Advertisment

Explosive Seizure: ‘୫ ଟନ୍ ଲୁଟ୍ ବିସ୍ଫୋରକ ମଧ୍ୟରୁ ୩.୮ ଟନ୍ ଜବତ, ବଳକା ଉଦ୍ଧାର ପାଇଁ ଜାରି ରହିଛି ଅପରେସନ୍‌’

ଖୋଲୁଛି ବାଙ୍କୋରୁ ବିସ୍ଫୋରକ ଲୁଟର ମହାଗୁମର। ଫିଟୁଛି ଶ୍ରବଣ ଅଗ୍ରୱାଲଙ୍କ ବିସ୍ଫୋରକ ବେପାରର ରହସ୍ୟ । ରାଉରକେଲା ବାସିନ୍ଦା ଶ୍ରବଣ ଅଗ୍ରୱାଲ୍, ପତ୍ନୀ ନିକିତା ଅଗ୍ରୱାଲ।

author-image
Santosh Kumar Sahoo
undefined

ଡିଜିପି ଧରିଲେ ‘ବାରୁଦ’ ଖିଅ

ବିସ୍ଫୋରକ ଗୋଦାମ ମାଲିକଙ୍କ ଦାୟିତ୍ବହୀନତା ଏବଂ ଅନ୍ୟତ୍ର ପରିବହନ ବେଳେ SOP ପାଳନରେ ସାଂଘାତିକ ତ୍ରୁଟି ହିଁ ସୁହାଇଲା ମାଓବାଦୀଙ୍କୁ। ଶେଷରେ ଅତି ଆରାମରେ ସରଣ୍ଡା ଜଙ୍ଗଲରୁ ଝାରଖଣ୍ଡ ଜଙ୍ଗଲକୁ ମାଓବାଦୀ ଲୁଟିନେଇଥିଲେ ପ୍ରାୟ ୫ଟନ୍ ବିସ୍ପୋରକ ସାମଗ୍ରୀ। ଯାହାକୁ ଉଦ୍ଧାର କରିବା ପାଇଁ ନାକେଦମ୍ ହୋଇଥିଲେ ସୁରକ୍ଷାକର୍ମୀ। ଇତିମଧ୍ୟରେ ୩. ୮ ଟନ୍ ଜବତ ହୋଇଥିବା ବେଳେ ଡିଜିପି କହିଛନ୍ତି, ବଳକା ଲୁଟ୍ ବିସ୍ଫୋରକ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି। ଅପରପକ୍ଷେ ଏହି ବିସ୍ଫୋରକ ସାମଗ୍ରୀର ମାଲିକ ଶ୍ରବଣ ଅଗ୍ରୱାଲଙ୍କ ଖୋଲୁଛି ଗୁମର। ଯିଏ ପତ୍ନୀ ସହ ମିଶି ଚଳାଇଛନ୍ତି ବିସ୍ଫୋରକ ସାମଗ୍ରୀର ବେପାର ।

Advertisment

ଖୋଲୁଛି ବାଙ୍କୋରୁ ବିସ୍ଫୋରକ ଲୁଟର ମହାଗୁମର। ଫିଟୁଛି ଶ୍ରବଣ ଅଗ୍ରୱାଲଙ୍କ ବିସ୍ଫୋରକ ବେପାରର ରହସ୍ୟ । ରାଉରକେଲା ବାସିନ୍ଦା ଶ୍ରବଣ ଅଗ୍ରୱାଲ୍, ପତ୍ନୀ ନିକିତା ଅଗ୍ରୱାଲ। ପତି-ପତ୍ନୀ ମିଶି ଚଳାଉଛନ୍ତି ବିସ୍ଫୋରକ ବ୍ୟବସାୟର ସାମ୍ରାଜ୍ୟ। ଯାହାର ସାମ୍ନାକୁ ଆସିଛି ତଥ୍ୟ। ସୁନ୍ଦରଗଡ଼ ଜିଲ୍ଲାରେ ଉଭୟଙ୍କ ନାଁରେ ୪ଟି ଗୋଦାମର ରହିଛି ଲାଇସେନ୍ସ। ପତ୍ନୀ ନିକିତାଙ୍କ ନାଁରେ ଓ ଶ୍ରବଣଙ୍କ ନାଁରେ ୨ଟି ଲେଖାଏଁ ଗୋଦାମ ଚାଲୁଛି। ଲାଇସେନ୍ସର ଅବଧି ରହିଛି ୨୦୩୧ ଯାଏଁ । ଲୁଟ୍ ହୋଇଥିବା ଯେଉଁ ବିସ୍ଫୋରକକୁ ନେଇ ଚାରିଆଡ଼େ ହଇଚଇ, ସେହି ବିସ୍ଫୋରକ ଶ୍ରବଣଙ୍କ ଗୋଦାମର ବୋଲି ତଥ୍ୟ ମିଳିଛି।

ଅଧିକ ପଢ଼ନ୍ତୁ: ମାସ ଆରମ୍ଭରୁ ଏଟିଏମ୍ ଅଚଳ କରୁଛି କିଏ ?

