Advertisment

Dalmia Cement Mishap: ଡାଲମିଆ ସିମେଣ୍ଟରେ ଅଘଟଣ, କୋଇଲା ଗଦା ତଳେ ଫଶିଛନ୍ତି ୩ ଶ୍ରମିକ

ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର।

author-image
Saroj Kumar Jena
ଅଦ୍ୟତନ ହୋଇଛି
Dalmia Cement

Dalmia Cement

ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର। ଏହା ତଳେ ୧୨-୧୪ ଜଣ ଶ୍ରମିକ କାମ କରୁଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି। ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିଖୋଜ ଶ୍ରମିକ ମାନେ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳ।

Advertisment

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଅଗ୍ନିଶମ ବିଭାଗର ୬ଟି ଟିମ ସହିତ ଗି ବଡ ବଡ କ୍ରେନ୍ ନିୟୋଜିତ କରାଯାଇଛି। ଘଟଣାସ୍ଥଳରେ ଜୋରସୋରରେ ଚାଲିଛି ରେସକ୍ୟୁ ଅପରେସନ୍। ଚାପି ହୋଇଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହାର କରିବାକୁ କସରତ କରାଯାଉଛି।

ଅଧିକ ପଢ଼ନ୍ତୁ: ପିକନିକ ଯାଉଥିବା ବେଳେ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ଏସପି, ତହସିଲଦାର ଏବଂ ଥାନା ଅଧିକାରୀ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ସେପଟେ ଦୁର୍ଘଟଣା ପରେ କମ୍ପାନୀ କର୍ତ୍ତୃପକ୍ଷ ଗେଟ୍ ବନ୍ଦ କରିଦେଇଛନ୍ତି। ଯାହାକୁ ନେଇ କମ୍ପାନୀ ବାହାରେ ଚାପା ଉତ୍ତେଜନା ଦେଖାଦେଇଛି। ଏହି କୋଇଲା ହପରରେ ଟନ୍ ଟନ୍ କୋଇଲା ଗଛିତ ରହିଥାଏ। ପରେ କୋଇଲାକୁ କନଭେୟର ବେଲ୍ଟ ମାଧ୍ୟମରେ ବଏଲରକୁ ପଠାଯାଇଥାଏ। ତେବେ କୋଇଲା ହପର ଭୁଶୁଡି ପଡିବାରୁ ଘଟିଛି ଦୁର୍ଘଟଣା।

Advertisment

ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦ରେ ଡାଲମିଆ ସିମେଣ୍ଟରେ ଏକ ଅଘଟଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

Accident Dalmia Cement
Advertisment
Advertisment