Electrocution Death
ବିଦ୍ୟୁତ ଆଘାତରେ ଗଲା ୩ ଜୀବନ । ବାଲେଶ୍ୱର ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଜଣଙ୍କର ଜୀବନ ଯାଇଥିବାବେଳେ, ଭଦ୍ରକ ମେଡିକାଲରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବାବାଜୀ ମାଝୀ, ବାପି ମାଝୀ ଓ ନରହରି ବେହେରା । ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କିର ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।
ସେପଟେ କଟକରେ ମଧ୍ୟ ଆଉ ଏକ ଅଘଟଣ ଘଟିଛି । ନିର୍ମାଣାଧୀନ କୋଠାର ୬ ମହଲାରୁ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣାଧିନ କୋଠାରୁ ସମ୍ପୃକ୍ତ ଶ୍ରମିକ ଖସିପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତଦେହକୁ ଉଦ୍ଧାର କରି SCB ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ଶ୍ରମିକ ବିହାରର ବୋଲି କୁହାଯାଉଛି । ମୃତକଙ୍କ ନାଁ ସୁଜୟ କୁମାର, ବୟସ ୨୦ ବର୍ଷ । ଛଅ ତାଲା ଉପରେ ଲୁହାରଡ଼ ବାନ୍ଧୁଥିବାବେଳେ ଦୁଭାର୍ଗ୍ୟବଶତଃ ଖସି ପଡ଼ିଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)