Advertisment

ଦଶପଲ୍ଲାର ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା

ନୟାଗଡ଼ ଦଶପଲ୍ଲାରେ ଆୟୋଜିତ ହୋଇଛି ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା କାହିଁ କେତେକାଳରୁ ଚାଲି ଆସୁଥିବା ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ଶେଷ ଦିନରେ ରାବଣ ପୋଡ଼ି ସହ ଜମିଥିଲା ଆତସବାଜି କାର୍ଯ୍ୟକ୍ରମ...

author-image
Pallipuspa Samal
Daspalla lankapodi

Daspalla lankapodi

୧୮୦୨ ମସିହାରୁ ଶ୍ରୀରାମ ନବମୀରୁ ଦଶପଲ୍ଲାରେ ଚାଲି ଆସିଛି ପ୍ରସିଦ୍ଧ ରାମଲୀଳା ଓ ଲଙ୍କାପୋଡ଼ି ଯାତ୍ରା । ପ୍ରତିବର୍ଷ ଦଶହରାରେ ଲୋକକଳାର ଶୁଭାରମ୍ଭ ସହ ଏହାର ପ୍ରସ୍ତୁତି ହୋଇଥାଏ । ରଘୁନାଥଙ୍କ ପୀଠରେ ପୋଥିପୂଜା ପରେ ଆରମ୍ଭ ହୁଏ ରାମଲୀଳା ଆଖଡ଼ା । କଳାକାରମାନେ ବେଶ ହେବା ସହ ମୁଖା ପିନ୍ଧି ଅଭିନୟ କରିଥାନ୍ତି ।

Advertisment

ଅଶୋକାଷ୍ଟମୀ ପର୍ଯ୍ୟନ୍ତ ଆଖଡ଼ା ଚାଲିବା ପରେ ଶ୍ରୀରାମନବମୀଠାରୁ ଆରମ୍ଭ ହୋଇଥାଏ । ଲଙ୍କାପୋଡ଼ି ଯାତ୍ରା ପ୍ରାୟ ୧୫ରୁ ୧୮ ଦିନ ପଯର୍ୟନ୍ତ ଏହା ମଞ୍ଚସ୍ଥ ହୋଇଥାଏ । ଶ୍ରୀରାମଙ୍କ ଜନ୍ମଠାରୁ ଆରମ୍ଭ କରି ସୀତା ବିବାହ, ରାମ ବନବାସ, ଭରତ ମିଳନ, ସୀତା ହରଣ, ତାଡ଼କା ବଧ, ବାଳି ବଧ, ସୁଗ୍ରୀବ ଅଭିଷେକ, କୁମ୍ଭକର୍ଣ୍ଣ ବଧ ମଧ୍ୟ ଉତ୍ସବର ଅନ୍ୟତମ ‌ଆକର୍ଷଣ ଥାଏ ।

ଯାତ୍ରା ଦେଖିବା ପାଇଁ ରାଜ୍ୟର କୋଣଅନୁକୋଣରୁ ଦର୍ଶକଙ୍କ ସମାଗମ ହୋଇଥାଏ॥ ଭଳିକି ଭଳି ଦୋଳି ସହ ମୀନାବଜାରର ମଜା ନେଇଥାନ୍ତି ଦର୍ଶକ । କରୋନା ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷ ଧରି ଯାତ୍ରା ବନ୍ଦ ଥିବା ବେଳେ ଚଥିତ ବର୍ଷ କଟକଣା କୋହଳ ହେବା ପରେ ଲଙ୍କାପୋଡ଼ି ଉତ୍ସବ ଆୟୋଜିତ ହୋଇଛି ।

Advertisment
Daspalla Lankapodi Jatra
Advertisment
Advertisment