/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749281599.jpg)
ଆଳୁ କିଲୋ ୮ ଟଙ୍କା
୮ଟଙ୍କାରେ ମିଳୁଛି କେଜିଏ ଆଳୁ । ଯିଏ ଯେତେ ପାରିଲା ସେତେନେଲା । ଲାଗିଲା ଆଳୁ ଟ୍ରକ, ବୋହିନେଲେ ଲୋକେ I ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା I ଭିଡ଼ ଏତେ ଅସମ୍ଭାଳ ହୋଇଗଲା ଯେ, ରାସ୍ତା ମଧ୍ୟ ଜାମ ହେଇଗଲା I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବୈଶିଙ୍ଗା ଥାନା ଅଧୀନ ପଣସିଆ ଅଞ୍ଚଳରେ I
ଶୁକ୍ରବାର ଭୋରୁ ଭୋରୁ ଏକ ଆଳୁ ଟ୍ରକ୍ ଆସି ପଣସିଆ ଛକରେ ଛିଡା ହୋଇ ରହିଥିଲା । ଏବଂ ପଚାଶ କିଲୋ ଆଳୁ ବସ୍ତାକୁ ମାତ୍ର ଚାରିଶହ ଟଙ୍କା ବୋଲି ଡାକ ମରାହେଲା I ଏ କଥାକୁ ଶୁଣି କିଏ ସାଇକେଲରେ ବୋହି ନେଲେ ତ କିଏ ଟ୍ରଲିରେ । ଆଉ କିଏ ଅଟୋ କରି ମଧ୍ୟ ବହିନେଲେ I
ଶାସ୍ତାରେ ଆଳୁ ପାଇ ଲୋକଙ୍କ ଖୁସି କହିଲେ ନ'ସରେ I ବଜାରରେ ଆଳୁ କିଲୋ କୋଡିଏ ଟଙ୍କା ଥିବା ବେଳେ ମାତ୍ର ୮ ଟଙ୍କାରେ ମିଳିଲା କେଜିଏ ଆଳୁ I ତେବେ ଯାହା ବି ହେଉ ଲୋକମାନ ଲାଭବାନ ହେଇ ବହୁତ ଖୁସି I ଏହି ପରି ଗତ ସପ୍ତାହେ ହେଲାଣି କିଛି ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଓଡ଼ିଶା ସୀମାନ୍ତ ବିଭିନ୍ନ ଗାଁ ବଜାରରେ ଆଳୁ ଆଣି ବିକ୍ରି କରୁଛନ୍ତି । ଏହି ଆଳୁ ଟ୍ରକ ଲାଗିବା ମାତ୍ରେ ଲୋକେ ଭିଡ଼ ଲଗାଇ କିଣୁଥିବା ଦେଖିବାକୁ ମିଳିଛି ।
ତେବେ ସଂପୃକ୍ତ ବ୍ୟବସାୟୀମାନେ କେବଳ ସୀମାନ୍ତ ଗାଁ ଗୁଡ଼ିକରେ ଭିଡ଼ କରୁଥବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି। ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଦାବି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)