/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738313274.jpg)
ଶିମିଳିପାଳ ଏବେ ଗଞ୍ଜେଇ ଚାଷର ହବ୍
ଅଫିମ ଚାଷର ହବ୍ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ` ଗତ ଦୁଇଦିନ ଭିତରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଗଛକୁ ନଷ୍ଟ କଲାଣି ପୋଲିସ୍। ଅବକାରୀ ବିଭାଗ ଓ ବନବିଭାଗ ମିଳିତ ଭାବେ ଚଢ଼ାଉ କରି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଚାଷ ନଷ୍ଟ କରିଥିବା ଦେଖିବାକୁ ମିଳିଛି।
ଗତ ୨୮ ତାରିଖରେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବୁରୁସାହିରେ ୧ ଏକର ଜମିରେ ଚାଷ ହୋଇଥିବା ୨୧ ହଜାର ଗଛକୁ ନଷ୍ଟ କରାଯାଇଥିବା ବେଳେ ବେଳେ,ଗତକାଲି ଶିମିଳିପାଳ ଅଭୟାରଣ୍ୟର ଅସନବଣି ରେ ୨୫ହଜାର ଗଛ ଏବଂ ବନ୍ଦିରାପୋଷିରେ ୪୮ହଜାର ଗଛ ନଷ୍ଟ କରାଯାଇଛି।
ତଥାପି ଏବେ ବି ଶିମିଳିପାଳର କୋର୍ ଏବଂ ବୋଫର୍ ଅଞ୍ଚଳର ବୁଢ଼ାବଳଙ୍ଗ, ବାଗଡେଗା, ବଳରାମପୁର, କୁକୁରଭୁକା ଅଞ୍ଚଳରେ ଏକର ଏକର ଜମିରେ କୋଟିକୋଟି ଟଙ୍କାର ଅଫିମ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ସବୁଠୁ ଉଦବେଗଜନକ ବିଷୟଟି ହେଉଛି, ଯେତେ ଅଫିମ ନଷ୍ଟ କଲେ ବି ପୁଣି ନୂଆ ନୂଆ ଅଞ୍ଚଳରେ ଏହି ଚାଷ ମୁଣ୍ଡ ଟେକୁଛି।
ଏତେ ମାତ୍ରାରେ ଚାଷ ହୋଇଥିଲେ ମଧ୍ୟ ଏହାର ଟେର୍ ପାଉନି ପୋଲିସ କିମ୍ବା ଅବକାରୀ ବିଭାଗ। ଏମିତିକି ବନବିଭାଗ ମଧ୍ୟ ନିରବି ଯାଇଥିବା ଦେଖିବାକୁ ମିଳିଛି। ପୂର୍ବବର୍ଷ ୩୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଚାଷ ନଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଥିବା ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ।
ଏ ନେଇ ଉପଖଣ୍ଡ ପୋଲିସ ଅଧିକାରାଙ୍କୁ ପଚାରିବାରୁ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)