Advertisment

Ambulance Breaks Down: ଅଧାବାଟରେ ଅଚଳ ହେଲା ଆମ୍ବୁଲାନ୍ସ, ପଡ଼ିରହିଲେ ସାପକାମୁଡ଼ା ରୋଗୀ

ଯେଉଁ ଆମ୍ବୁଲାନ୍ସ ଉପରେ ଭରସା କରି ରୋଗୀ ଓ ପରିବାର ଲୋକେ ବାହାରିଥିଲେ ଶେଷରେ ସେ ମଧ୍ୟ ରାସ୍ତା ମଝିରେ ଦେଇଥିଲା ଧୋକା l କାମାକ୍ଷାନଗର ମେଡିକାଲରୁ ବାହାରି ମାତ୍ର ୫ କିମି ଯାଇଛି ନାହିଁ ଆମ୍ବୁଲାନ୍ସ ଅଚଳ ହୋଇଯାଇଥିଲା l ମହୁଲପାଳ ଠାରେ ଗାଡି ଅଚଳ ହେବାରୁ ଦୀର୍ଘ ସମୟ ପଡି ରହିଲେ ରୋଗୀ ।

author-image
Prasan Subudhi
ଅଦ୍ୟତନ ହୋଇଛି
ଆମ୍ବୁଲାନ୍ସ ସେବା

ଆମ୍ବୁଲାନ୍ସ ସେବା

ଆମ୍ବୁଲାନ୍ସ ସେବାର ଆଉ ଏକ ବିକଳ ଚିତ୍ର l ଗୁରୁତର ସାପ କାମୁଡ଼ା ରୋଗୀଙ୍କୁ ନେଇ କାମାକ୍ଷାନଗରରୁ ଢେଙ୍କାନାଳ ମେଡିକାଲ ଯାଉଥିବା ବେଳେ ଏକ ୧୦୮ଆମ୍ବୁଲାନ୍ସ ମହୁଲପାଳ ଠାରେ ଅଚଳ ହୋଇପଡ଼ିଥିଲା l ଫଳରେ ବହୁ ସମୟ ଯାଏଁ ରାସ୍ତାରେ ପଡି ରହିଲେ ରୋଗୀ । ଢେଙ୍କାନାଳ ଜିଲା କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ ସାପ କାମୁଡ଼ାରେ ବାରୁଆ ଗାଁର ବାହାଦୂର ବାସ୍କେ (୧୭ ବର୍ଷ)। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ୧୦୮ଆମ୍ବୁଲାନ୍ସରେ ଢେଙ୍କାନାଳ ରେଫର କରାଯାଇଥିଲା l

Advertisment

ହେଲେ ଯେଉଁ ଆମ୍ବୁଲାନ୍ସ ଉପରେ ଭରସା କରି ରୋଗୀ ଓ ପରିବାର ଲୋକେ ବାହାରିଥିଲେ ଶେଷରେ ସେ ମଧ୍ୟ ରାସ୍ତା ମଝିରେ ଦେଇଥିଲା ଧୋକା l କାମାକ୍ଷାନଗର ମେଡିକାଲରୁ ବାହାରି ମାତ୍ର ୫ କିମି ଯାଇଛି ନାହିଁ ଆମ୍ବୁଲାନ୍ସ ଅଚଳ ହୋଇଯାଇଥିଲା l ମହୁଲପାଳ ଠାରେ ଗାଡି ଅଚଳ ହେବାରୁ ଦୀର୍ଘ ସମୟ ପଡି ରହିଲେ ରୋଗୀ ।

ବର୍ଷା ଦିନ ହୋଇଥିବାରୁ ସାପ କାମୁଡ଼ାରେ ଅଧିକ ଆକ୍ରାନ୍ତ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ବେଳେ ଅଧିକ ଗୁରୁତର ଥିବାରୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏଭଳିଆ ଜରୁରୀକାଳୀନ ସେବା ସମୟରେ ଯଦି ଆମ୍ବୁଲାନ୍ସ ଖରାପ ହେବ ଆଉ ରୋଗୀ ପଡି ରହିବେ ତେବେ ଜୀବନ ମଧ୍ୟ ଯିବାର ଆଶଙ୍କା ଅଛି । ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଣି ଅନ୍ୟ ଏକ ଆମ୍ବୁଲାନ୍ସ ଆସିବାରୁ ଢେଙ୍କାନାଳ ଯାଇଥିଲେ ରୋଗୀ l ତେବେ ଅତ୍ୟାବଶ୍ୟକ ସେବାପ୍ରତି ଧ୍ୟାନ ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି l

Advertisment

ସେପଟେ ଆମ୍ବୁଲାନ୍ସ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଏକୁଲ ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ପିଛୁଳି ନାଳ ପାରି ହୋଇ ୧କିମି ଷ୍ଟ୍ରେଚରରେ ବୋହି ମେଡିକାଲ ଆଣିବାକୁ ପଡ଼ିଛି ଗର୍ଭବତୀଙ୍କୁ । ଏକୁଲ ଗାଁର ନିରଂଜନ ଦେହୁରୀଙ୍କ ପତ୍ନୀ ଉପାସି ଦେହୁରୀଙ୍କର ପ୍ରସବ ବେଦନା ହେବାରୁ ଘର ଲୋକେ ମଙ୍ଗଳବାର ଆମ୍ବୁଲାନସକୁ ଖବର ଦେଇଥିଲେ l ଆମ୍ବୁଲାନ୍ସ ଗାଁ ଠାରୁ ଏକ କିମି ଦୂରରେ ରହିଲା । କାରଣ ଗାଁକୁ ଯିବାକୁ ହେଲେ ପିଛୁଳି ନାଳ ପାରି ହେବାକୁ ପଡେ । ଏବେ ବର୍ଷା ପାଇଁ ନାଳରେ ପାଣି ବଢିବା ସହିତ ପଥର ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରିଲା ନାହିଁ ।

ଆମ୍ବୁଲାନ୍ସ ଅଟକିଲା ନାଳ ପାଖରେ। ଗାଁ ଠାରୁ ଏକକିମି ଦୂରରୁ ଷ୍ଟ୍ରେଚର ସାହାଯ୍ୟରେ ପ୍ରସୂତିଙ୍କୁ ବୋହିକି ଆଣି ନାଳ ପାରି କରିବା ପରେ ଆମ୍ବୁଲାନ୍ସରେ କଙ୍କଡାହାଡ଼ ମେଡିକାଲକୁ ଆସିଥିଲେ। ପରେ ସେଠାରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା l ଅଧିକ ଚିକିତ୍ସା ପରେ ମା ଓ ଶିଶୁ ଉଭୟେ ସୁସ୍ଥଥିବl ମେଡିକାଲ କର୍ତୁୁପକ୍ଷ ପ୍ରକାଶ କରିଛନ୍ତି l

Ambulance Irregularities Ambulance Village With No Bridges
Advertisment
Advertisment