ଅର୍ଥାତ ବାରୁଦ ଗଦା ଉପରେ ସୁନ୍ଦରଗଡ଼। ଏସବୁ ଭିତରେ ରାଉରକେଲା ବାଲୁଘାଟ ଅଞ୍ଚଳର ଏକ ପେଟ୍ରୋଲ ପମ୍ପ ନିକଟରୁ ବିସ୍ଫୋରକ ଭର୍ତ୍ତି ୨ଟି ଗାଡ଼ି ଜବତ ମାମଲାରେ ଜଣେ ଡ୍ରାଇଭର ସହ ଶ୍ରବଣଙ୍କୁ ପୋଳିସ ଗିରଫ କରିଛି। ବିସ୍ଫୋରକ ପରିବହନବେଳେ ଚରମ ଦାୟିତ୍ବହୀନତା, SOP ପାଳନରେ ଢିଲା ଏବଂ ବିସ୍ଫୋରକ ସମ୍ପର୍କରେ NIA ଏବଂ SITକୁ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Advertisment

ଡିଜିପି ୱାଇ.ବି.ଖୁରାନିଆ କହିଛନ୍ତି, କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ମାଓବାଦୀ ମାନେ ଲୁଟିଥିବା ପ୍ରାୟ ୫ ଟନ୍ ବିସ୍ଫୋରକ ମଧ୍ୟରୁ ଏଯାଏଁ ୩.୮ ଟନ୍ ଜବତ ହୋଇଛି। ସେପଟେ ଆଜି ସରଣ୍ଡା ଅପରେସନ୍ ଟିମକୁ ମିଳିଛି ବଡ଼ ସଫଳତା। ତିରିଲପୋଷି ଜଙ୍ଗଲରୁ ଜବତ ହୋଇଛି ୭୦୦ କେଜିର ଲୁଟ୍ ବିସ୍ଫୋରକ। ସୋମବାର ୧୫୦୦ କେଜି, ଶୁକ୍ରବାର ୧୫୦ କେଜିକୁ ଜବତ କରିଥିଲା ସୁରକ୍ଷାବାହିନୀ। ଯାହାକୁ ମାଟିତଳେ ପୋତି ରଖିଥିଲେ ମାଓବାଦୀ। ବଳକା ବିସ୍ଫୋରକକୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ। ଆଉ ପୂରା ଘଟଣାର ତଦନ୍ତ କରାଯାଉଛି ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗଠିତ SIT ଜରିଆରେ। ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଥିବାବେଳେ ବିସ୍ଫୋରକ ପରିବହନ ସମୟରେ SOP ଅନୁସରଣ କରାଯାଇନଥିବା ସ୍ପଷ୍ଟ କରିଛନ୍ତି ଡିଜିପି। ଅନ୍ୟ କାହାର ସଂପୃକ୍ତି ନେଇ ଖୋଳତାଡ଼ କରାଯାଉଛି।

୨୭ ମେ’, ୨୦୨୫। ସୁନ୍ଦରଗଡ଼ ବଡ଼ଗାଁ ଅଞ୍ଚଳର ଇଦମା ବିସ୍ଫୋରକ ଗୋଦାମରୁ ବାଙ୍କୋ ପଥର ଖଣିକୁ ଯାଇଥିଲା ପ୍ରାୟ ୫ ଟନ୍ ବିସ୍ଫୋରକ।ଏହି ସମୟରେ ସଶସ୍ତ୍ର ମାଓବାଦୀ ପହଞ୍ଚି ୨ଶହ ପେଟି ବିସ୍ଫୋରକକୁ ଝାଡ଼ଖଣ୍ଡ ସୀମା ଡେଇଁ ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ଥାନା ତିରିଲପୋଷ ଜଙ୍ଗଲକୁ ନେଇଯାଇଥିଲେ ମାଓବାଦୀ। ଆଉ ସେସବୁକୁ ପର୍ଯ୍ୟାୟକ୍ରମେ ଉଦ୍ଧାର କରିବାରେ ଲାଗିଛନ୍ତି ସୁରକ୍ଷାକର୍ମୀ। ପ୍ରଶ୍ନ ଉଠୁଛି, SOP ପାଳନରେ କାହିଁକି ଏତେ ଢିଲା ବ୍ୟବସ୍ଥା ? ୨୭ରେ ଲୁଟ୍ ପରେ ବ୍ୟବସାୟୀ ଶ୍ରବଣଙ୍କ ବାରୁଦ ଗୋଦାମ ସିଲ୍ କରାଯାଇଥିଲା। ତା ସତ୍ବେ ବି ଗତକାଲି କେମିତି ପେଟ୍ରୋଲ୍ ପମ୍ପ ନିକଟରୁ ମିଳିିଲା ବିପୁଳ ବିସ୍ଫୋରକ ସାମଗ୍ରୀ ?

ଅଧିକ ପଢ଼ନ୍ତୁ: ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍, ଦୁର୍ନୀତିଗ୍ରସ୍ତଙ୍କୁ ବରଦାସ୍ତ କରିବିନି...

Odisha DGP Sundargarh Explosive Materials
Advertisment
Related Articles
Advertisment