Advertisment

Mystery Death: ଯୁବ ଓକିଲଙ୍କ ରହସ୍ୟଜନକ ମୃତ୍ୟୁ, ମୃତଦେହ ପୋଖରୀରୁ କାର ଭିତରୁ ମିଳିଲା !

ଘରଠାରୁ ୫୦ କିଲୋମିଟର ଦୂର ପୋଖରୀ ଭିତରୁ ମିଳିଲା ଯୁବ ଓକିଲଙ୍କ କାର୍ । ନିଖୋଜର ଅଢ଼େଇ ମାସ ପରେ ପଚିସଢି ଯାଇଥିବା କଙ୍କାଳକୁ ଦେଖି ପରିବାର ସ୍ତବ୍ଧ। ଏହା ରହସ୍ୟମୟ ମୃତ୍ୟୁ ନା ସୁପରିକଳ୍ପିତ ହତ୍ୟାକାଣ୍ଡ, ଏ ସଂପର୍କରେ ପୋଲିସର ତନାଘନା ଆରମ୍ଭ କରିଛି ।

author-image
Tapan Swain
Lawyer Death

Lawyer Death Photograph: (OTV)

ଘରଠାରୁ ୫୦ କିଲୋମିଟର ଦୂର ପୋଖରୀ ଭିତରୁ ମିଳିଲା ଯୁବ ଓକିଲଙ୍କ କାର୍ । ନିଖୋଜର ଅଢ଼େଇ ମାସ ପରେ ପଚିସଢି ଯାଇଥିବା କଙ୍କାଳକୁ ଦେଖି ପରିବାର ସ୍ତବ୍ଧ। ଏହା ରହସ୍ୟମୟ ମୃତ୍ୟୁ ନା ସୁପରିକଳ୍ପିତ ହତ୍ୟାକାଣ୍ଡ, ଏ ସଂପର୍କରେ ପୋଲିସର ତନାଘନା ଆରମ୍ଭ କରିଛି । ପରିବାରବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

Advertisment

ନିଖୋଜ ଓକିଲଙ୍କ ମୃତଦେହ ପୋଖରୀରୁ ମିଳିଛି । ଗତ ୩ ମାସ ଧରି ନିଖୋଜ ଥିଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ଯୁବ ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଛାୟତ। ସ୍ଥାନୀୟ ଅଞ୍ଚଳରେ ସେ ଥିଲେ ବେଶ ଜଣାଶୁଣା । ଗତ ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହରେ ସେ ନିଜ କାରରେ ଘରୁ ବାହାରି ଥିଲେ କୋଣସି ଏକ କାମରେ ।  ହେଲେ ଆଉ ଘରକୁ ଫେରି ନଥିଲେ । ପରିବାର ବର୍ଗ ପରିଚିତ ସାଙ୍ଗସାଥି, ପୋଲିସ କେହି ବି ତାଙ୍କ ଖବର ପାଇ ନଥିଲେ । ଆଜି ଅଢ଼େଇ ମାସ ପରେ ଗୁଲେଶଙ୍କ ଆଲଟ କାରଟି ମୟୂରଭଞ୍ଜ ସାରସକଣା ବ୍ଲକର ଉପରବେଡାରୁ ଉଦ୍ଧାର କରାଯାଇଛି ।  

କାରଟି କେବେ ଆଉ କେଉଁ ପରିସ୍ଥିତିରେ ପାଣି ଭିତରେ ବୁଡ଼ି ଯାଇଥିଲା ତାହା କାହାରିକୁ ଜଣାନାହିଁ। ଆଜି ଗ୍ରାମବାସୀ ହଠାତ୍ ପାଣି ଭିତରେ ଏକ ଟାୟାର ଦେଖି ବୁଡିଥିଲେ । ପାଣି ଭିତରୁ ଏକ କାର ଦେଖିବାକୁ ପାଇଥିଲେ ।

Advertisment

କାର୍ ଭିତରେ ମୃତଦେହ

ଗ୍ରାମବାସୀ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ଝାରପୋଖରିଆ ଥାନା ପୋଲିସ ପହଞ୍ଚିଥିଲା । କାରକୁ ପାଣି ଭିତରୁ ଉଦ୍ଧାର କରାଯାଇଛି। କାର ଭିତରରେ ଦୁର୍ଗନ୍ଧ ହେଉଥିବାରୁ କେହି ପାଣି ଭିତରେ ସଢି ଯାଇଥିବାର ଅନୁମାନ କରାଯାଉଛି। ହେଲେ କାର ଭିତରର ପଚିସଢି ଯାଇଥିବା କଙ୍କାଳକୁ ଦେଖି ପରିବାର ବର୍ଗ ତାଙ୍କ ପ୍ରିୟ ଗୁଲେଶ ବୋଲି କହିଛନ୍ତି।

ସାଇଣ୍ଟିଫିକ ଟିମ୍ ପହଞ୍ଚି  କାର ଖୋଲି  ଭିତରେ ଥିବା କାଗଜପତ୍ର, ଚାବି,ସୁନାଚେନକୁ ଜବତ କରି ତଦନ୍ତ କରିଛି। ଅନେକ ଦିନ ଧରି ପାଣି ଭିତରେ ବୁଡ଼ି ଯାଇଥିବା ଶବକୁ ଆଉ ଠିକ୍ ଭାବେ ଚିହ୍ନଟ ମଧ୍ୟ କରାଯାଇ ପାରୁନାହିଁ। ହେଲେ ପ୍ରଶ୍ନ ଉଠୁଛି ଗୁଲେଶ ଏଠାରେ ପହଞ୍ଚିଲେ କେମିତି,ଗୁଲେଶଙ୍କ ଗାଡି କାହାକୁ ଧକ୍କା ଦେଇ ପୋଖରୀ ଭିତରୁ ଖସିଯାଇଥିଲା। ନା ଗୁଲେଶ ନିଜେ ଗାଡ଼ି ଡ୍ରାଇଭ୍ କରୁଥିବା ବେଳେ ଭାରସାମ୍ୟ ହରାଇ ପାଣି ଭିତରକୁ ଚାଲିଯାଇଛି। ନା ଗୁଲେଶଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ?

ଗୁଲେଶ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ଏବଂ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଏବେ ରହସ୍ୟମୟ ହୋଇରହିଛି ।  ଶବ ବ୍ୟବଚ୍ଛେଦ ରିପୋର୍ଟ, ଗାଡ଼ି ଭିତରୁ ମିଳିଥିବା ବିଭିନ୍ନ ସାମଗ୍ରୀ ସହ ସାଇଣ୍ଟିଫିକ ଟିମର ରିପୋର୍ଟକୁ ଆଧାର କରି ତଦନ୍ତ କରା ଗଲେ ଗୁଲେଶ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିପାରେ।

Death Death Mystery Lawyer
Advertisment
Related Articles
Advertisment