Advertisment

Road Accident Death in Baleshwar: ଦ୍ରୁତ ଗତିରେ ଆସିଲା; ଯୁବକଙ୍କ ଉପରେ ମାଡ଼ିଗଲା

ଗତକାଲି ବିଳମ୍ବିତ ରାତିରେ କୌଣସି କାମରେ ଯୁବକ ଜଣଙ୍କ ଯାଉଥିଲେ। ଏହି ସମୟରେ ଚନ୍ଦନେଶ୍ୱର -ତାଳସାରି ରାସ୍ତା ବିନ୍ଧାପଦ୍ମପୁର ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

author-image
Tapaswini Nayak
Accident

Accident

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାସ୍ତାରେ ଯୁବକଙ୍କୁ ଚାପିଦେଲା ଅଜଣାଗାଡ଼ି। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବରବରଆ ଗାଁର ବୋଲି ସୂଚନା ମିଳିଛି ।

Advertisment

ଅଧିକ ପଢ଼ନ୍ତୁ:  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ

ଗତକାଲି ବିଳମ୍ବିତ ରାତିରେ କୌଣସି କାମରେ ଯୁବକ ଜଣଙ୍କ ଯାଉଥିଲେ। ଏହି ସମୟରେ ଚନ୍ଦନେଶ୍ୱର -ତାଳସାରି ରାସ୍ତା ବିନ୍ଧାପଦ୍ମପୁର ନିକଟରେ ଏକ ଅଜଣା ଗାଡ଼ି ଯୁବକଙ୍କୁ  ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। 

ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।   ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ସେନେଇ ଛାନଭିନ କରୁଛି ପୋଲିସ ।  ପୂର୍ବ ଶତ୍ରୁତାକୁ ଏହି ଘଟଣା ଘଟିଛି ନା ଅନ୍ୟ କିଛି କାରଣ ଅଛି ତାହା ଜଣା ପଡ଼ିନାହିଁ। ଅନ୍ୟ ପକ୍ଷରେ ପୋଲିସ ଓ ମୃତ ଯୁବକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

Balasore Road Accident
Advertisment
Advertisment