Explosives Seized
ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ଘଟଣା । ଶ୍ରବଣଙ୍କ ସହ ପତ୍ନୀ ନିକିତାଙ୍କ ନାଁରେ ମଧ୍ୟ ରହିଛି ଗୋଦାମ ଲାଇସେନ୍ସ । ଉଭୟଙ୍କ ନାଁରେ ୨ଟି ଲେଖାଏଁ ଲାଇସେନ୍ସ ରହିଥିବା ସୂଚନା ମିଳିଛି । ଗତକାଲି ଗୋଦାମ ମାଲିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ୪ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲକୁ ଗତକାଲି ଗିରଫ କରିବା ସହ ବିଭିନ୍ନ ଗୋଦାମରେ ଚାଲିଥିଲା ଛାନଭିନ । ଶ୍ରବଣ ଅଗ୍ରୱାଲକୁ ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା SIT । ତେବେ ମାଲିକାନା କେବଳ ଶ୍ରବଣ ଅଗ୍ରୱାଲ ନୁହେଁ ପତ୍ନୀ ନିକିତାଙ୍କ ନାଁରେ ମଧ୍ୟ ରହିଛି । ତେବେ ନିକିକାଙ୍କୁ ମଧ୍ୟ ପୋଲିସ ସ୍କାନରକୁ ଆଣି ପଚରାଉଚରା କରିପାରେ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ନିକଟରେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣି ଅଞ୍ଚଳରୁ ୪ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଲୁଟ କରିଥିଲେ ୪୦ରୁ ଅଧିକ ମାଓବାଦୀ । ବିସ୍ଫୋରକ ଭର୍ତ୍ତି ଗାଡିର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଉକ୍ତ ବିସ୍ଫୋରକକୁ ଲୁଟ କରି ନେଇଥିଲେ । ସୁନ୍ଦରଗଡର ବାଙ୍କୋ ଖଣି ଅଞ୍ଚଳରୁ ଏହି ବିସ୍ଫୋରକକୁ ନେଇ ଝାଡଖଣ୍ଡ ପଟକୁ ପଳାଇଥିଲେ ମାଓବାଦୀ । ଲୁଟ ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଥିଲା । ବହୁ ସର୍ଚ୍ଚ ଅପରେସନ ପରେ ଲୁଟ ବିସ୍ଫୋରକ ମଧ୍ୟରୁ ଯବାନଙ୍କୁ କିଛି ମିଳିଥିଲା । ଆଜି ପୁଣି ସର୍ଚ୍ଚ ଅପରେସନବେଳେ ସରଣ୍ଡା ଜଙ୍ଗଲରୁ ଆହୁରି ବିସ୍ଫୋରକ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)