/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721444691.jpg)
Weather Update
ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ୩ ଦିନ ଏପରି ବର୍ଷା ଜାରି ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଉତ୍ତର ଓଡିଶାରେ ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ। ପ୍ରବଳ ବର୍ଷା ପାଇଁ ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି।
ଏପଟେ ଲଗାଣ ବର୍ଷାରେ ମାଲକାନଗିରି ହାଲ୍ ବେହାଲ୍ ହୋଇଛି। ମାଲକାନଗିରି ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ। ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ। ଲୋକଙ୍କ ଘରେ ପାଣି ପଶିଛି। ମାଲକାନଗିରି ଜିଲ୍ଲାର କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଏବେ ୭ରୁ ୮ ଫୁଟ୍ ଉଚ୍ଚର ପାଣି ଚାଲିଛି। ଫଳରେ ମାଲକାନଗିରି ଓ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ।
ସେହିଭଳି ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ମଧ୍ୟ ପାଣି ଚାଲୁଛି।ଜିଲ୍ଲାର ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ, ଓ କାଳିମେଳ-ପଡ଼ିଆ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ।
ରାଜ୍ୟରେ ଜାରି ରହିଛି ବର୍ଷା, ଆହୁରି ୩ ଦିନ ବର୍ଷିବ । କଟକରେ ସକାଳୁ ସକାଳୁ ଝିପ୍ ଝିପ୍ ବର୍ଷା ଲାଗି ରହିଛି । #Weather#Cuttack#OTVpic.twitter.com/RGVFKr14oI
— ଓଟିଭି (@otvkhabar) July 24, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)