Advertisment

Jawan constructs a cremation site: ମଶାଣି ତିଆରି କଲେ ଯବାନ, ନାଁ ଦେଲେ ମୁକ୍ତିଦ୍ୱାର

ତାଙ୍କ ବାପାଙ୍କ ମୃତଦେହକୁ ମଶାଣିକୁ ନିଆଯାଇଥିଲା । ହେଲେ ସେ ଦେଖିଥିଲେ ଅନେକ ଅବ୍ୟବସ୍ଥା। ଆଉ ପରେ କେଉଁ ନେତା କି ମନ୍ତ୍ରୀଙ୍କ ପାଖେ ହାତ ନ ପାତି ନିଜେ ନିଜ ଗାଁ ରେ ଗଢିଲେ ମୁକ୍ତି ଦ୍ଵାର।

author-image
Tapan Swain
CREMATION_GROUND

CREMATION_GROUND Photograph: (OTV)

ଘଣ୍ଟ ବାଜୁଥିଲା । ପୁରୋହିତ ପୂଜା ମନ୍ତ୍ର ପଢୁଥିଲେ । ବୈଦିକ ରିତିନୀତି ଅନୁଯାୟୀ ସବୁ କାର୍ଯ୍ୟ ଚାଲିଥିଲା ।
କାର୍ପେଟ ବି ପଡିଥିଲା । ଏହା ପରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା କାମ ।

Advertisment

ଆପଣ ଭାବୁଥିବେ , କିଛି ନୂଆ ଘର, କିମ୍ବା ଦୋକାନ ଘର ପ୍ରତିଷ୍ଠା ପାଇଁ ପୂଜା ପାଠ ଚାଲିଥିଲା  କିନ୍ତୁ ପ୍ରକୃତରେ ସେଇୟା ନୁହେଁ । ପୂଜା ପାଠ  ତ ଚାଲିଥିଲା, କାରଣ ନୂଆ କରି ଗାଁ ଦାଣ୍ଡରେ ତିଆରି ହୋଇଥିଲା ଶ୍ମଶାନ ।  ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପୋଡାଯିବାର ବ୍ୟବସ୍ଥା । ତେଣୁ କରି ତାର ଶୁଭାରମ୍ଭ ହୋଇଥିଲା । କଥାଟି ଏକଦମ୍ ରୋଚକ ବି ଲାଗୁଛି । ଆପଣ ଭାବୁଥିବେ ଜଣେ ବ୍ୟକ୍ତିଙ୍କୁ ପୋଡାଯିବ ପୁଣି ତାଙ୍କ ପାଇଁ ଏତେ ପୂଜା ପାଠ । କାହିଁକି ଏ ଖବରକୁ ଆମେ ଆପଣଙ୍କୁ କହୁଛୁ ।

ଯବାନଙ୍କ ମହାନତା

ଆଶିଷ କର ନାମକ ଜଣେ ଯବାନ ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଗାଁ ମଶାଣିକୁ ଯାଇଥିଲେ । ତାଙ୍କ ବାପାଙ୍କ ମୃତଦେହକୁ ମଶାଣିକୁ ନିଆଯାଇଥିଲା । ହେଲେ ସେ ଦେଖିଥିଲେ ଅନେକ ଅବ୍ୟବସ୍ଥା। ଆଉ ପରେ କେଉଁ ନେତା କି ମନ୍ତ୍ରୀଙ୍କ ପାଖେ ହାତ ନ ପାତି ନିଜେ ନିଜ ଗାଁ ରେ ଗଢିଲେ ମୁକ୍ତି ଦ୍ଵାର। 

Advertisment

ବାଲେଶ୍ଵର ବେଗୁନିଆ ଗ୍ରାମର ଆଶିଷ କର ଭାରତୀୟ ସେନାରେ କାଶ୍ମୀରରେ ମୁତୟନ ଅଛନ୍ତି। ଆଉ ଦେଶ ସେବା ଭିତରେ ନିଜ ଗାଁ ମାଟି ବାସ୍ନାକୁ ଭୁଲି ପାରି ନାହାଁନ୍ତି। ଗାଁରୁ ଦୂରରେ ରହୁଥିଲେ ବି ଗାଁ ପ୍ରତି କର୍ତ୍ତବ୍ୟ ତାଙ୍କୁ ଗାଁକୁ ଟାଣି ଆଣିଛି। ଗାଁ ରେ ଅବହେଳିତ ହୋଇ ପଡ଼ି ରହିଥିବା ମଶାଣି କୁ ସେ ନିଜସ୍ଵ ଅର୍ଥରେ ସଫା କରିବା ସହ ବଗିଚା ଓ ପାଚେରୀ କରି ମୁକ୍ତି ଦ୍ବାରର ନାମ ଦେଇଛନ୍ତି। 

Cremation Ground Army Jawan
Advertisment
Related Articles
Advertisment