Advertisment

Brutal Detention: ପୋଲିସ ବ୍ୟବସ୍ଥାର ମୁଖା ଖୋଲିଦେଲା ଏଇ ଥାନା, ଏବେ ବି ଚାଲିଛି ଅନ୍ଧାରୀ ଶାସନ

ଭୋଗରାଇ ଥାନାରେ ଅମାନୁଷିକ ଦଣ୍ଡ ଦିଆଯାଇଛି । ଦୁଇ ଦିନ ଧରି ଜଣେ ଯୁବକଙ୍କୁ ଲୁହା ଶିକୁଳିରେ ବନ୍ଧାଯାଇ ରଖାଯାଇଥିଲା । ଏକ ମାମୁଲି ଘଟଣାରେ ଏପରି କରିଥିଲେ ଥାନା ଅଧିକାରୀ । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ଘଟଣା ସାମନାକୁ ଆସିଛି । ନିର୍ଯ୍ୟାତିତ ଯୁବକଙ୍କୁ ଏସପିଙ୍କ ନିର୍ଦ୍ଦେଶରେ ମେଡିକାଲକୁ ନିଆଯାଇଛି । ତେବେ ଥାନା ଆଇଆଇସି ଏ ସଂପର୍କରେ ଖାମଖିଆଲି ମନ୍ତବ୍ୟ ଦେଇ କହିଛନ୍ତି ଯେ, ଥାନାରେ କର୍ମଚାରୀ ଅଭାବ ଥିବାରୁ ଆମେ ତାଙ୍କୁ ବାନ୍ଧି ରଖିଥିଲୁ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Illegal Detention

Illegal Detention

ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ବେଡ଼ି ପକାଇ ରଖିଲେ ଥାନା ଅଧିକାରୀ । ଖବର ପାଇ ବାଲେଶ୍ୱର ସାଂସଦ ପହଞ୍ଚି ହସ୍ତକ୍ଷେପ କରିବା ସହିତ ଏସପିଙ୍କ ସହିତ ଭିଡ଼ିଓ କଲରେ କଥା ହେଲେ । ସବୁ କଥା ଜଣାଇବା ପରେ ବେଆଇନ ଭାବେ ଅଟକ ଯୁବକଙ୍କୁ ଛାଡିଲେ ଥାନା ଅଧିକାରୀ । ସୂଚନା ଅନୁଯାୟୀ, ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ମୋଟର ସାଇକେଲ ଅଦଳ ବଦଳକୁ କେନ୍ଦ୍ରକରି ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜଣେ ମହିଳା ଅଭିଯୋଗ କରିଥିଲେ । ଏହି ଯୁବକଙ୍କୁ ଗତକାଲି ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ତଦନ୍ତ ଜାରି ରହିଥିବା କହି ରଖିଥିଲେ ।

Advertisment

ମାତ୍ର ଦୁଇ ଦିନ ଧରି ଯୁବକଙ୍କୁ ଗୋଡ଼ ହାତରେ ବେଡ଼ି ପକାଇ ପୋଲିସ ଥାନା ଭିତରେ ମାଡ଼ ମାରୁଥିବା ଘଟଣା ଯୁବକଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଆଜି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ଗସ୍ତରେ ଥିବା ବେଳେ ଉକ୍ତ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା । ପରେ ସାଂସଦ ଭୋଗରାଇ ଥାନାକୁ ଆସି ଯୁବକଙ୍କୁ ବନ୍ଧାଯାଇ ରଖାଯାଇଥିବାର ଦେଖିଥିଲେ । ଘଟଣାର ସତ୍ୟାସତ୍ୟ ନିଜେ ଦେଖିବା ପରେ ବାଲେଶ୍ୱର ଏସପିଙ୍କୁ ଭିଡ଼ିଓ କଲ୍‌ କରିଥିଲେ ସାଂସଦ ।

ଅଧିକ ପଢ଼ନ୍ତୁ: ରେଡ ହ୍ୟାଣ୍ଡ ଧରା ପଡ଼ିଲେ ସ୍ତ୍ରୀ, ରାଗିଗଲେ ସ୍ୱାମୀ; ନାକକୁ କାମୁଡ଼ି ଛିଣ୍ଡାଇ ଦେଲେ

Advertisment

ଯୁବକଙ୍କ ହାତ ଓ ଗୋଡ଼ ବେଡ଼ିରେ ବନ୍ଧା ଯାଇଥିବା ସେ ଏସପିଙ୍କୁ ଭିଡିଓ କଲରେ ଦେଖାଇଥିଲେ । ସାଂସଦଙ୍କ ହସ୍ତକ୍ଷେପ ପରେ ଏହି ଯୁବକଙ୍କୁ ବେଡ଼ିମୁକ୍ତ କରାଯାଇଥିଲା । ଥାନା କର୍ମଚାରୀ ଅଟକ ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିବା ସାଂସଦଙ୍କ ପାଖରେ ଯୁବକ ଜଣକ ଅଭିଯୋଗ କରିଥିଲେ ।

ଭୋଗରାଇ ଥାନାର ଅଧିକାରୀ ଶ୍ରୀବ୍ଲଲଭ ସାହୁ ଏସପିଙ୍କ ସହିତ ଯୋଗାଯୋଗ ପରେ ଅଟକ ଥିବା ଯୁବକଙ୍କୁ ମେଡ଼ିକାଲ ପାଇଁ ପଠାଇଛନ୍ତି । ହାତରେ ଓ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ସାଂସଦ ନିନ୍ଦା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଥାନାରେ କର୍ମଚାରୀ ଅଭାବରୁ ଏଭଳି ବେଡ଼ି ପକାଯାଇଥିଲା ବୋଲି ଭୋଗରାଇ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଏହି ଘଟଣାରେ ଭୋଗରାଇ ଥାନା ଅଧିକାରୀଙ୍କ ନିଲମ୍ବନ ଦାବି କରିଛି ବିଜେପି । ଏହା ପ୍ରଥମ ଘଟଣା ନୁହେଁ, ଆଗରୁ ଏମିତି ଅନେକ ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଗୋପାଳପୁର ଲଜ୍ଜାର କ୍ରାଇମବ୍ରାଞ୍ଚ ଖୋଳତାଡ଼,ଏଣେ ଆଉ ଜଣଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

Pratap Sarangi Balasore Police Stations Third Degree Illegal Detention
Advertisment
Advertisment