Advertisment

From Soil to Success:୨୦ ଦିନରେ ୨୦ ହଜାର ରୋଜଗାର, ଗେଣ୍ଡୁ ଚାଷ କରି ମାଲେମାଲ୍‌

ନାଲି, ହଳଦିଆ ଗେଣ୍ଡୁ ଫୁଲରେ ପୂରିଛି କ୍ଷେତ । ଯୁଆଡେ ଅନାଇବେ ଖାଲି ଫୁଲ ଆଉ ଫୁଲର ସମ୍ଭାର । ଜଣେ ସରପଞ୍ଚ ଚାଷ କରିଛନ୍ତି ଗେଣ୍ଡୁ ଫୁଲ । ଆଉ ଏଠି ପ୍ରତିଦିନ କାମ କରନ୍ତି ନିଜେ ମହିଳା ସରପଞ୍ଚ ।

author-image
Tapan Swain
Marigold-Farming

Marigold-Farming Photograph: (OTV)

ନାଲି, ହଳଦିଆ ଗେଣ୍ଡୁ ଫୁଲରେ ପୂରିଛି କ୍ଷେତ । ଯୁଆଡେ ଅନାଇବେ ଖାଲି ଫୁଲ ଆଉ ଫୁଲର ସମ୍ଭାର । ଜଣେ ସରପଞ୍ଚ ଚାଷ କରିଛନ୍ତି ଗେଣ୍ଡୁ ଫୁଲ । ଆଉ ଏଠି ପ୍ରତିଦିନ କାମ କରନ୍ତି ନିଜେ ମହିଳା ସରପଞ୍ଚ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ  ଉଡୁସୁ ପଞ୍ଚାୟତର ଦୁଲାରୀ ଖାଁଖାଁ । ଯିଏକି ଗେଣ୍ଡୁ ଫୁଲ ଚାଷ କରି ବେଶ୍ ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି ।

Advertisment

ପଞ୍ଚାୟତ ଓ ଘର କାମ ସାରି ପ୍ରତିଦିନ ଆସନ୍ତି କ୍ଷେତକୁ । ନିଜେ ଚାରା ଲଗାନ୍ତି । ପାଣି ଦେବାଠୁ ଘାସ ବଛା ଯାଏଁ ସବୁ କାମ ନିଜେ କରନ୍ତି । ସରପଞ୍ଚ ମ୍ୟାଡମଙ୍କ ଏଇ ଗେଣ୍ଡୁ ଫୁଲ ଚାଷ ଏବେ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା ।

ସୋରିଷରୁ ଗେଣ୍ଡୁ ଫୁଲ 

ନିଜର ୪୦ ଡିସିମିଲ ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି ଉଡୁସୁ ସରପଞ୍ଚ ଦୁଲାରୀ ଖାଁଖାଁ । ପ୍ରତିବର୍ଷ ଏହି ଜାଗାରେ ସେ ସୋରିଷ ଚାଷ କରୁଥିଲେ । ହେଲେ ଏ ବର୍ଷ ଫୁଲ ଚାଷ କରିବାକୁ ଭାବିଲେ । ଏହାପରେ କୋଲକାତାରୁ ୨ ହଜାର ଟଙ୍କାର ଚାରା ଆଣି ଜମିରେ ଲଗାଇଥିଲେ । ଏବେ ଦିନକୁ ପ୍ରାୟ ୫୯ କିଲୋ ଫୁଲ ବାହାରୁଛି । ୧୫ରୁ ୨୦ ଦିନ ଭିତରେ ୨୦ ହଜାରରୁ ଅଧିକ ଟଙ୍କା ଲାଭ କରିସାରିଲେଣି । ଆଗକୁ ମଧ୍ୟ ଭଲ ଦି' ପଇସା ମିଳିବ ବୋଲି ଆଶା ରଖିଛନ୍ତି ।

Advertisment

ସେ ଗେଣ୍ଡୁ ଫୁଲ ଚାଷ କରିବା ସହ ନିଜେ ମଧ୍ୟ ବଜାରରେ ବିକ୍ରି କରନ୍ତି । ରାଉରକେଲାର ସେକ୍ଟର ୧, ମୁଣ୍ଡା ମାର୍କେଟ, ଝିରପାଣି ହାଟ ଆଦି ଅଞ୍ଚଳରେ ବିକ୍ରି କରି ବେଶ୍ ଭଲ ରୋଜଗାର କରିପାରୁଥିବାର କହିଛନ୍ତି ସେ । ନିଜ ପରିବାର ଓ ପଞ୍ଚାୟତର ଦାୟିତ୍ୱ ଭିତରେ ଜଣେ ସଫଳ ଚାଷୀ ବି ହୋଇ ପାରିଛନ୍ତି ଉଡୁସୁ ସରପଞ୍ଚ । ତାଙ୍କୁ ଦେଖି ଏବେ ଆଖପାଖର ଲୋକେ ବି ଗେଣ୍ଡୁ ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି ।

Sarapanch Marigold Farming
Advertisment
Related Articles
Advertisment