/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749309438.jpg)
Odia Worker Dies in Oman
ଓମାନରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ଅନନ୍ତପାଣି ଗାଁର ନିତ୍ୟାନନ୍ଦ ମହାଳିକ । ଓମାନରେ ଏକ ହୋଟେଲରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ ନିତ୍ୟାନନ୍ଦ । କାଲି ହଠାତ୍ ଦେହ ଅସୁସ୍ଥ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏବେ ନିତ୍ୟାନନ୍ଦଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପରିବାର ଲୋକ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।
ଜିଲ୍ଲାପାଳ ତୁରନ୍ତ ଉପଜିଲ୍ଲାପାଳ, ଶ୍ରମ ବିଭାଗ ଅଧିକାରୀ ଓ ବିଡ଼ିଓଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏହାସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିଥିବା କହିଛନ୍ତି । ମୃତଦେହ ବାଲେଶ୍ୱର ପହଞ୍ଚିବା ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପରିବାରକୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି ।
ଅଧିକ ପଢ଼ନ୍ତୁ: ୪ ଦିନ ହେଲା ଭଡ଼ାରେ ଥିଲେ ଯୁବତୀ, ଜଣେ ଯୁବକଙ୍କ ସହ ଘରୁ ମିଳିଲା ଝୁଲନ୍ତା ମୃତଦେହ
ସୂଚନାଯୋଗ୍ୟ, ପରିବାର ପୋଷିବାକୁ କାମ ସନ୍ଧାନରେ ନିତ୍ୟାନନ୍ଦ ପୂର୍ବରୁ ଦୁବାଇ ଯାଇଥିଲେ । ସେଠୁ ଓମାନ ଯାଇ ଏକ ହୋଟେଲରେ ରୋଷେୟା ଭାବରେ କାମ କରୁଥିଲେ । ଗତକାଲି ତାଙ୍କ ଦେହ ଅସୁସ୍ଥ ହେବା ପରେ ହସ୍ପିଟାଲର ଭର୍ତ୍ତି ହୋଇଥିଲେ । କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କ ପାଖକୁ ଖବର ଆସିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)