• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଇଁଷୀ କ୍ଷୀରରେ ତିଆରି ଛେନାରୁ ପ୍ରସ୍ତୁତ ମଗଜି ଲଡ଼ୁ । ଢେଙ୍କାନାଳ ଜିଲ୍ଲା ର ସ୍ୱାଦିଷ୍ଟ ମଗଜି ଲଡ଼ୁକୁ ଖୁବଶୀଘ୍ର ମିଳିବ  ଜି‌ଆଇ ଟ୍ୟାଗ୍ । ଏ ଲଡ଼ୁ ପଛର କାହାଣୀ ପ୍ରାୟ ଦେଢ଼ଶହ ବର୍ଷ ପୁରୁଣା । ମଗଜି ଲଡ଼ୁର ମଜା ଯିଏ ଥରେ ପାଇଛି ସିଏ ପୁଣି ଖୋଜିଛି । 

ଢେଙ୍କାନାଳ ଜିଲ୍ଲା ଗଅଁଦିଆଁ ବ୍ଲକର ଷଡ଼ଙ୍ଗୀ ଗାଁ । ଏହି ପ୍ରାୟ ଦେଢ଼ଶହ ବର୍ଷ ତଳେ ଚକ୍ରଧର ସାହୁ ନାମକ ଜଣେ ମିଠାକାରିଗର ଆରମ୍ଭ କରିଥିଲେ ମଗଜି ଲଡ଼ୁ । ଆଉ ଆଜି ଏ ମଗଜି ଲଡ଼ୁ ପାଇବାକୁ ଯାଉଛି GI ଟ୍ୟାଗ୍ । ଗୋଲ ଗୋଲ ଧୋବ ଫରଫର ଲଡ଼ୁ ମଇଁଷୀ କ୍ଷୀରରେ ତିଆରି ଛେନାରୁ ପ୍ରସ୍ତୁତ । ଛେନା ଦୁଇ ଭାଗକୁ ଚିନି ଏକଭାଗ । ପାଗ କରି ଗୁଜୁରାତି ଗୁଣ୍ଡଟିକେ ସିଞ୍ଚିଦେଲେ ଛୁଆଠୁ ବୁଢ଼ା ସଭିଙ୍କ ପାଟିରେ ମିଳେଇଯିବ । 

ମଗଜି ଲଡ଼ୁକୁ GI ଟ୍ୟାଗ୍ ମିଳିବା ପାଇଁ ୨୦୨୦ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆବେଦନ କରିଥିଲା । ପରବର୍ତ୍ତୀ ସମୟରେ ଏକ୍ସପର୍ଟ ଟିମ ଦ୍ୱାରା ଏହାର ପ୍ରାଥମିକ ପରିକ୍ଷଣ ଶେଷ ହୋଇଛି । ମଗଜି ଲଡ଼ୁକୁ ଯଦି ଜିଆଇ ଟ୍ୟାଗ୍ ମିଳେ, ତାହାଲେ ଢେଙ୍କାନାଳ ଜିଲ୍ଲାର ପ୍ରଥମ ଜିନିଷ ଭାବେ ମଗଜି ଲଡ଼ୁ ଏହି ମାନ୍ୟତା ହାସଲ କରିବ ।

ଅଧିକ ପଢ଼ନ୍ତୁ: କୁଚିଣ୍ଡା ଲଙ୍କାକୁ ମିଳିବ ନୂଆ ପରିଚୟ : ଜିଆଇ ଟ୍ୟାଗ୍ ପାଇଁ ଫିଟିଲା ବାଟ

ଦେଢ଼ଶହ ବର୍ଷ ତଳେ ଚକ୍ରଧର ସାହୁଙ୍କ ହାତ ତିଆରି ମଗଜି ଲଡ଼ୁ ଲୋକଙ୍କର ଏତେ ପ୍ରିୟ ହୋଇଥିଲା ଯେ, ପରବର୍ତ୍ତି ସମୟରେ ସାରା ଢେଙ୍କାନାଳ ସହରରେ । ଏହାର ଚାହିଦା ବଢ଼ିଥିଲା ଷଡ଼ଙ୍ଗୀ ଗାଁର ମଗଜି ଲଡ଼ୁ ଢେଙ୍କାନାଳ ସହର ଡେଇଁ ପାଖ ପଡ଼ୋଶୀ ଜିଲ୍ଲାରେ ମଧ୍ୟ ତାର ଚାହିଦା ସୃଷ୍ଟି କରି ପାରିଛି ।

କିମ୍ବିଦନ୍ତି ରହିଛି ଶ୍ରୀ ଚୈତନ୍ୟ ମହାପ୍ରଭୁ କପିଳାସ ଆଶ୍ରମରେ ଥିଲା ବେଳେ ଶ୍ରୀଧର ସ୍ୱାମୀ ମଇଁଷୀ କ୍ଷୀରରୁ ତିଆରି ଛେନା ମିଠେଇ ଶ୍ରୀ ଚୈତନ୍ୟଙ୍କୁ ଖାଇବାକୁ ଦେଇଥିଲେ । ପରେ ଏହି ମିଠେଇ ମଗଜି ନାଁରେ ନାମିତ ହୋଇଥିଲା । ସେହିପରି ବ୍ୟାସ କବି ଫକିର ମୋହନ ସେନାପତି ମଧ୍ୟ ଢେଙ୍କାନାଳ ରହଣୀ ସୟମରେ ମଗଜି ଲଡ଼ୁ କଥା ଲେଖିଛନ୍ତି । ମଗଜି ଲଡ଼ୁକୁ ନେଇ ଏଭଳି ଏକାଧିକ ତଥ୍ୟ ରହିଛି । ତେଣୁ ସ୍ଥାନୀୟ ଲୋକଙ୍କ କହିବା କଥା ମଗଜି ଲଡ଼ୁକୁ ଜିଆଇ ଟ୍ୟାଗ ମିଳିବାର ଯଥେଷ୍ଟ ଯୁକ୍ତି ରହିଛି । ମଗଜି ଲଡ଼ୁକୁ ମାନ୍ୟତା ମିଳିଲେ ବିକ୍ରି ବଢ଼ିବା ସାଙ୍ଗକୁ ମିଠା କରିଗରଙ୍କଠାରୁ ଆରମ୍ଭ କରି ଗୋପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ଉପକୃତ ହେବେ ।

(ରିପୋର୍ଟ - ରାଜଶ୍ରୀ ଶତପଥୀ, ଢେଙ୍କାନାଳ)