• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନିର୍ମାଣ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ଟନେଲ

ନିର୍ମାଣ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ଟନେଲ । ଅନାୟଶରେ ଘାଟିରେ ଯାତାୟତ କରିପାରିବେ ଗାଡି ଚାଳକ, ରହିବନି ଦୁର୍ଘଟଣାର ଭୟ । ସେପଟେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ମଧ୍ୟ ସମୟ ବଞ୍ଚିବ। ଏସମସ୍ତ ଦିଗକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ।

ଜୟପୁର-କୋରାପୁଟ ଜାତୀୟ ରାଜପଥ ୨୬ ଅନ୍ତର୍ଗତ ଘାଟିରେ ନିର୍ମାଣ ହେବ ୬ ଲେନ ବିଶିଷ୍ଟ ଟନେଲ । ଏନଏଚ କତ୍ତୃପକ୍ଷଙ୍କ ଏହି ଆକଳନ ଯୋଗୁଁ ସାଧାରଣ ଲୋକ ସୁବିଧା ସୁଯୋଗ ପାଇବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଏପରି ପ୍ରସ୍ତାବକୁ ସାଧାରଣ ଲୋକେ ସ୍ୱାଗତ କରିବା ସହ ତୁରନ୍ତ ନିର୍ମାଣ ପାଇଁ ମତ ପ୍ରକାଶ କରିଛନ୍ତି ।

ଜୟପୁର-କୋରାପୁଟ ଜାତୀୟ ରାଜପଥ ୨୬ଅନ୍ତର୍ଗତ ଘାଟିରେ ଯାତାୟତରେ ଭିଡ ରହୁଥିବାବେଳେ ଦୁର୍ଘଟଣା ଘଟୁଛି । କେତେବେଳେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଛି ତ ପୁଣି କେତେବେଳେ ମାଲବାହୀ ଟ୍ରକ, ଟେଙ୍କର ‌ଆଦି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାଦ୍ୱାରା ଦୀର୍ଘ ସମୟ ଧରି ରାସ୍ତା ଜାମ ରହିବା ଯୋଗୁଁ ଯାତାୟତରେ ପ୍ରଭାବ ପଡୁଛି।

ବିଶେଷ କରି ୬କିମି ଘାଟି ରାସ୍ତାରେ ଟିକିଏ ଅସାବଧାନତା ହେଲେ ଦୁର୍ଘଟଣା ନିଶ୍ଚିତ । ଏସବୁକୁ ଦୂର କରିବା ପାଇଁ ୬ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ସାଢେ ୨ କିମି ଲମ୍ବରେ ୧୫୦ଫୁଟ ଚଉଡାରେ ଟନେଲ ନିର୍ମାଣ ପାଇଁ କେନ୍ଦ୍ର ପରିବହନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଟନେଲ ମଧ୍ୟରେ ବାୟୁ ଚଳାଚଳ ବ୍ୟବସ୍ଥା, ଫ୍ୟାନ, ଉଜ୍ଜଳ ଆଲୋକ, ସିସିଟିଭି କ୍ୟାମେରା, ସାଉଣ୍ଡ ସିଷ୍ଟମ ଆଦି ବ୍ୟବସ୍ଥା ରହିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।