Advertisment

ନବ ଦାସଙ୍କ ରୋଷେୟା ପାଖକୁ କିଏ ପଠେଇଥିଲା ଟଙ୍କା? ମିଳିଲା ସୁରାକ୍...

ରୋଷେୟା ଲଳିତ ସାହୁ ପାଖକୁ ଏତେ ଟଙ୍କା କିଏ ଓ କାହିଁକି ପଠାଇଥିଲା? କେଉଁ ଆକାଉଣ୍ଟରୁ ଆସିଥିଲା ଟଙ୍କା? ଲଳିତଙ୍କ ଫୋନ କିଏ କଲା ଲକ୍? ଏସବୁ ପ୍ରଶ୍ନର ଉତ୍ତର କହିବ ମୃତ୍ୟୁର ରହସ୍ୟ...

author-image
Prangyan Parimita
ଅଦ୍ୟତନ ହୋଇଛି
naba das

naba das

ପୁଣି ବିବାଦରେ ନବୀନଙ୍କ ଆଉ ଜଣେ ମନ୍ତ୍ରୀ। ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟାର ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା ପ୍ରଶ୍ନ? ଆତ୍ମହତ୍ୟା କରିଛି ନା ତାଙ୍କୁ କିଏ ହତ୍ୟା କରିଛି? ଯଦି ଆତ୍ମହତ୍ୟା କରିଛନ୍ତି, ତେବେ ଏଥିପାଇଁ ଦାୟୀ କିଏ? କିଏ ତାଙ୍କୁ କୌଣସି ପ୍ରସଙ୍ଗରେ ଭୟଭୀତ କରୁଥିଲା କିମ୍ବା ଚାପ ପକାଉଥିଲା କି?

Advertisment

୨୨ ବର୍ଷୀୟ ଲଳିତ କୁମାର ସାହୁ। ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଡେଙ୍ଗବୋରେଇ ଗାଁରେ। ବର୍ଷେ ହେଲା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ଘରେ ରୋଷେୟା ଭାବେ କାମ କରୁଥିଲେ। ରହୁଥିଲେ ମନ୍ତ୍ରୀଙ୍କ ବାସଭବନ ପାଖରେ ଥିବା ସର୍ଭେଣ୍ଟସ କ୍ୱାର୍ଟରରେ ରହୁଥିଲେ। ଭାଇ ବିରଞ୍ଚି ସାହୁ ମଧ୍ୟ ରହୁଥିଲେ, ଯିଏକି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସର୍ଭେଣ୍ଟ କ୍ୱାଟରରେ ଲଳିତ ଏକା ଥିବା ବେଳେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଉ ଏକଥା ଜଣାପଡିବା ପରେ ରାତାରାତି ଲଳିତଙ୍କ ଶବକୁ ବ୍ୟବଛେଦ କରାଯାଇ ଝାରସୁଗୁଡା ଟାଉନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପ୍ରାୟ ୩ ଶହ କିଲୋମିଟର ଦୂର ଡେଙ୍ଗବୋରେଇ ଗାଁକୁ ଆଣି ତରବରିଆ ଭାବେ ଶବ ସତ୍କାର କରାଯାଇଥିଲା। ଯାହାକି ବିରାଟ ପ୍ରଶ୍ନ ଉଠାଇଛି।

ଲଳିତ ମୃତ୍ୟୁକୁ ନେଇ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏଇ ମାସକ ମଧ୍ୟରେ ଲଳିତଙ୍କ ଆକାଉଣ୍ଟକୁ କୁଆଡେ ୭ ଲକ୍ଷ ଟଙ୍କା ଆସିଥିଲା। ଏହି ଟଙ୍କା କିଏ ପଠାଇଥିଲା? ଜଣେ ରୋଷେୟା ପାଖକୁ ଏତେ ଟଙ୍କା ପଠାଇବାର କାରଣ କ’ଣ? କେଉଁ ଆକାଉଣ୍ଟରୁ ଆସିଥିଲା ଏହି ଟଙ୍କା। ଏହି ଟଙ୍କା ଦେଣନେଣ ଲଳିତ ମୃତ୍ୟୁର କାରଣ ନୁହେଁ ତ? ଖାଲି ଏତିକି ନୁହେଁ, ଫୋନ କଲରୁ ଲଳିତ ମୃତ୍ୟୁର କାରଣ ଜଣାପଡିବ ବୋଲି ପରିବାର ଲୋକେ ଆଶା ରଖିଥିବା ବେଳେ ପୋଲିସ କହୁଛି ଲଳିତଙ୍କ ଫୋନ ଲକ୍ ହୋଇ ରହିଛି। ଏହା ଯଦି ସତ ହୋଇଥାଏ, ତେବେ ଲଳିତଙ୍କ ଫୋନ କିଏ କଲା ଲକ୍? ପ୍ରମାଣ ନଷ୍ଟ ପାଇଁ ଏପରି କରାଯାଇନି ତ?

Advertisment

ଖୁବଶୀଘ୍ର ଲଳିତ ମୃତ୍ୟୁର ତଦନ୍ତ କରାଯାଇ ରହସ୍ୟ ଉପରୁ ପରଦା ହଟିବା ଦରକାର। ଏବେ କୁଆଡେ ମୃତ ଲଳିତଙ୍କ ଘରେ ମନ୍ତ୍ରୀ ନବ ଦାସଙ୍କ ଡ୍ରାଇଭର ଡେରା ପକାଇ ଲଳିତଙ୍କ ପରିବାର ସଦସ୍ୟଙ୍କୁ କାହା ସହ ସାକ୍ଷାତ କରାଇ ଦେଉ ନାହାଁନ୍ତି। ବିଜେପିର ସମସ୍ତ ଅଭିଯୋଗ ନେଇ ମନ୍ତ୍ରୀ ନବ କିଶୋର ଦାସ, ଝିଅ ଦୀପାଲି ଦାସ କିମ୍ୱା ଝାରସୁଗୁଡା ପୋଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।

ବ୍ୟୁରୋ ଇନପୁଟ ସହ ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ ଓ ଝାରସୁଗୁଡାରୁ ଭାଗିରଥି ସାହୁଙ୍କ ରିପୋର୍ଟ

Health Minister Naba Das Minister Naba Das
Advertisment
Advertisment