Advertisment

ଆଦିବାସୀଙ୍କ ପ୍ରଶ୍ନ ବାଣରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ

ବିଜେଡି ଜିଲ୍ଲା ପରିଷଦ ପ୍ରାଥିନୀ ରିତାରାଣୀ ହାତୀଙ୍କ ପ୍ରଚାରରେ ଆସି ହଟହଟା ହୋଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ସରକାର ଆସିବାସୀ କୋଟା କାଟି ନେଇ ତାଙ୍କୁ ବିରୋଧ କରାଯାଇଛି। ଆଦିବାସୀଙ୍କ ଚେତାବନୀ ପରେ ଭୂସ୍କିମାଲ ଗ୍ରାମରୁ ଫେରିଛି ମନ୍ତ୍ରୀ।

author-image
Pramod Behera
ଅଦ୍ୟତନ ହୋଇଛି
Protest to Tukuni Sahu

Protest to Tukuni Sahu

ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ୩୧ ନମ୍ବର ଯୋନ୍‌ରେ ବିଜେଡି ଜିଲ୍ଲା ପରିଷଦ ପ୍ରାଥିନୀ ରିତାରାଣୀ ହାତୀଙ୍କ ପ୍ରଚାରରେ ମନ୍ତ୍ରୀ ଟୁକୁନି ସାହୁ ଆସିଥିବା ବେଳେ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ସଂଘ ପକ୍ଷରୁ ମନ୍ତ୍ରୀ ମଧ୍ୟ ପ୍ରଶ୍ନବାଣର ଶିକାର ହୋଇଛନ୍ତି। ରାଜ୍ୟ ସରକାର କାହିଁକି ଆଦିବାସୀ କୋଟା କାଟିଲେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଛି। ତେବେ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଆଦିବାସୀମାନେ ଚେତାବନୀ ଦେଇଥିବା ବେଳେ ହଟହଟା ହେଇ ମନ୍ତ୍ରୀ ଭୂସ୍କିମାଲ ଗ୍ରାମରୁ ଫେରି ଆସିଥିଲେ।

Advertisment

ସବୁ ସ୍ଥାନରେ ବିଜେଡିର କାର୍ଯ୍ୟକ୍ରମକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ମଧ୍ୟ ଦେଇଥିଲେ। ପରେ ମନ୍ତ୍ରୀ ଦଳୀୟ କର୍ମୀଙ୍କ ସହ ଡୁମେରମୁଣ୍ଡା ଗ୍ରାମକୁ ଆସିବା ପରେ ସଭାରେ ଭାଷଣ ଦେଉଥିଲେ। ସେହି ସମୟରେ ସଂଘ ପକ୍ଷରୁ ଆସି ତୀବ୍ରବିରୋଧ କରିଥିଲେ ଓ କିଛି ବିଜେଡିର କର୍ମୀମାନେ ଆଦିବାସୀ ମହିଳାମାନଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ୟମ କରିଥିଲେ। ଏହାପରେ ଆଦିବାସୀ ମହିଳା ବିଜେଡି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାକୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଡା ନିନ୍ଦା କରିଛନ୍ତି।

ଆଦିବାସୀ କୋଟା କଟାକୁ ବିରୋଧ କରି ଆଦିବାସୀ ମହିଳାମାନେ ତିବ୍ର ପ୍ରତିବାଦ କରିବା ସହ ସେମାନେ ହକ୍ ଫେରେଇବା ନେଇ ଦାବି କରିଛନ୍ତି। ଏହା ନହେଲେ ସେମାନେ ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି। ଏହି କଥାକୁ ସମର୍ଥନ କରିବା ନେଇ ମହିଲାମାନେ ଗାଁ ଗାଁ ବୋଲି ସଚେତନ କରୁଛନ୍ତି।

Advertisment

ତେବେ ନିର୍ବାଚନ ପ୍ରଚାରରେ ଆସିଥିବା ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ନିର୍ବାଚନ ସମୟ ଆସିଛି। ବିଭିନ୍ନ ଦଳ ଭୋଟ୍ ମାଗିବାକୁ ଆସିବେ। କିନ୍ତୁ ଲୋକେ ଉଚିତ ଦଳକୁ ଦେଖି ଭୋଟ୍ ଦେବା ଉଚିତ। ଯେଉଁ ଦଳ ଅଞ୍ଚଳର ଉନ୍ନତି କରିବ ତାକୁ ମତଦେବା ନେଇ ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନର ମାନ୍ୟବର ସରକାର ଅଞ୍ଚଳ ବିକାଶ ନେଇ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଦ୍ୟୁତ ପର୍ଯ୍ୟନ୍ତ ଅନେକ ଉନ୍ନୟନମୂଳକ ଯୋଜନା କରୁଛନ୍ତି। ଏନେଇ ସରକାରର ହାତମୁଠାକୁ ଟାଣ କରିବା ନେଇ ବିଜେଡି ସମର୍ଥିତ ରିତାରାଣୀ ହାତୀଙ୍କୁ ଭୋଟ୍ ଦେବା ନେଇ ଅନୁରୋଧ କରିଛନ୍ତି।

(ରିପୋର୍ଟ: ଟିଟିଲାଗଡ଼ରୁ ମାନସ ରଞ୍ଜନ ମହାନ୍ତି)

Odisha News
Advertisment
Advertisment