Explosives Loot Case
ବିସ୍ଫୋରକ ଲୁଟ୍ ଘଟଣା । ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀଙ୍କୁ ଜେରା । ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା କରାଯାଇଛି । ରାଉରକେଲା ରଘୁନାଥପାଲି ଥାନାରେ ନିକିତାଙ୍କୁ ପଚରାଉଚରା ହୋଇଛି । ନିକିତା ଅଗ୍ରୱାଲଙ୍କ ନାଁରେ ରହିଛି ଗୋଟିଏ ବାରୁଦ ଗୋଦାମ । ପୂର୍ବରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି ଶ୍ରବଣ ଅଗ୍ରୱାଲ ।
୪ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲକୁ ମଙ୍ଗଳବାର ଗିରଫ କରିବା ସହ ବିଭିନ୍ନ ଗୋଦାମରେ ଚାଲିଥିଲା ଛାନଭିନ । ଶ୍ରବଣ ଅଗ୍ରୱାଲକୁ ରଘୁନାଥପାଲିକୁ ପଚରାଉଚରାବେଳେ ଜଣାପଡିଥିଲା ଯେ କେବଳ ଶ୍ରବଣ ଅଗ୍ରୱାଲ ନୁହେଁ ପତ୍ନୀ ନିକିତାଙ୍କ ନାଁରେ ମଧ୍ୟ ମାଲିକାନା ରହିଛି ।
ବର୍ତ୍ତମାନ ଶ୍ରବଣଙ୍କ ପରେ ପରେ ନିକିତାଙ୍କୁ ଜେରା କରାଯାଇଛି । ସେପଟେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ । ଉଭୟ ପତିପତ୍ନୀଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ । ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)