/odishatv-khabar/media/media_files/2025/12/15/elephant-2025-12-15-14-29-53.jpg)
Elephant Photograph: (OTV)
ହେଲା ବିସ୍ଫୋରଣ, ଉଡିଗଲା ମୁହଁ। ଏବେ ସେ ନା ଖାଇ ପାରୁଛି ନା ପିଇ ପାରୁଛି। ସତରେ କ’ଣ ହଜିଗଲା ମାନବିକତା ? କେତେ ନିଷ୍ଠୁର ଯେ ହାତୀକୁ ଖୁଆଇ ଦେଲେ ବମ୍।
ହାତୀ-ମଣିଷ ଲଢେଇର କରୁଣ ପରିଣତି। ଖୁଆଇଦେଲେ ବମ୍, ଛିଡିଗଲା ଜିଭ। ଗତ ଗୁରୁବାର ଠାରୁ ଗୋଠରୁ ଅଲଗା ହୋଇଯାଇଥିବା ଏକ ମାଈହାତୀ କ୍ଷତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ହାତୀର ମୁହଁରେ ପ୍ରବଳ ରକ୍ତସ୍ରାବ ହେଉଥିଲା ଆଉ ସେ ପାଗଳ ପରି ଏଣେତେଣେ ବୁଲୁଥିଲା। ଏଭଳି ଅବସ୍ଥାରେ ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ବାଙ୍ଗିରିପୋଷି ତାଳବନ୍ଧରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ତେବେ ହାତୀର ଏଭଳି ଅବସ୍ଥା ମନୁଷ୍ୟକୃତ ବୋଲି ଅଭିଯୋଗ କରିଛନ୍ତି ପରିବେଶ କର୍ମୀ ଭାନୁମିତ୍ର ଆଚାର୍ଯ୍ୟ।
ହାତୀ ପାଟିରେ ବମ୍
ତେବେ ନୀଳଗିରି ଅଞ୍ଚଳରେ ଏହି ସାଂଘାତିକ ଘଟଣା ଘଟିଥିବା ବେଳେ ହାତୀଟି ବାରିପଦା ରେଞ୍ଜକୁ ଚାଲିଆସିଥିଲା। କୁହାଯାଉଛି ଯେ ହାତୀଟିକୁ ଖାଦ୍ୟରେ ବମ୍ ଦିଆଯାଇଥିଲା। ହାତୀଟି ଯେତେବେଳେ ଏହାକୁ ଚୋବାଇଥିଲା ଏହା ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ତା ମୁହଁରେ ସାଂଘାତିକ କ୍ଷତ ହେବା ସହ ଜିଭ ଝୁଲି ପଡିଛି।
ଅନ୍ୟ ପଟେ ବାରିପଦା ବନ ବିଭାଗ ପକ୍ଷରୁ ହାତୀର ଚିକିତ୍ସା କରାଯାଉଥିବା ବେଳେ ଖାଇବା ପିଇବାରେ ଅସୁବିଧା ହେଉଛି। ତେବେ ଡାକ୍ତରୀ ଟିମ୍ ସଂପୂର୍ଣ୍ଣ ତଥ୍ୟ ଦେଇପାରିବେ ବୋଲି ବାରିପଦା ଡିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ କହିଛନ୍ତି।
ତେବେ ରିପୋର୍ଟ ଅନୁସାରେ ବେତନଟୀ ରେଞ୍ଜ ଅଞ୍ଚଳରେ ବିଚରଣ କରୁଥିବା ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରି ନୀଳଗିରି ପଳାଇଯାଇଥିଲେ। ମାତ୍ର ଗୋଟିଏ ଦିନର ରହଣୀ ପରେ ପ୍ରଥମେ ଦୁଇଟି ହାତୀ ଆଗୁଆ ବେତନଟୀ ଆସିଥିବାବେଳେ ଏବେ ୨୩ଟି ହାତୀ ଏ ଜଙ୍ଗଲରୁ ସେ ଜଙ୍ଗଲ ବୁଲୁଛନ୍ତି।
Dark Truth Behind ‘Dhurandhar’: ‘ଧୁରନ୍ଧର’ ଫିଲ୍ମ ରେହମାନ୍ ଡକାୟତର ପ୍ରକୃତ କାହାଣୀ, ଲୋକଙ୍କ ମୁଣ୍ଡରେ ଫୁଟବଲ୍ ଖେଳୁଥିଲା

Old Smartphone, New Security: ପୁରୁଣା ସ୍ମାର୍ଟଫୋନ୍ରୁ ହେବ ହାଇ-ଟେକ୍ ସିସିଟିଭି କ୍ୟାମେରା, ଅଫିସରେ ବସି ଘର ଉପରେ ରଖନ୍ତୁ ନଜର

Tearful Farewell: କାନ୍ଦି କାନ୍ଦି WWEକୁ ଅଲିବିଦା କହିଦେଲେ ଜନ୍ ସିନା, ଆକାଉଣ୍ଟରେ ୭୨୪ କୋଟି

Rani Duduma Waterfall Turns Crowd-Puller: ପର୍ଯ୍ୟଟକଙ୍କ ପାଇଁ ଆର୍କଷଣ ପାଲଟିଛି ରାଣୀ ଡୁଡୁମା ଜଳପ୍ରପାତ, ମନମୋହୁଛି ପ୍ରକୃତିରାଣୀର ଶୋଭା

Husband Taken into Custody: ବାହାଘରର ୧୨ ବର୍ଷ ପରେ ସ୍ତ୍ରୀର ଏତଲା, ବନ୍ଧା ହେଲା ସ୍ବାମୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)