Advertisment

ନାଇଟ୍‌ କର୍ଫ୍ୟୁର ଫାଇଦା ଉଠାଇଲେ ଲୁଟେରା: ଗୋଟିଏ ରାତିରେ ସୁନା ଦୋକାନରେ କଳା କନା ବୁଲାଇଲେ

ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍‌ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Loot From Jewellery Shop In Baripada

Loot From Jewellery Shop In Baripada

ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍‌ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ରଘୁନାଥପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଗୋଟିଏ ବିଲ୍ଡିଂରେ ଥିବା ଦୁଇଟି ସୁନା ଦୋକାନରୁ ଦୁର୍ବୃତ୍ତମାନେ ଚୋରି କରିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରଘୁନାଥପୁର ଅଞ୍ଚଳରେ ଥିବା ଗୋଟିଏ ବିଲ୍ଡିଂରେ ଜ୍ୟୋତି ଓ କୃଷ୍ଣ ସୁନା ଦୋକାନରୁ ଦୁର୍ବୃତ୍ତମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ଜ୍ୟୋତି ଦୋକାନର ସଟର ତାଡି କିଛି ରୂପା ଗହଣା ଓ ନଗଦ ରାଶି ଲୁଟି ନେଇଥିଲେ ଦୁବୃର୍ତ୍ତ। ତେବେ ଆଇରନ ଚେଷ୍ଟକୁ ତାଡ଼ି ନପାରି ଚୋର ନିରାଶ ହୋଇଥିଲେ। ସେହି ବିଲ୍ଡିଂରେ ଥିବା କୃଷ୍ଣ ଗହଣା ଦୋକାନରେ ସୁନା ମରାମତି ଓ ଗଢ଼ା ହେଉଥିବାବେଳେ ସେହି ଦୋକାନରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି।  

ଆଜି ସକାଳୁ ଘର ମାଲିକ ଦୋକାନ ସଟର ତଡ଼ା ହୋଇଥିବା ଦେଖି ସୁନା ଦୋକାନ ମାଲିକଙ୍କୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନାଇଟ୍‌ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦ ହୋଇଯାଉ ଥିବାବେଳେ ପାଟ୍ରୋଲିଂକୁ ମଧ୍ୟ ପୋଲିସ ଢିଲା କରିଛି। ଫଳରେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Loot From Jewellery Shop Loot
Advertisment
Advertisment