• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌(OSSC) ପକ୍ଷରୁ ମେ ଓ ଜୁନ୍‌ ମାସ ପାଇଁ ହେବାକୁ ଥିବା ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିଟି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ର ଅଫିସିଆଲ୍‌ ୱେବ୍‌ସାଇଟ www.ossc.gov.in ରେ ପ୍ରକାଶ ପାଇଛି ।

ଏହି ଦୁଇ ମାସରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ । ତାସହ କମ୍ପ୍ୟୁଟର୍‌ ସ୍କିଲ୍‌ ଟେଷ୍ଟ, ସାର୍ଟିଫିକେଟ୍‌ ଯାଞ୍ଚ ମଧ୍ୟ କରାଯିବ । ପରୀକ୍ଷାର କାର୍ଯ୍ୟସୂଚୀ ପରିବର୍ତ୍ତନ ମଧ୍ୟ ହୋଇପାରେ । ସେଥିପାଇଁ ଆବେଦନକାରୀ ମାନଙ୍କୁ ବାରମ୍ବାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଯାଇ ଚେକ୍‌ କରିବା ପାଇଁ ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଉଛି ।

ମେ ଓ ଜୁନ୍‌ ମାସରେ ହେବାକୁ ଥିବା ପରୀକ୍ଷାସୂଚୀ ବିଷୟରେ ଜାଣନ୍ତୁ..

  • ଜୁନିୟର ଷ୍ଟେନୋଗ୍ରାଫର୍‌: ସର୍ଟହାଣ୍ତ ଓ ଟ୍ରାନ୍ସକ୍ରିପ୍ସନ୍‌ ଟେଷ୍ଟ- ୦୨.୦୫.୨୦୨୨
  • ଫିଲ୍ଡ ଆସିଷ୍ଟାଣ୍ଟ ୨୦୧୯: ଲିଖିତ ପରୀକ୍ଷା- ୦୭.୦୫.୨୦୨୨
  • ମୃର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଫିସର ୨୦୧୯: ସାର୍ଟିଫିକେଟ୍‌ ଭେରିଫିକେସନ୍‌ ତାରିଖ ୧୦.୦୫.୨୦୨୨ ରୁ ୧୩.୦୫.୨୦୨୨
  • ଲାବ୍ରୋଟୋରୀ ଆସିଷ୍ଟାଣ୍ଟ ତଥା ଷ୍ଟୋର୍‌ କିପର୍‌ ୨୦୧୮: ସାର୍ଟିଫିକେଟ୍‌ ଭେରିଫିକେସନ୍‌ ତାରିଖ ୧୭.୦୫.୨୦୨୨ ରୁ ୨୦.୦୫.୨୦୨୨
  • ଜୁନିୟର କ୍ଲର୍କ ୨୦୧୯ : ଲିଖିତ ପରୀକ୍ଷା ୨୨.୦୫.୨୦୨୨ ରୁ ୨୭.୦୫.୨୦୨୨ ତାରିଖ
  • ଅମିନ ୨୦୧୬ : ଫିଜିକାଲ ଟେଷ୍ଟ ୦୩.୦୬.୨୦୨୨ ରୁ ଆରମ୍ଭ
  • ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ୨୦୧୬ : ଭାଇଭା ପରୀକ୍ଷା- ୦୪.୦୬.୨୦୨୨ ରୁ ଆରମ୍ଭ
  • ଜୁନିୟର ଷ୍ଟେନୋ ୨୦୧୭ : ସାର୍ଟିଫିକେଟ୍‌ ଭେରିଫିକେସନ୍‌- ୦୬.୦୬.୨୦୨୨
  • ଆସିଷ୍ଟାଣ୍ଟ କ୍ୟୁରେଟର୍‌ ଏବଂ କନ୍ଞ୍ଜରଭେଟର୍ ୨୦୧୭ : କମ୍ପ୍ୟୁଟର୍‌ ସ୍କିଲ୍‌ ଟେଷ୍ଟ- ୦୭.୦୬.୨୦୨୨
  • ଜୁନିୟର ଷ୍ଟେନୋ ୨୦୧୬ : ସାର୍ଟିଫିକେଟ୍‌ ଭେରିଫିକେସନ୍‌ ୧୬.୦୬.୨୦୨୨ ରୁ ୧୮.୦୬.୨୦୨୨