂଜ ପାଲଟିବ । ତେବେ ମନ୍ତ୍ରୀ ମଣ୍ଡଳରେ ଯେଉଁମାନେ ବାଦପଡିବେ । ସେମାନେ କେତେ ଆଗ୍ରହର ସହ କାମ କରିବେ ତାହା ବି ବଡ ପ୍ରଶ୍ନ ରହିବ । ମନ୍ତ୍ରୀମଣ୍ଡଳ ସାଙ୍ଗାଠନିକ ସ୍ତରରେ ଅଦଳବଦଳ । ତାପରେ ରାଜ୍ୟସଭା ନିର୍ବାଚନ । ଦଳ କାହାକୁ କେଉଁ ପଦବୀରେ ରଖିବେ ଓ ଅସନ୍ତୁଷ୍ଟଙ୍କୁ କିଭଳି ମ୍ୟାନେଜ କରିବେ । ତା ଉପରେ ରହିଛି ନଜର ।

ରିପେର୍ଟର- ହରିହର ଚାନ୍ଦ