/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748932996.jpg)
Father Killed Daughter
୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ନିଶାସକ୍ତ ବାପା। ପାରିବାରିକ କଳହରୁ ବଚସା ପରେ ଏଭଳି ଜଘଣ୍ୟ କାଣ୍ଡ ଘଟାଇଛି ଅଭିଯୁକ୍ତ ବାପା । ଅନ୍ୟପଟେ ଝିଅକୁ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ସ୍ୱାମୀକୁ ଆକ୍ରମଣ କରିଛି ସ୍ତ୍ରୀ । ପେଟରେ କାଚ ବୋତଲ ଭୁସିଛି ସ୍ତ୍ରୀ। ଗତକାଲି ଢେଙ୍କାନାଳ କଙ୍କଡ଼ାହାଡ କଣ୍ଟାପାଳ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶ୍ୱଶୁର ଘର କଣ୍ଟାପାଳରେ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ଗଲା କିଛି ମାସ ହେବ କୌଣସି କାମଧନ୍ଦା ନକରି ଘରେ ବସି ରହୁଥିଲେ । ତେଣୁ ଗତକାଲି ପତ୍ନୀ ଜନନୀ ମୁଣ୍ଡା ଉଭୟ ମିଶି ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବାବେଳେ ବାଟରେ ବଚସା ହୋଇଥିଲା l ପରେ ସଞ୍ଜୟ ମଦ ପିଇ ମାତାଲ ଅବସ୍ଥାରେ ୭ ମାସର ଶିଶୁକନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା l ଫଳରେ ଶିଶୁ କନ୍ୟାଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛି। ତେବେ ସ୍ୱାମୀର ଏହି ନୃଶଂସ କାଣ୍ଡ ଦେଖି ପାଖରେ ଥିବା ସ୍ତ୍ରୀ ନିଜ ଛୁଆକୁ ବଞ୍ଚାଇବା ପାଇଁ ଏକ କାଚ ବୋତଲରେ ସ୍ୱାମୀକୁ ଆକ୍ରମଣ କରିଥିବାବେଳେ ଏଥିରେ ସଞ୍ଜୟ ଗୁରୁତର ହୋଇ ଚିକିତ୍ସାଧୀନ ଅଛି l କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏନେଇ ଥାନା ଅଧିକାରୀ କଳ୍ପନା ବେହେରା କହିଛନ୍ତି, "ପାରିବାରିକ କଳହରୁ ଏହି ଘଟଣା ଘଟିଛି । ସାଇଣ୍ଟିଫିକ ଟିମ ଆସି ଛାନଭିନ କଲାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ।"
ଅନେକ ସମୟରେ ନିଶା ଯୋଗୁ ପାରିବାରିକ କଳହ ବଢୁଥିବା ନଜିର ରହିଛି । ଏପରିକି ନିଶାସକ୍ତ ଅବସ୍ଥାରେ ଜୀବନ ନେବାକୁ ମଧ୍ୟ ପଛାଇ ନଥାନ୍ତି ନିଶା ଖାଉଥିବା ବ୍ୟକ୍ତି । ଯାହାର ଉଦାହରଣ ଢେଙ୍କାନାଳର କଣ୍ଟାପାଳରେ ଦେଖିବାକୁ ମିଳିଛି । ପାରିବାରିକ କଳହ ଭିତରେ ବଳି ପଡିଛି ଝିଅ । ଆଉ ଝିଅର ମା ମଧ୍ୟ ନିଜ ସ୍ୱାମୀକୁ ଆକ୍ରମଣ କରିବାକୁ ପଛାଇନି । ନିଶା ପାଇଁ ପୂରା ପରିବାର ଛାରଖାର ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)