Advertisment

Accident in Dhenkanal : ଅଧାରେ ରହିଲା ଜଗା ଦର୍ଶନ, ଟ୍ୟାଙ୍କର ଧକ୍କାରେ ଚାଲିଗଲା ଜୀବନ

ବାଇକ ଯୋଗେ ପୁରୀ ଯାଉଥିବାବେଳେ ମହିଳାଙ୍କ ମୃତ୍ୟୁ । ତେଲ ଟ୍ୟାଙ୍କର ବାଇକକୁ ଧକ୍କା ଦେବାରୁ ଚାଲିଗଲା ଜୀବନ । ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Dhenkanal Accident

Dhenkanal Accident

ଅଧା ରହିଲା ଜଗା ଦର୍ଶନ । ବାଇକ ଯୋଗେ ପୁରୀ ଯାଉଥିବାବେଳେ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଛି । ତେଲ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଥିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି । ଦେଢ ବର୍ଷର ଶିଶୁଟି ଅଳ୍ପକେ ବର୍ତ୍ତିଯାଇଛି । ସୂଚନା ଅନୁସାରେ, ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଆନନ୍ଦ ନଗର ଛକରେ ଦୁର୍ଘଟଣା ଘଟିଛି । ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଯାଇଥିଲା ତେଲ ଟ୍ୟାଙ୍କର। ମୃତାହତ ମାନେ ସଦର ଥାନା ବଣସିଂହ ଗ୍ରାମର ବୋଲି ଜଣାପଡ଼ିଛି ।

Advertisment

ମୃତକଙ୍କ ସ୍ୱାମୀ କହିଛନ୍ତି, "ଆମେ ପୁରୀ ଯାଉଥିଲୁ, ଢେଙ୍କାନାଳ ପାସ୍‌ କରିବାବେଳେ ମୋତେ ବାଁ ପଟୁ କୁଟି ଦେଲା ଆଜ୍ଞା...ମୋ ସ୍ତ୍ରୀ ଆଉ ନାହିଁ, ମୋ ପୁଅକୁ ବଞ୍ଚାଇବାକୁ ଯାଇ ସବୁ ସରିଗଲା " ବାରମ୍ବାର ଦୁର୍ଘଟଣାକୁ ନେଇ ଏନଏଚ-୫୫ କୁ ଅବରୋଧ କରିଛନ୍ତି  ସ୍ଥାନୀୟବାସିନ୍ଦା । ସେପଟେ କଟକ - ସମ୍ବଲପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ସୁଧା, ରାସ୍ତାର ଉଭୟ ପାର୍ଶ୍ୱରେ  ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ସ୍ଥାନୀୟ ବାସିନ୍ଦା । 

ଅଧିକ ପଢନ୍ତୁ : ପୁରୀରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଦୁର୍ଘଟଣା, ଅଳ୍ପକେ ରକ୍ଷା ପାଇଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ

Advertisment
Bike Accident Dhenkanal Accident
Advertisment
Related Articles
Advertisment