/odishatv-khabar/media/post_attachments/uploadimage/library/16_9/16_9_0/dhenkanal_1654776474.jpg)
dhenkanal
ମହଙ୍ଗା ପଡିଲା ମଦ୍ୟପାନ କରି ବସ ଚଲାଇବା । କଟକରୁ ତାଳଚେର ଯାଉଥିବା ଗାଡ଼ିକୁ ଅଟକାଇ ପୋଲିସ ଗାଡ଼ି ଡ୍ରାଇଭରର ଯାଞ୍ଚ କରିଥିଲା । ଏହାସହ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ତାଳଚେରକୁ ପଠାଯାଇଥିବାବେଳେ ଘଟଣାରେ ଡ୍ରାଇଭର ଅଟକ ହୋଇଥିବା ଜଣାପଡ଼ିଛି ।
Advertisment
ସୂଚନା ଅନୁସାରେ, ୫୫ ନମ୍ବର ଜାତୀୟ ରାଜପଥ ଦେଇ ଏକ ବସ୍ କଟକରୁ ତାଳଚେର ଯାଉଥିଲା । କୌଣସି ଏକ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଅଧାବାଟରେ ବସକୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହାସହ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ତାଳଚେରକୁ ପଠାଯାଇଛି ।
ତେବେ ନିଜେ ମଦ୍ୟପାନ କରି ଗାଡି ଚଳାଉଥିବା କଥାକୁ ମଦ୍ୟପ ଡ୍ରାଇଭର ସ୍ୱୀକାର କରିଛି । ଘଟଣାକୁ ନେଇ ଢେଙ୍କାନାଳ ଟାଉନଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)