Advertisment

Explosives Loot Probe: ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା, ଗୋଦାମ ମାଲିକ ଗିରଫ

୪ ଟନ୍‌ ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟ୍‌ କରିବା ଘଟଣା । ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଗିରଫ । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍‌ କରିଛି ସୁନ୍ଦରଗଡ଼ ପୋଲିସ । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଯାଞ୍ଚ ଚାଲିଛି । ସେପଟେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଟ୍ରକ ଡ୍ରାଇଭର ଅଟକ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Godown Owner Arrested

Godown Owner Arrested

୪ ଟନ୍‌ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା । ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ । ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT । ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିଲା । ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍‌ ଡ୍ରାଇଭର ମଧ୍ୟ ଅଟକ ଥବା ନେଇ ସୂଚନା ରହିଛି । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍‌ କରିଛି ସୁନ୍ଦରଗଡ଼ ପୋଲିସ । ବିସ୍ଫୋରକ ସାମଗ୍ରୀକୁ ନେଇ ପୋଲିସ ଜୋରଦାର ଛାନଭିନ ଚଳାଇଛି । ଯାଞ୍ଚ ନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି । କେଉଁଠି କେତେ ବିସ୍ଫୋରକ ସାମଗ୍ରୀ ମହଜୁଦ ଅଛି ସେନେଇ ତନାଘନା ଚାଲିଛି । ରାଉରକେଲା ସମେତ ପୂରା ସୁନ୍ଦରଗଡ଼ ଓ କେନ୍ଦୁଝରରେ ମଧ୍ୟ ଯାଞ୍ଚ କରାଯାଉଛି । ଗୋଦାମରେ ଥିବା ଷ୍ଟକ  ଓ କାଗଜପତ୍ର ଯାଞ୍ଚ ହେଉଛି ।   ଗତକାଲି  ଝାଡଖଣ୍ଡ ଜରେଇକଲା ଥାନା ତିରିଲିପୋଷ ଜଙ୍ଗଲରୁ ଅଢେଇ ଟନର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା ।

Advertisment

ନିକଟରେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣି ଅଞ୍ଚଳରୁ ୪ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଲୁଟ କରିଥିଲେ ୪୦ରୁ ଅଧିକ ମାଓବାଦୀ । ବିସ୍ଫୋରକ ଭର୍ତ୍ତି ଗାଡିର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଉକ୍ତ ବିସ୍ଫୋରକକୁ ଲୁଟ କରି ନେଇଥିଲେ । ସୁନ୍ଦରଗଡର ବାଙ୍କୋ ଖଣି ଅଞ୍ଚଳରୁ ଏହି ବିସ୍ଫୋରକକୁ ନେଇ ଝାଡଖଣ୍ଡ ପଟକୁ ପଳାଇଥିଲେ ମାଓବାଦୀ । ଲୁଟ ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଥିଲା । ବହୁ ସର୍ଚ୍ଚ ଅପରେସନ ପରେ ଲୁଟ ବିସ୍ଫୋରକ ମଧ୍ୟରୁ ଯବାନଙ୍କୁ କିଛି ମିଳିଥିଲା ।

ଅଧିକ ପଢନ୍ତୁ : ସୁରକ୍ଷାକର୍ମୀଙ୍କ ହାତରେ ଲାଗିଲା ଅଢେଇ ଟନର ବିସ୍ଫୋରକ; ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ

Advertisment
Explosive Materials Explosives Seized
Advertisment
Related Articles
Advertisment