/odishatv-khabar/media/media_files/2025/11/23/vigilance-2025-11-23-18-20-23.jpg)
Vigilance Photograph: (OTV)
ସରକାରୀ ଟଙ୍କା ଆତ୍ମସାତ କରି ବନ୍ଧା ହେଲେ ସରକାରୀ ବାବୁ। ହିନ୍ଦୋଳର ସବ୍- ଟ୍ରେଜେରିର ପୂର୍ବତନ ବରିଷ୍ଠ କିରାଣୀ ମନୋଜରଞ୍ଜନ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲୋକଙ୍କ ପେନସନ ଟଙ୍କା ହଡପ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଅଛି। ପ୍ରାୟ ୨ବର୍ଷ ତଳେ ୬୮ଲକ୍ଷ ୮୫ ହଜାର ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିଲେ ବାବୁ ଜଣକ। ଏନେଇ ଅଭିଯୋଗ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ହେଲେ ଡିପ୍ରେସନ କାରଣରୁ ସରକାରୀ ପଇସା ଚୋରି କରିଥିବା କଥା କହିଛନ୍ତି ବାବୁ ଜଣକ। ଆଉ ଧରାପଡ଼ିବା ପରେ ସେ ଭୁଲ କରିଥିବା କଥା ନିଜ ମୁହଁରେ ମାନିଛନ୍ତି ମନୋଜରଞ୍ଜନ ।
ପେନସନଭୋଗୀଙ୍କ ଆକାଉଣ୍ଟରେ ପାଣ୍ଠି ଜମା କରି ଲକ୍ଷ ଲକ୍ଷ ଟଙ୍କା ନିଜ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ମନୋଜରଞ୍ଜନ । ଅତ୍ୟନ୍ତ ଚତୁରତାର ସହିତ ସେ ଏହି ଠକେଇ କରୁଥିଲେ। ତେବେ ଏକଥା ପ୍ରଘଟ ହେବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା।
ଦୁଇ ବର୍ଷ ହେଲା ଫେରାର ଥିଲେ
ଫଳରେ ଗତ ଦୁଇ ବର୍ଷ ହେଲା ଫେରାର ହୋଇଯାଇଥିଲେ ସେ। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଏକ ଭୋଜି ଆଟେଣ୍ଡ କରିବାକୁ ଯାଉଥିବା ବେଳେ ଖବର ପାଇ ତାଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ତାଙ୍କୁ ଗିରଫ କରିଥିଲା। କଟକ ଭିଜିଲାନ୍ସ ପକ୍ଷରୁ ମନୋଜରଞ୍ଜନ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇ ତାଙ୍କୁ ଢ଼େଙ୍କାନାଳ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଆଉ ପୂରା ମାମଲାର ତଦନ୍ତ ଜାରି ରହିଛି।
ଭିଜିଲାନ୍ସ ଏହି ଠକେଇର ପୂରା ଚେନ୍ ଖୋଜୁଛି। ଅନ୍ୟ କେହି ଏଥିରେ ଜଡିତ ଅଛନ୍ତି କି ନାହାନ୍ତି, ତାର ମଧ୍ୟ ତଦନ୍ତ ଚାଲିଛି। ସନ୍ଦେହ କରାଯାଉଛି ଆଗକୁ ଆଉ କିଛି ଖୁଲାସା ହୋଇପାରେ ।
Heavy Weather Ahead: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା , ୨୫ରୁ ବଢିବ ପବନର ବେଗ ...ଓଡ଼ିଶାକୁ ହିଟ୍ କରିବ କି ?

Managerial Negligence: ପେନକିଲର ଖାଇ କରୁଥିଲେ ପ୍ରୋଗ୍ରାମ୍ ? ହ୍ୟୁମାନଙ୍କ ଅସୁସ୍ଥତା ପରିବାରକୁ ଜଣାଇନଥିଲେ ମ୍ୟାନେଜର !

Shocking Crime: ଇଏ କେମିତିକା ପୁଅ, ଟଙ୍କା ପାଇଁ ବାପାମାଆଙ୍କୁ ମାରିଦେଲା

Crocodile Spotted: ସମୁଦ୍ରକୂଳରେ ବୁଲୁଛି କୁମ୍ଭୀର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)